Jalebi: ଭାରତୀୟ ନୁହେଁ, ବିଦେଶୀ ମିଠା ହେଉଛି ଜଲେବି; କେଉଁ ଦେଶରୁ ଭାରତ ବର୍ଷକୁ ଆସିଥିଲା ଜଲେବି? ଜାଣନ୍ତୁ
Advertisement
Article Detail0/zeeodisha/odisha1804590

Jalebi: ଭାରତୀୟ ନୁହେଁ, ବିଦେଶୀ ମିଠା ହେଉଛି ଜଲେବି; କେଉଁ ଦେଶରୁ ଭାରତ ବର୍ଷକୁ ଆସିଥିଲା ଜଲେବି? ଜାଣନ୍ତୁ

Indian Sweet News: ଅଧିକାଂଶ ଲୋକ ଭାବିଥାନ୍ତି ଯେ ଜଲେବି ହେଉଛି ଏକ ଭାରତୀୟ ମିଠା। ହେଲେ ଏହି ଧାରଣା ହେଉଛି ଭୁଲ। କାରଣ ପ୍ରକୃତରେ ଜଲେବି ହେଉଛି ଏକ ବିଦେଶୀ ମିଠା 

 

Jalebi: ଭାରତୀୟ ନୁହେଁ, ବିଦେଶୀ ମିଠା ହେଉଛି ଜଲେବି; କେଉଁ ଦେଶରୁ ଭାରତ ବର୍ଷକୁ ଆସିଥିଲା ଜଲେବି? ଜାଣନ୍ତୁ

Indian Sweet Recipe: ଦେଶରେ ଏପରି କୌଣସି ବ୍ୟକ୍ତି ନାହିଁ ଯିଏ ଜଲେବି ସ୍ୱାଦ ଚାଖି ନାହିଁ। ଦେଶର ଏକ ଲୋକପ୍ରିୟ ମିଠା କହିଲେ ବୁଝାଏ କହିଲେ ଏହାକୁ ବୁଝାଏ। କାରଣ ଦେଶର ଅଧିକାଂଶ ରାଜ୍ୟରେ ଉପଲବ୍ଧ ହୋଇଥାଏ ଜଲେବି। ଜଲେବି ଚାହିଦା କେବଳ ଭାରତ ବର୍ଷରେ ନାହିଁ। ବରଂ ପାକିସ୍ଥାନ, ବାଂଲାଦେଶ ଏବଂ ନେପାଳ ଭଳି ପଡୋଶୀ ଦେଶରେ ମଧ୍ୟ ଏହାର ବହୁତ ଚାହିଦା ରହିଛି। ଏହି ମିଠାକୁ ଭାରତର ଜାତୀୟ ମିଠା ମଧ୍ୟ କୁହାଯାଏ। କାରଣ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଆପଣଙ୍କୁ ମିଠା ଭାବରେ ଜଲେବୀ ମିଳିଯିବ। ଅଧିକାଂଶ ଲୋକ ଭାବନ୍ତି ଯେ ଜଲେବି ଭାରତରେ ଉଦ୍ଭାବିତ ହୋଇଥିଲେ। ହେଲେ ଏହା ପଛରେ ରହିଥିବା କାହାଣୀ ସମ୍ପୂର୍ଣ୍ଣ ଅଲଗା।

କେଉଁ ଦେଶର ମିଠା ହେଉଛି ଜଲେବି?
ଯଦି ଆପଣ ମଧ୍ୟ ଭାବୁଛନ୍ତି ଯେ ଜଲେବି (Jalebi) ହେଉଛି ଏକ ଭାରତୀୟ ମିଠା (Indian Sweet Recipe), ତାହେଲେ ଆପଣଙ୍କ ଧାରଣା ଭୁଲ। କାରଣ ଜଲେବି ପ୍ରକୃତରେ ହେଉଛି ଏକ ବିଦେଶୀ ମିଠା (Foreign Sweet Recipe)। ଆପଣଙ୍କୁ କହିରଖୁଛୁ ଯେ ଇରାନ (Iran) ଠାରେ ଜଲେବି ଉଦ୍ଭାବିତ ହୋଇଥିଲା। ଅବଶ୍ୟ ସେଠାରେ ଏହି ମିଠା ଜୁଲାବିୟା କିମ୍ବା ଜୁଲୁବିୟା (Julabiya or Julubiya) ନାମରେ ଜଣାଶୁଣା। ଯଦି ଜଲେବି ଇତିହାସ (Jalebi History) ଉପରେ ନଜର ପକାଯାଏ ତାହେଲେ କୁହାଯାଏ ଯେ ପ୍ରାୟ ୫୦୦ ବର୍ଷ ପୂର୍ବେ ତୁର୍କ ଆକ୍ରମଣକାରୀଙ୍କ (Turk invaders in India) କାରଣରୁ ଜାଲେବି ଭାରତ ମାଟିରେ (Jalebi in India) ପହଞ୍ଚିଥିଲେ। ଯେଉଁଠି ଏହି ମିଠାକୁ ବହୁତ ପସନ୍ଦ କରାଯାଇଥିଲା। ଜଲେବି ପ୍ରକୃତରେ ଆରବୀୟ ଶବ୍ଦ (Arabic Word)। 'କିତାବ-ଅଲ-ତବିକ' (Kitab al Tabikh) ନାମକ ମଧ୍ୟଯୁଗୀୟ ପୁସ୍ତକରେ ଆପଣଙ୍କୁ ଜଲେବି ବାବଦରେ ଉଲ୍ଲେଖ ପାଇବେ। ଯେଉଁଠାରେ ଏହାକୁ 'ଜଲାବିୟା' ନାମକ ଏକ ମିଠା ନାମରେ ପ୍ରସ୍ତୁତ କରାଯାଇଥିଲା।

ଜଲେବି ସହ ସମାନ ରହିଥିବା ମିଠା
ଆପଣ ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ସମେତ ଦେଶର ଅନ୍ୟ ରାଜ୍ୟରେ ଜଲେବୀ ମିଳିଯିବ। ଅନେକ ସ୍ଥାନରେ ଲୋକେ ଜଲେବି ପନୀର୍ କିମ୍ବା ଖୁଆ ସହିତ ଖାଇବାକୁ ପସନ୍ଦ କରିଥାନ୍ତି। ଏହା ବ୍ୟତୀତ, କିଛି ଲୋକ ମଧ୍ୟ ଅତି ଉତ୍ସାହର ସହିତ ଦହି ସହିତ ଜଲେବି ଖାଇଥାନ୍ତି। ବର୍ଷା ଏବଂ ଶୀତ ଋତୁରେ ମଧ୍ୟ ଜଳଖିଆ (Tiffin) ଭାବରେ ଜଲେବୀ ବହୁତ ପସନ୍ଦଯୋଗ୍ୟ ଖାଦ୍ୟ। ଜଲେବି ସହ ସମାନ ରହିଥିବା ଏକ ମିଠା ରହିଛି। ଯେଉଁ ମିଠା ବଜାରରେ ଇମରତି (Imarti) ନାମରେ ଜଣାଶୁଣା। ଅନେକ ସ୍ଥାନରେ ଇମରତି ପ୍ରସ୍ତୁତି କରିବାର ପଦ୍ଧତି ଏବଂ ସ୍ୱାଦ ଜାଲେବି ସହିତ ମେଳ ଖାଇଥାଏ। ବର୍ତ୍ତମାନ ଠାରୁ, ଯଦି କେହି ଆପଣଙ୍କୁ ପଚାରନ୍ତି ଜଲେବି କେଉଁଠାରେ ଉଦ୍ଭାବିତ ହୋଇଥିଲା, ତାହେଲେ ଆପଣ ଏହାର ଖବର ପଢିବା ପରେ ପାଇସାରିଥିବେ।