Trending Photos
Factory outlet:
ଆପଣଙ୍କ ନଜରରେ ବି ଫ୍ୟାକ୍ଟ୍ରି ଆଉଟଲେଟ୍ ପଡ଼ିଥିବ ଓ କେବେ ନା କେବେ ସେଭଳି ଆଉଟଲେଟରୁ କିଛି କିଣିଥିବେ । ତେବେ ଫ୍ୟାକ୍ଟ୍ରି ଆଉଟଲେଟକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଥାଏ । ଯେମିତି ଏହାକୁ କ’ଣ ପାଇଁ ଗୋଟିଏ କମ୍ପାନୀ ଆରମ୍ଭ କରେ ? ଅନ୍ୟ ଦୋକାନ ଅପେକ୍ଷା ସେଠାରେ ସାମଗ୍ରୀ ଶସ୍ତା କି? କ’ଣ ସତରେ ଏଭଳି ଦୋକନା ଗୁଡ଼ିକରେ ଡିଫେକ୍ଟ ବା ତ୍ରୁଟିପୂର୍ଣ୍ଣ ସାମଗ୍ରୀ ମିଳିଥାଏ କି ? ଏହା କିଛି ପରିମାଣରେ ସତ କିନ୍ତୁ ଏହା ଫ୍ୟାକ୍ଟ୍ରି ଆଉଟଲେଟର ସମ୍ପୂର୍ଣ୍ଣ ଚିତ୍ର ନୁହେଁ । ଆଜି ଆମେ ଆପଣଙ୍କୁ ଏହା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବାକୁ ଯାଉଛୁ । ଆସନ୍ତୁ ଜାଣିବା ଫ୍ୟାକ୍ଟ୍ରି ଆଉଟଲେଟ୍ କ’ଣ ଓ ତାହା କେମିତି କାମ କରିଥାଏ ।
ଫ୍ୟାକ୍ଟ୍ରି ଆଉଟଲେଟ୍ ଗୁଡିକ କ’ଣ?
ଫ୍ୟାକ୍ଟ୍ରି ଆଉଟଲେଟଗୁଡିକର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟକ୍ଷ ଖୁଚୁରା ଷ୍ଟୋର୍ କିମ୍ବା ୱେବସାଇଟ୍ ଅପେକ୍ଷା ଶସ୍ତା ମୂଲ୍ୟରେ ଉତ୍ପାଦ ଉପଲବ୍ଧ କରାଇବା । ଏପରିକି ବେଳେବେଳେ ସେଠାରେ ଉପଲବ୍ଧ ସାମଗ୍ରୀ ଅନ୍ୟ ସ୍ଥାନରେ ଉପଲବ୍ଧ ହୋଇନଥାଏ । ଆସନ୍ତୁ ବର୍ତ୍ତମାନ ଜାଣିବା କାହିଁକି ଫ୍ୟାକ୍ଟ୍ରି ଆଉଟଲେଟରେ ଶସ୍ତାରେ ସାମଗ୍ରୀ ଉପଲବ୍ଧ ହୋଇଥାଏ ?
ପ୍ରଥମ କାରଣ ହେଉଛି ଷ୍ଟକ୍ ହଟାଇବା । ଅନେକ ସମୟରେ କମ୍ପାନୀଗୁଡିକଙ୍କ ପାଖରେ ବିଗତ ସିଜନର ସାମଗ୍ରି କିମ୍ବା ଅପଡେଟ୍ ହୋଇଥିବା ଉତ୍ପାଦଗୁଡିକ ବଳକା ରହିଯାଆନ୍ତି, ଯାହାକୁ ଷ୍ଟୋରରେ ବିକ୍ରୟ କରିବା କଷ୍ଟକର ହୋଇଥାଏ । ଏଭଳି ଏହି ଉତ୍ପାଦଗୁଡିକୁ ଫ୍ୟାକ୍ଟ୍ରି ଆଉଟଲେଟରେ ଶସ୍ତା ମୂଲ୍ୟରେ ବିକ୍ରି କରାଯାଏ, ଯାହା ଦ୍ୱାରା ଷ୍ଟକ୍ ସଫା ହୋଇପାରିବ । ଦ୍ୱିତୀୟ କାରଣ ହେଉଛି ଉତ୍ପାଦରେ ଥିବା ସାମାନ୍ୟ ତ୍ରୁଟି ବା ଡିଫେକ୍ଟ । ଏହି ତ୍ରୁଟିଗୁଡିକ ଅତ୍ୟନ୍ତ ଆଖିଦୃଶିଆ ହୋଇନଥାନ୍ତି କିନ୍ତୁ ଏଗୁଡିକୁ ପ୍ରିମିୟମ ଷ୍ଟୋରରେ ବିକ୍ରି କରି କମ୍ପାନୀ ନିଜ ବ୍ରାଣ୍ଡକୁ କ୍ଷତି ପହଂଚାଇବାକୁ ଚାହାନ୍ତି ନାହିଁ । ସେଭଳି ଉତ୍ପାଦକୁ କମ୍ପାନୀ ନିଜ ଫ୍ୟାକ୍ଟ୍ରି ଆଉଟଲେଟରେ ଶସ୍ତାରେ ଉପଲବ୍ଧ କରିଥାଏ ।
ଉତ୍ପାଦଗୁଡିକ ତ୍ରୁଟିପୂର୍ଣ୍ଣ ହୋଇଥାନ୍ତି କି?
ଅନେକ ସମୟରେ କମ୍ପାନୀଗୁଡିକ କିଛି ନୂତନ ଉତ୍ପାଦ ଲଞ୍ଚ କରିବାକୁ ଚାହାଁନ୍ତି ଯାହା ଦ୍ୱାରା ସେମାନଙ୍କର ପୁରୁଣା ଷ୍ଟକ୍ ଅପସାରିତ ହୋଇପାରିବ ଏବଂ ନୂତନ ଷ୍ଟକ ଷ୍ଚୋରରେ ଜାଗା ପାଇପାରିବେ । ଏଥିପାଇଁ ସେମାନେ ପୁରୁଣା ଉତ୍ପାଦଗୁଡ଼ିକୁ ଆଉଟଲେଟକୁ ପଠାନ୍ତି । ଫ୍ୟାକ୍ଚ୍ରି ଆଉଟଲେଟରେ ଉତ୍ପାଦ ଶସ୍ତା ହୋଇଥାଏ କିନ୍ତୁ ସବୁବେଳେ ସେଠାରେ ଡିଫେକ୍ଟେଡ୍ ଉତ୍ପାଦ ମିଳେ ବୋଲି ଭାବିବା ଠିକ ନୁହେଁ । ଅନେକ ସମୟରେ କମ୍ପାନୀ ନିଜ ପୁରୁଣା ଷ୍ଟକକୁ ଖାଲି କରିବା ପାଇଁ ମଧ୍ଯ ଅଧିକ ରିହାତି ଦେଇ ଏଭଳି ଆଉଟଲେଟରେ ବିକ୍ରି କରିଥାନ୍ତି ।