କେନ୍ଦୁଝରରେ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ
Advertisement
Article Detail0/zeeodisha/odisha1149977

କେନ୍ଦୁଝରରେ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ

ସୋମବାର ଠାରୁ ଯୋଡା ସହରରେ ୧୪୪ ଧାରା ଜାରି ହେବା ସହ ୧୪ ପ୍ଲାଟୁନ୍ ପୁଲିସ୍ ମୁତୟନ କରାଯାଇଛି । ଯୋଡ଼ାରେ ଏବେ ପରିସ୍ଥିତି ଶାନ୍ତ ଥିବା ଜଣାଯାଇଛି ।

କେନ୍ଦୁଝରରେ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ

କେନ୍ଦୁଝର: ସୋମବାର ଅର୍ଥାତ ୧୧ ଏପ୍ରିଲ ଠାରୁ ଯୋଡା ସହରରେ ୧୪୪ ଧାରା ଜାରି ହେବା ସହ ୧୪ ପ୍ଲାଟୁନ୍ ପୁଲିସ୍ ମୁତୟନ କରାଯାଇଛି । ପ୍ରଶାସନ ପକ୍ଷରୁ କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ (Internet services) ମଧ୍ୟ ବନ୍ଦ କରି ଦିଆଯାଇଛି ।

ରାମନବମୀ (Ram Navami) ଅବସରରେ ଯୋଡ଼ାରେ ଆଖଡା ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରାରେ ଯୋଗ ଦେଇଥିବା ଲୋକମାନେ ଝଣ୍ଡା ଧରି ୪ ନମ୍ୱର ୱାର୍ଡରେ ଥିବା ଶିବ ମନ୍ଦିରକୁ ଯିବା ପାଇଁ ଚାହୁଁଥିଲେ । କିନ୍ତୁ ପୁଲିସ୍‌ ସେମାନଙ୍କୁ ଯିବାକୁ ଅନୁମତି ଦେଇନଥିଲା । ଗତକାଲି ସକାଳେ ପୁଣି ଥରେ ୫ ଜଣ ଯୁବକ ଝଣ୍ଡା ଧରି ମନ୍ଦିରକୁ ଯିବାକୁ ବାହାରିଥିଲେ ।

ପୁଲିସ ସେମାନଙ୍କୁ ବାରଣ କରିଥିଲା । ଯାହାଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଉତ୍ତ୍ୟକ୍ତ ଲୋକମାନେ ଷ୍ଟେଟ୍‌ ବ୍ୟାଙ୍କ ନିକଟ ହନୁମାନ ମନ୍ଦିର ପାଖରେ ରାସ୍ତା ଅବରୋଧ କରି ବସି ଥିଲେ । ଗତକାଲି ଅପରାହ୍ନରେ ପୁଣି ଥରେ ଝଣ୍ଡା ଧରି ସେମାନେ ମନ୍ଦିରକୁ ଯାଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିଥିଲେ । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଉଭୟ ପକ୍ଷରୁ ଭଙ୍ଗାରୁଜା ସହ ପ୍ରବଳ ଟେକାପଥର ଓ କାଚ ବୋତଲ ମାଡ଼ ହୋଇଥିଲା । ଏଥିରେ କିଛି ବ୍ୟକ୍ତି ଆହତ ହୋଇଥିଲେ ।

ଅଧିକ ଗଣ୍ଡଗୋଳ ଆଶଙ୍କାରେ  ପ୍ରଶାସନ ପକ୍ଷରୁ କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି । ଗତକାଲିଠୁ ଯୋଡା ସହରରେ ୧୪୪ ଧାରା ଜାରି ହେବା ସହ ୧୪ ପ୍ଲାଟୁନ୍ ପୁଲିସ୍ ମୁତୟନ କରାଯାଇଛି । ଯୋଡ଼ାରେ ଏବେ ପରିସ୍ଥିତି ଶାନ୍ତ ଥିବା ଜଣାଯାଇଛି ।

ଏହା ବି ପଢନ୍ତୁ: PM ମୋଦି ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶାହବାଜଙ୍କୁ ଜଣାଇଲେ ଅଭିନନ୍ଦନ; ଦେଲ ଏହି ବାର୍ତ୍ତା