Budh Nakshatra Parivartan 2024: ଜ୍ୟୋତିଶ ଶାସ୍ତ୍ରରେ ବୁଧଙ୍କୁ (mercury) ଗ୍ରହମାନଙ୍କର ରାଜକୁମାର ବୋଲି ବିବେଚନା କରାଯାଏ। ଏହି କ୍ରମରେ ବୁଧ (Budh Gochar 2024) ଜାନୁଆରୀ ୨୦ ଦିନ ଅପରାହ୍ନ ୩ଟା ୪୫ ମିନିଟ୍ ସମୟରେ ନକ୍ଷେତ୍ର ପରିବର୍ତ୍ତନ କରି ପୂର୍ବଶ୍ରଦ୍ଧା ନକ୍ଷେତ୍ରରେ (Purvashadha Nakshatra) ପ୍ରବେଶ କରିବେ । ବୁଧଙ୍କର ଏହି ନକ୍ଷେତ୍ର ପରିବର୍ତ୍ତନ ତିନି ରାଶିକୁ ଶୁଭଫଳ ପ୍ରଦାନ କରିବ।
Trending Photos
Budh Nakshatra Parivartan 2024: ଜ୍ୟୋତିଶ ଶାସ୍ତ୍ରରେ ବୁଧଙ୍କୁ (mercury) ଗ୍ରହମାନଙ୍କର ରାଜକୁମାର ବୋଲି ବିବେଚନା କରାଯାଏ। କେବେଳ ସେତିକି ନୁହେଁ, ବୁଧଙ୍କୁ ବୁଦ୍ଧି ଏବଂ ବ୍ୟବସାୟର କାରକ ବୋଲି କୁହାଯାଏ। ଗ୍ରହମାନଙ୍କର ରାଶି ବା ନକ୍ଷେତ୍ର ପରିବର୍ତ୍ତନ ରାଶିଚକ୍ରରେ ଥିବା ସମସ୍ତ ୧୨ଟି ରାଶି ଉପରେ ପ୍ରଭାବ ପକାଇଥାଏ । ଏହି କ୍ରମରେ ବୁଧ (Budh Gochar 2024) ଜାନୁଆରୀ ୨୦ ଦିନ ଅପରାହ୍ନ ୩ଟା ୪୫ ମିନିଟ୍ ସମୟରେ ନକ୍ଷେତ୍ର ପରିବର୍ତ୍ତନ କରି ପୂର୍ବଶ୍ରଦ୍ଧା ନକ୍ଷେତ୍ରରେ (Purvashadha Nakshatra) ପ୍ରବେଶ କରିବେ । ବୁଧଙ୍କର ଏହି ନକ୍ଷେତ୍ର ପରିବର୍ତ୍ତନ ତିନି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ...
ALSO READ : Today Horoscope: ସାବଧାନ୍ ରୁହନ୍ତୁ ଏହି ସବୁ ରାଶି ! ରହିଛି ଧନହାନୀର ଯୋଗ
ଧନୀ ହେବେ ଏହି ତିନି ରାଶି:
କନ୍ୟା: ବୁଧଙ୍କ ନକ୍ଷେତ୍ର ପରିବର୍ତ୍ତନ , ଏହି ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ। ଏହି ଅବଧି ମଧ୍ୟରେ ଆକସ୍ମିକ ଧନଲାଭର ଯୋଗ ରହିଛି। କ୍ୟାରିୟର ଓ ବ୍ୟବସାୟରେ ବିପୁଳ ସଫଳତା ହାସଲ କରିବେ। ଆତ୍ମ ବିଶ୍ବାସ ବୃଦ୍ଧି ପାଇବା ସହ କର୍ମକ୍ଷେତ୍ରରେ ଆପଣ କରିଥିବା କାର୍ଯ୍ୟକୁ ନେଇ ବରିଷ୍ଠ ଅଧିକାରୀ ପ୍ରଶଂସା କରିବେ। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଆୟର ଉତ୍ସ ବଢିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ । ବୈବାହିତ ଜୀବନ ସୁଖମୟ ହେବ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି ।
ତୁଳା : ବୁଧଙ୍କ ନକ୍ଷେତ୍ର ପରିବର୍ତ୍ତନ ତୁଳା ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ରହିବ। ବର୍ଷ ୨୦୨୪ ଏହି ଲୋକଙ୍କ ପାଇଁ ବରଦାନ ପାଲଟିବ। ଆର୍ଥିକ ସ୍ଥିତି ମଜବୁତ୍ ହେବା। ଚାକିରି କରୁଥିଲେ ପଦୋନ୍ନତିର ଯୋଗ ରହିଛି। ଏପରିକି ନୂତନ ନିଯୁକ୍ତି ଅଫର ବି ଆପଣ ପାଇ ପାରନ୍ତି। କାରବାର ପାଇଁ ସମୟ ଶୁଭ ରହିଛି । ଆପଣ ବିନିଯୋଗରୁ ଲାଭବାନ ହେବେ । ବ୍ୟବସାୟରେ ଅଗ୍ରଗତି ହେବାର ସମ୍ଭାବନା ରହିଛି।
ବିଛା: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପ୍ରେମ ଜୀବନରେ ମଧୁରତା ଆସିବ । ଅବିବାହିତଙ୍କ ବିବାହ ନେଇ ଯୋଗ ଫିଟିବ । ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ। ଯେଉଁମାନେ ଚାକିରି ଖୋଜୁଛନ୍ତି , ସେମାନେ ଏହି ସମୟରେ ନୂତନ ଚାକିରି ଅଫର ବି ପାଇ ପାରନ୍ତି। ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି ।
(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)