କଣ ଆପଣ ଅତ୍ୟଧିକ ଗୋଲମରିଚ ଖାଉଛନ୍ତି କି ? ସାବଧାନ ଲାଭ ବଦଳରେ ଶରୀରକୁ ଦେଇପାରେ କ୍ଷତି
Advertisement
Article Detail0/zeeodisha/odisha1446900

କଣ ଆପଣ ଅତ୍ୟଧିକ ଗୋଲମରିଚ ଖାଉଛନ୍ତି କି ? ସାବଧାନ ଲାଭ ବଦଳରେ ଶରୀରକୁ ଦେଇପାରେ କ୍ଷତି

ଗୋଲମରିଚ ଏକ ଆୟୁର୍ବେଦିକ ଔଷଧ ଭାବରେ ବିବେଚନା କରାଯାଏ। ଯାହା ମାଧ୍ୟମରେ ଅନେକ ରୋଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ଏହାକୁ ଅତ୍ୟଧିକ ଖାଆନ୍ତି  ତେବେ ଅନେକ କ୍ଷତି ଭୋଗିବାକୁ ପଡିପାରେ । 

କଣ ଆପଣ ଅତ୍ୟଧିକ ଗୋଲମରିଚ ଖାଉଛନ୍ତି କି ?  ସାବଧାନ ଲାଭ ବଦଳରେ ଶରୀରକୁ ଦେଇପାରେ କ୍ଷତି

ଗୋଲମରିଚ ଏପରି ଏକ ମସଲା ଯାହା ପ୍ରାୟତଃ ପ୍ରତ୍ୟେକ ଭାରତୀୟ ଘରେ ବ୍ୟବହୃତ ହୋଇଥାଏ । ଯଦି ଏହାକୁ ଆପଣ କୌଣସି ବ୍ୟଞ୍ଜନରେ ମିଶାନ୍ତି ତେବେ ଖାଦ୍ୟର ସ୍ବାଦକୁ ଦ୍ବିଗୁଣିତ କରିଥାଏ । ଅନ୍ୟପଟେ କିଛି ଲୋକେ ଏହାକୁ ଆୟୁର୍ବେଦିକ ଔଷଧ ଭାବରେ ମଧ୍ୟ ବ୍ୟବହାର କରିଥାଆନ୍ତି । ବାସ୍ତବରେ ଏହାର କାଢା ତିଆରି କରି ପିଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । କିନ୍ତୁ କିଛି ଲୋକେ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଅତ୍ୟଧିକ ଗୋଲମରିଚ ଖାଇବା ଆରମ୍ଭ କରିଥାଆନ୍ତି ଯାହା ସ୍ବାସ୍ଥ୍ୟ ପାଇଁ ଲାଭ ବଦଳରେ କ୍ଷତି କରିଥାଏ । 

ଅତ୍ୟଧିକ ଗୋଲମରିଚ ଖାଇବାର କ୍ଷତି-
୧- ନିଶ୍ବାସ ନେବାରେ ଅସୁବିଧା-
ଯଦି ଆପଣ ଅତ୍ୟଧିକ ଗୋଲମରିଚ ଖାଉଛନ୍ତି ତେବେ ଆପଣଙ୍କୁ ନିଶ୍ବାସ ନେବାରେ ଅସୁବିଧା ହୋଇପାରେ କାରଣ ଏହା ଶ୍ବାସକ୍ରିୟା ଜନିତ ସମସ୍ୟାକୁ ବଢାଇପାରେ । ଏହି କାରଣରୁ ଅକ୍ସିଜେନ ପ୍ରବାହକୁ ପ୍ରଭାବିତ କରିଥାଏ । 

Also Read ; ପ୍ରତ୍ୟେକ ଦିନ ଖାଆନ୍ତୁ ଛତୁ, ଶରୀରକୁ ମିଳିବ ଅନେକ ଉପକାରିତା

୨-ଚର୍ମ ରୋଗ- 
ସମସ୍ତେ ଚାହାନ୍ତି ସୁନ୍ଦର ଚେହେରା ଓ ଚମକଦାର ଚେହେରା ହେଉ। ଏଥିପାଇଁ ଚର୍ମର ଆର୍ଦ୍ରତା ଅକ୍ଷୁର୍ଣ୍ଣ ରହିବା ଆବଶ୍ୟକ ।  ଯେହେତୁ ଗୋଲମରିଚର ପ୍ରଭାବ ଗରମ ଥାଏ ତାହା ଚର୍ମର ଆର୍ଦ୍ରତା କମ କରିଥାଏ ଏବଂ ଚେହେରାରେ କୁଞ୍ଚନ,କୁଣ୍ଡାଇ ହେବା ,ଲାଲ ବ୍ରଣ ହେବା ଦେଖିବାକୁ ମିଳିଥାଏ । 

୩-ପେଟରେ ଅଲସର-
ଯେଉଁ ମାନେ ଅଧିକମାତ୍ରାରେ ଗୋଲମରିଚ ଖାଉଛନ୍ତି ସେମାନଙ୍କ ପେଟରେ ସମସ୍ୟା ହୋଇପାରେ । ସମସ୍ୟା ଭିତରେ ପେଟରେ ଅଲସର ଅନ୍ତର୍ଭୁକ୍ତ । ଯଦି ଆପଣ ଗୋଲମରିଚକୁ ସୀମିତ ପରିମାଣରେ ଖାଉଛନ୍ତି ତେବେ ନିଜ ଡାଏଟିସିଆନଙ୍କ ପରାମର୍ଶ ନେଇ ଖାଇପାରିବେ । 
୪- ଗର୍ଭାବସ୍ଥାରେ କ୍ଷତି- 
ଯଦି ଆପଣ ଜଣେ ଗର୍ଭବତୀ ମହିଳା ତେବେ ଆପଣ ଏପରି ଜିନିଷ ଖାଇବା ଉଚିତ୍ ନୁହେଁ ଯାହାର ଗରମ ପ୍ରଭାବ ରହିଛି । ଅଧିକ ମାତ୍ରାରେ ଗୋଲମରିଚ ଖାଇବା ଦ୍ବାରା ସ୍ତନ୍ୟପାନରେ ସମସ୍ୟା ସୃଷ୍ଟି ହୋଇପାରେ । ଯେଉଁ କାରଣରୁ କ୍ଷୀର ପିଉଥିବା ପିଲାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।