କଣ ଆପଣ ବି କେଶରେ ତେଲ ଲଗାନ୍ତି ନାହିଁ , ହୋଇପାରେ ଏ ଭଳି କ୍ଷତି !
Advertisement
Article Detail0/zeeodisha/odisha1257161

କଣ ଆପଣ ବି କେଶରେ ତେଲ ଲଗାନ୍ତି ନାହିଁ , ହୋଇପାରେ ଏ ଭଳି କ୍ଷତି !


 କେଶରେ ତେଲ ଲଗାଇବା ଯେ କେବଳ ଆପଣ କେଶ ପାଇଁ ଲାଭଦାୟକ ତାହା ନୁହେଁ ବରଂ ଆପଣଙ୍କ ତ୍ବଚା ପାଇଁ ମଧ୍ୟ ଲାଭଦାୟକ ଅଟେ । ସେଥିପାଇଁ କେଶରେ ତେଲ ଲଗାଇବା ଅତ୍ୟନ୍ତ ଜରୁରୀ ଅଟେ । ଆସନ୍ତୁ ଜାଣିବା କି କେଶରେ ତେଲ ନ ଲଗାଇଲେ କଣ ଅସୁବିଧା ହୁଏ । 
  

କଣ ଆପଣ ବି କେଶରେ ତେଲ ଲଗାନ୍ତି ନାହିଁ , ହୋଇପାରେ ଏ ଭଳି କ୍ଷତି !

ସାଧାରଣତଃ ଆପଣ ସୁ୍ନ୍ଦର ଦେଖାଯିବା ପାଇଁ ପ୍ରଥମେ ନିଜର ସୁସ୍ଥ କେଶ ପ୍ରତି ଯତ୍ନବାନ ହେବା ନିହାତି ଜରୁରୀ । କେଶର ସଠିକ୍ ଯତ୍ନ ନେବା ସହ ଶକ୍ତ ଏବଂ ଚମକ ରଖିବା ପାଇଁ ଆପଣ ସମୟ ସମୟରେ ତେଲ ଲଗାଇବା ଆବଶ୍ୟକ । କିନ୍ତୁ ସାଧାରଣତଃ ବହୁ ଲୋକେ କେଶରେ ତେଲ ଲଗାନ୍ତି ନାହିଁ । କିନ୍ତୁ କିଛି ଲୋକେ କେଶରେ ଚମକ ଆଣିବା ପାଇଁ ପ୍ରତ୍ୟେକ ଦିନ ତେଲ ମାଲିସ କରିଥାଆନ୍ତି । ଆପଣଙ୍କୁ କହି ରଖୁଛୁ କି କେଶରେ ଅଧିକ ତେଲ ଲଗାଇବା ବି  ଅନେକ କ୍ଷତି ହୋଇଥାଏ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣ କେଶରେ ତେଲ ଲଗାଇବା ଉଚିତ୍ ନୁହେଁ । କେଶରେ ତେଲ ଲଗାଇବା ଯେ କେବଳ ଆପଣ କେଶ ପାଇଁ ଲାଭଦାୟକ ତାହା ନୁହେଁ ବରଂ ଆପଣଙ୍କ ତ୍ବଚା ପାଇଁ ମଧ୍ୟ ଲାଭଦାୟକ ଅଟେ । ସେଥିପାଇଁ କେଶରେ ତେଲ ଲଗାଇବା ଅତ୍ୟନ୍ତ ଜରୁରୀ ଅଟେ । ଆସନ୍ତୁ ଜାଣିବା କି କେଶରେ ତେଲ ନ ଲଗାଇଲେ କଣ ଅସୁବିଧା ହୁଏ । 
  
କେଶରେ ତେଲ ନ ଲଗାଇବାର କ୍ଷତି -

୧- କେଶରେ ତେଲ ନ ଲଗାଇବା ଦ୍ବାରା ଆପଣଙ୍କ କେଶ ଶୁଷ୍କ ହୋଇଯାଏ । ଏହି କାରଣରୁ ଆପଣଙ୍କ ଅଧିକ କେଶ ଦୁର୍ବଳ ହୋଇଥାଏ । 

୨- ଗ୍ରୀଷ୍ମଋତୁରେ ଆପଣଙ୍କ ମୁଣ୍ଡରେ ଅଧିକ ଆର୍ଦ୍ରତା ଦେଖିବାକୁ ମିଳେ ସେଥିପାଇଁ ତେଲ ମାଲିସ କରିବା ଜରୁରୀ । 

୩- ଆପଣଙ୍କ ସ୍କେଲପ ବା ମୁଣ୍ଡର ସିନ୍ତାଣିରେ କୁଞ୍ଚନ ନ ଆସିବା ପାଇଁ ତେଲ ମାଲିସ କରିବା ଆବଶ୍ୟକ । 

୪- ଯଦି ଆପଣ କେଶରେ ତେଲ ନ ଲଗାନ୍ତି ତେବେ ଆପଣଙ୍କ କେଶରେ ଶୁଷ୍କତା ସହ ରୂପି ହେବାର ସମସ୍ୟା ମଧ୍ୟ ଉପୁଜି ପାରେ । 

୫- ଆପଣ କେଶରେ ତେଲ ମାଲିସ ନ କରନ୍ତି ତେବେ ଆପଣଙ୍କ କେଶରୁ ପୋଷକ ତତ୍ତ୍ବ ମିଳି ନଥାଏ  ଏହା ସହ କେଶ ଝଡିବା ଆରମ୍ଭ ହୋଇଥାଏ । 

Also Read ; ଶ୍ରାବଣ ମାସରେ ଆମିଷ ଖାଇବା ଉଚିତ୍ ନୁହେଁ, ଧାର୍ମିକ ଓ ବୈଜ୍ଞାନିକ କାରଣ ଜାଣନ୍ତୁ https://zeenews.india.com/hindi/zeeodisha/lifestyle/scientific-reasons-behind-not-to-eat-non-veg-in-sawan/1255719

 

 

କେଶରେ ତେଲ ମାଲିସ କରିବା କାହିଁକି ଜୁରରୀ-

୧- କେଶରେ ତେଲ ନ ଲଗାଇଲେ ଅନେକ ସମସ୍ୟା ହୋଇପାରେ କାରଣ କେଶରେ ପର୍ଯ୍ୟାପ୍ତ ପୋଷକ ତତ୍ତ୍ବ , କେଶ ବୃଦ୍ଧି ହେବା ପାଇଁ ଆପଣ ସମୟ ସମୟରେ ତେଲ ମାଲିସ କରିବା ଜରୁରୀ । 

୨-  କେଶକୁ ମଜବୁତ କରିବା ଏବଂ ସୁସ୍ଥ ରଖିବା ପାଇଁ ତେଲ ଲଗାଇବା ଆବଶ୍ୟକ । 

୩- କେଶ ଯଦି ଶୁଷ୍କ ଏବଂ ଝଡୁଛି ଏବଂ ଚମକ ନାହିଁ ତେବେ ଆପଣ ନିହାତି ଭାବରେ ତେଲ ମାଲିସ କରନ୍ତୁ । 

୪- କେଶକୁ ହାଇଡ୍ରେଟ୍ ରଖିବା ପାଇଁ ତେଲ ଲଗାଇବା ଆବଶ୍ୟକ ଅଟେ । 

୫- କେଶ ବୃଦ୍ଧିରେ ସହାୟକ ହୁଏ ତେଲ ମାଲିସ ।