୨ ବର୍ଷରୁ ଉର୍ଦ୍ଧ୍ବ ପିଲାଙ୍କୁ ଦିଅନ୍ତୁ ଏସବୁ ଖାଦ୍ୟ: ମିଳିଥାଏ ବଡ ଲାଭ
Advertisement
Article Detail0/zeeodisha/odisha1350352

୨ ବର୍ଷରୁ ଉର୍ଦ୍ଧ୍ବ ପିଲାଙ୍କୁ ଦିଅନ୍ତୁ ଏସବୁ ଖାଦ୍ୟ: ମିଳିଥାଏ ବଡ ଲାଭ

HealthTips : ସାଧାରଣତଃ ଶିଶୁଟି ଦୁଇ ବର୍ଷ ପରେ ବିଭିନ୍ନ ପ୍ରକାର ଖାଦ୍ୟ (food)ସାମଗ୍ରୀ ଖାଇବା ଧିରେ ଧିରେ ଆରମ୍ଭ କରେ। ଅଧିକାଂଶ ବାପାମାଆ ନିଜ ଛୁଆକୁ ୨ ବର୍ଷ ହେବା ପରେ କଣ ଖାଇବାକୁ ଦେବ ? କେଉଁ ସମୟରେ ଖାଇବାକୁ ଦେବେ ତାହା ଜାଣି ପାରନ୍ତି ନାହିଁ । ଫଳରେ ଶିଶୁଟିକୁ ଠିକ୍ ଭାବରେ ପୋଷଣ ମିଳି ନ ଥାଏ।

ସୌଜନ୍ୟ : ସୋସିଆଲ ମିଡିଆ

HealthTips : ସାଧାରଣତଃ ଶିଶୁଟି ଦୁଇ ବର୍ଷ ପରେ ବିଭିନ୍ନ ପ୍ରକାର ଖାଦ୍ୟ (food) ସାମଗ୍ରୀ ଖାଇବା ଧିରେ ଧିରେ ଆରମ୍ଭ କରେ।  ଅଧିକାଂଶ ବାପାମାଆ ନିଜ ଛୁଆକୁ ୨ ବର୍ଷ ହେବା ପରେ କଣ ଖାଇବାକୁ ଦେବ ? କେଉଁ ସମୟରେ ଖାଇବାକୁ ଦେବେ ତାହା ଜାଣି ପାରନ୍ତି ନାହିଁ । ଫଳରେ ଶିଶୁଟିକୁ ଠିକ୍ ଭାବରେ ପୋଷଣ  ମିଳି ନ ଥାଏ। ଶିଶୁଟି ରୋଗାକ୍ରାନ୍ତ ହେବା ସହ ବୈଦ୍ଧିକ ଓ ଶାରିରୀକ ବିକାଶ ମଧ୍ୟ ଠିକ୍ ଭାବେ ଘଟେ ନାହିଁ।  ଆଜି ଆମେ ଆପଣଙ୍କୁ କହିବୁ ୨ ବର୍ଷରୁ ଅଧିକ ବର୍ଷ ଛୁଆ ମାନଙ୍କୁ ଆପଣ କଣ ଖାଇବାକୁ ଦେବେ। ଯାହା ସେମାନଙ୍କ ମାନଷିକ ଓ ଶାରିରୀକ ବିକାଶରେ ସହାୟକ ହେବ। 

 

ଅଣ୍ତାରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଛି । ଯାହା ପିଲାଙ୍କ ବୌଦ୍ଧିକ ବିକାଶରେ ବେଶ ସହାୟକ ହୋଇଥାଏ। ଏହା ପିଲାମାନଙ୍କୁ ଶକ୍ତି ଯୋଗାଇବା ସହିତ କୋଷ ନିର୍ମାଣ(building cells) ରେ ସହାୟକ ହୋଇଥାଏ। ଅଣ୍ତାରେ ପ୍ରଚୁର ପରିମାଣରେ ପ୍ରୋଟିନ ଥିବାରୁ ପିଲାମାନେ ଏହାକୁ ଖାଦ୍ୟରେ ବ୍ୟବହାର କଲେ । ସେମାନଙ୍କୁ ଥକ୍କା ପଣି ଆସି ନ ଥାଏ। ଏପରିକି ଅଣ୍ତା ଖାଇବା ଦ୍ବାରା ହାଡ ଯନ୍ତ୍ରଣା (bone pain) ମଧ୍ୟ ହୋଇ ନ ଥାଏ। ଏହାସହ ସଂକ୍ରମଣ ବିରୋଧରେ ଲଢିବା ପାଇଁ ଇମ୍ୟୁନିଟି ବୁଷ୍ଟରକୁ ବଢାଇଥାଏ। 

ସେହିପରି ଦୁଗ୍ଧ ମଧ୍ୟ ଶିଶୁଙ୍କ ଶାରିରୀକ ଓ ମାନଷିକ ବିକାଶ ପାଇଁ ବେଶ ସହାୟକ ହୋଇଥାଏ। କାହିଁକିନା ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଡି ଓ କ୍ୟାଲସିୟମ ଭରି ରହିଛି। ଯାହା ପିଲାଙ୍କ ହାଡକୁ ସୁସ୍ଥ ରଖିବା ସହ ଦାନ୍ତ ଓ ହାଡକୁ ମଜବୁଜ କଲେ । ବ୍ଲଡସ୍ତରକୁ ଠିକ୍ ଭାବରେ ନିୟନ୍ତ୍ରଣ ମଧ୍ୟ କରିଥାଏ। ଦୁଗ୍ଧରେ ଭିଟାମିନ ଡି ଥିବାରୁ ପିଲାଙ୍କୁ କୌଣସି ରୋଗ ସହଜରେ ସଂକ୍ରମିତ ହୋଇ ନ ଥାଏ।  

ପାଳଙ୍ଗ ଶାଗ ଯାହା ପିଲାଙ୍କ ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ । ଏଥିରେ ଭିଟାମିନ (vitamins C, A, and K)  ଏ, ବି ଓ କେ ରହିଛି। ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ(calcium ), ପୋଟାସିୟମ୍ (potassium) ଓ ଆଇରନ ଭରପୁର ମାତ୍ରାରେ ରହିୁଛି। ଯାହା ହିମୋଗ୍ଲୋବିନ ସ୍ତର(hemoglobin level ) ଓ (brain power) ବୈଦ୍ଧିକ ବିକାଶରେ ସହାୟକ ହୋଇଥାଏ। ଏହା ଯକୃତ(liver)କୁ ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧ ଶକ୍ତିକୁ ବୃଦ୍ଧି କରିଥାଏ। 

ସେହିପରି ପିଲାଙ୍କ ସ୍ବାସ୍ଥ୍ୟ ପାଇଁ ବେଶ ହିତକର ହେଉଛି ଗାଜର ( Carrots) । ଗାଜରରେ ଭିଟାମିନ ଏ' (Carrots A rich source of vitamin A) ରହିଛି। ପିଲାମାନେ ଦୈନିକ ଗାଜର ଖାଇବା ଦ୍ବାରା ସେମାନଙ୍କ ଦୃଷ୍ଟି ଶକ୍ତି ଠିକ ରହିଥାଏ। କେବେଳ ସେତିକି ନୁହେଁ,ଦାନ୍ତ ମଜବୁତ ହେବା ସହିତ ପେଟର ସଂକ୍ରମଣକୁ ରୋକିବାରେ ସହାୟକ ହୋଇଥାଏ।  କୋଷ୍ଠକାଠିନ୍ୟ ରୋକିବା ପାଇଁ ବହୁତ ଭଲ କାମ କରିଥାଏ ଗାଜର । ସେହିପରି କମଳା (Oranges) ମଧ୍ୟ ପିଲାଙ୍କ ସ୍ବାସ୍ଥ୍ୟ ପାଇଁ ବେଶ ଉପାଦେୟ। କମଳାରେ ପ୍ରଚୁର ପରିମାଣରେ ଭିଟାମିନ୍ ସି' (vitamin C) ରହିଛି।  ଯାହା ଇମ୍ୟୁନିଟି ସିଷ୍ଟମକୁ ଷ୍ଟ୍ରଙ୍ଗ କରିବା ସହ ଥଣ୍ତା ଓ କାଶରୁ ପିଲାଙ୍କୁ ରକ୍ଷା କରେ। 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)