Healthy Eating: ଅଭ୍ୟାସ ବଶତଃ ଆମେ ବଳି ପଡ଼ିଥିବା ଖାଦ୍ୟକୁ ନଷ୍ଟ ନକରି ପରଦିନ ପୁଣି ଗରମ କରି ଖାଇଥାନ୍ତି । କିନ୍ତୁ ଏପରି କିଛି ଖାଦ୍ୟ ପଦାର୍ଥ ରହିଛି, ଯାହାକୁ ଦ୍ୱିତୀୟ ଥର ଗରମ କରି ଖାଇଲେ ଏହା ଆପଣଙ୍କ ପାଇଁ ମହଙ୍ଗା ହୋଇପାରେ ।
Trending Photos
Health tips: ଏକଥା ଅତି ସାଧାରଣ କଥା ଯେ ଖାଦ୍ୟ ବଳକା ରହିବା ପରେ ଆମେ ତାକୁ ଦ୍ୱିତୀୟ ଥର ଗରମ (reheating) କରି ଖାଇଥାନ୍ତି । ଏପରିକି ବେଳେବେଳେ ଗତକାଲିଠାରୁ ଫ୍ରିଜରେ ରଖାଯାଇଥିବା ଖାଦ୍ୟକୁ ଲୋକେ ପୁଣିଥରେ ଗରମ କରି ଖାଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି କେଉଁ ଖାଦ୍ୟକୁ ଦ୍ୱିତୀୟ ଥର ଗରମ କରି ଖାଇଲେ ଏହା ଶରୀରରେ ବିଷକ୍ରିୟା ସୃଷ୍ଟି କରିଥାଏ ବା ବିଶାକ୍ତ ହୋଇଯାଇଥାଏ ।
ଅଭ୍ୟାସ ବଶତଃ ଆମେ ବଳି ପଡ଼ିଥିବା ଖାଦ୍ୟକୁ ନଷ୍ଟ ନକରି ପରଦିନ ପୁଣି ଗରମ କରି ଖାଇଥାନ୍ତି । କିନ୍ତୁ ଏପରି କିଛି ଖାଦ୍ୟ ପଦାର୍ଥ ରହିଛି, ଯାହାକୁ ଦ୍ୱିତୀୟ ଥର ଗରମ କରି ଖାଇଲେ ଏହା ଆପଣଙ୍କ ପାଇଁ ମହଙ୍ଗା ହୋଇପାରେ । ଏକଥା ଆପଣ ଜାଣିବା ବେଶ୍ ଜରୁରୀ ଯେ କେଉଁ ଖାଦ୍ୟକୁ ଦ୍ୱିତୀୟ ଥର ଗରମ କଲେ ଏହା ବିଷାକ୍ତ ହୋଇଯାଇଥାଏ । ଏବେ ଜାଣି ନିଅନ୍ତୁ କେଉଁ ଖାଦ୍ୟକୁ ଦ୍ୱିତୀୟ ଥର ଗରମ କରିବା ଅନୁଚିତ ।
ପାଳଙ୍ଗ ଓ ଅନ୍ୟ ସବୁଜ ପରିବା
ଯଦି କେବେ ଖାଇବା ପରେ ପାଳଙ୍ଗ ଶାଗ କିମ୍ବା ଅନ୍ୟ ଶାଗ ବଳିପଡୁଛି, ଏହାକୁ ଦ୍ୱିତୀୟ ଥର ଗରମ କରି ଖାଇବା ଅନୁଚିତ । କାରଣ ପାଳଙ୍ଗ ଶାଗରେ ଅଧିକ ମାତ୍ରାରେ ଆଇରନ ରହିଛି । ଦ୍ୱିତୀୟ ଥର ଏହାକୁ ଗରମ କରିବା ପରେ ଏହା ଅକ୍ସିଡାଇଜ ହୋଇଯାଇଥାଏ । ଆଇରନର ଅକ୍ସିଡେସନ ଶରୀରରେ ଗମ୍ଭୀର ସମସ୍ୟା ସୃଷ୍ଟି କରିଥାଏ ।
ଭାତ
ଚାଉଳରେ ଥିବା କିଛି ନିର୍ଦ୍ଦିଷ୍ଟ ଜୀବାଣୁ ରୋଷେଇ କରିବା ପରେ ମଧ୍ୟ ମହଜୁଦ ରହିଥାଏ । କିନ୍ତୁ ଥରେ ଗରମ ହେବା ପରେ କିଛି ସମୟ ପରେ ଏହି ଜୀବାଣୁ ବ୍ୟାକ୍ଟିରିଆରେ ପରିବର୍ତ୍ତନ ହୋଇଯାଇଥାଏ । କିନ୍ତୁ ଦ୍ୱିତୀୟ ଥର ଆପଣ ଏହାକୁ ଗରମ କରି ଖାଇଲେ ଏହା ଶରୀରରେ ଫୁଡ ପଏଜନିଂ ହୋଇଥାଏ ।
ଛତୁ
ଛତୁ ରୋଷଇ କରିବା ପରେ ଏହାକୁ ତୁରନ୍ତ ଖାଇବା ଉଚିତ । କାରଣ ଛତୁରେ ଏପରି କିଛି ତତ୍ତ୍ୱ ରହିଥାଏ, ଯାହା ଥଣ୍ଡା ହେବା ପରେ ବିଷାକ୍ତ ହୋଇଯାଇଥାଏ । ଯଦି କେବେ ଖାଇବା ପରେ ଛତୁ ବଳି ପଡୁଛି, ଏହାକୁ ପରେ କେବେ ବି ଗରମ କରି ଖାଆନ୍ତୁ ନାହିଁ ।
ଆଳୁ
ଆଳୁ ଏକ ସାଧାରଣ ଖାଦ୍ୟ । ଯେଉଁଥିରେ ବିଭିନ୍ନ ପ୍ରକାର ତରକାରୀ ପ୍ରସ୍ତୁତ ହୋଇଥାଏ । ଅନେକ ସମୟରେ ସକାଳ ପାଇଁ ରାତିରୁ ଆଳୁକୁ ସିଝାଇ ଲୋକେ ଫ୍ରିଜରେ ରଖିଥାନ୍ତି । କିନ୍ତୁ ଆଳୁ ସିଝିବା ପରେ ଥଣ୍ଡା ହୋଇଗଲେ ଏଥିରେ ଥିବା ପୋଷକ ତତ୍ତ୍ୱ ବିଷାକ୍ତ ହୋଇଯାଇଥାଏ ।
ବିଟରୁଟ
ବିଟରେ ଅଧିକ ପରିମାଣରେ ନାଇଟ୍ରେଟ ରହିଥିବାରୁ ଏହାକୁ ଦ୍ୱିତୀୟ ଥର ଗରମ କରିବା ପରେ ଏହା ବିଷାକ୍ତ ହୋଇଯାଇଥାଏ । ଦ୍ୱିତୀୟ ଥର ଗରମ କରି ଖାଇଲେ ଫୁଡ ପଏଜନିଂ ଆଶଙ୍କା ଥାଏ ।
ଆମିଷ
ଅଣ୍ଡା, ମାଂସରେ ପ୍ରୋଟିନ ସହିତ ନାଇଟ୍ରୋଜେନ ରହିଥିବାରୁ ଏହାକୁ ଥଣ୍ଡା ହେବା ପରେ ଖାଇବା ଅନୁଚିତ । ଦ୍ୱିତୀୟ ଥର ଏହାକୁ ଗରମ କରି ଖାଇଲେ ଏହା ଶରୀରରେ କ୍ୟାନସରର କାରଣ ବନିଯାଇପାରେ ।
ଏହା ବି ପଢ଼ନ୍ତୁ: ଜାରି ହେଲା ସୁନା-ରୁପାର ନୂଆ ଦାମ୍, ଜାଣନ୍ତୁ କ'ଣ ରହିଛି ରେଟ୍