Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ବାରବାଟୀ ଦିନିକିଆ ମ୍ୟାଚ୍ ପାଇଁ ଟିକେଟ୍ କଳାବଜାରୀ କରୁଥିବା ସମୟରେ ୭ ଯୁବକଙ୍କୁ ଅଟକ ରଖିଛି ପୋଲିସ । ଟିକେଟ୍ ଡିଲ୍ ସମୟରେ ସାଦା ପୋଷାକଧାରୀ ପୋଲିସ ଅଭିଯୁକ୍ତମାନଙ୍କୁ ଧରିଛନ୍ତି। ୧୧ଶହ ଟଙ୍କିଆ ଟିକେଟକୁ ୬ରୁ ୭ ହଜାର ଟଙ୍କାରେ ବିକ୍ରି କରୁଥିବା ନେଇ ଅଭିଯୋଗ ରହିଛି । ୨୫ ଟିକେଟ ସହ ୩୦ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । ଦରଘାବଜାର ଥାନାରେ ଗୋଟିଏ ମାମଲା ଥିବାବେଳେ ୩ ଗିରଫ ହୋଇଛନ୍ତି । ସେହିପରି କ୍ୟାଣ୍ଟନମେଣ୍ଟ ଥାନାରେ ୩ ମାମଲା ହୋଇଥିବା ସମୟରେ ୪ ଗିରଫ ହୋଇଛନ୍ତି ।
Headlines 02- ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା। ଏହା ପୂର୍ବରୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲ ଆଶାୟୀଙ୍କୁ ନେଇ ଏକ ବୈଠକ କରିଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକଜିଟ୍ ପୋଲରେ ଝଟକା ଲାଗି ରହିଥିବା ବେଳେ ଆମ ଆଦମୀ ପାର୍ଟି (ଆପ) ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛି। ଆପ ନେତା ଗୋପାଳ ରାୟ କହିଛନ୍ତି ଯେ ଆପ ଦିଲ୍ଲୀରେ ୫୦ ରୁ ଅଧିକ ଆସନ ଜିତିବାକୁ ଯାଉଛି। ଆମେ ପୁନର୍ବାର ସରକାର ଗଠନ କରିବାକୁ ଯାଉଛୁ।
Headlines 03- ମହାକୁମ୍ଭରେ (ମହାକୁମ୍ଭ ୨୦୨୫) ଅଗ୍ନିକାଣ୍ଡର ଖବର ଆସିଛି। କୁହାଯାଉଛି ଯେ ସେକ୍ଟର ୧୮ ନିକଟରେ ଅଗ୍ନିକାଣ୍ଡ ଘଟିଥିଲା, କିନ୍ତୁ ଆଶ୍ୱସ୍ତିର କଥା ହେଉଛି ଯେ ସମୟ ମଧ୍ୟରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଅଗ୍ନିଶମ ବାହିନୀର ଗାଡ଼ିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ପରେ ନିଆଁ ଲିଭାଇବାକୁ ଚେଷ୍ଟା କରାଯାଇଥିଲା ଏବଂ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ପ୍ରାରମ୍ଭରେ ନିଆଁର ପ୍ରକୋପ ଭୟାବହ ରହିଥିଲା। ଯାହାକୁ ସମୟ ମଧ୍ୟରେ ନିୟନ୍ତ୍ରଣ କରାଯାଇଥିଲା।
Headlines 04- ପୁଣି ଧାନର ସହାୟକ ମୂଲ୍ୟ ବଢ଼ାଇପାରନ୍ତି କେନ୍ଦ୍ର ସରକାର । ଡାଲି ଓ ତୈଳଜାତୀୟ ଦ୍ରବ୍ୟର ମଧ୍ୟ ସହାୟକ ମୂଲ୍ୟ ବଢ଼ିପାରେ ବୋଲି କୁହାଯାଉଛି । ରାଜ୍ୟ ଅତିଥି ଭବନରେ ବସିଥିବା ବୈଠକରେ ଏନେଇ କେନ୍ଦ୍ର ଆଗରେ ପ୍ରସ୍ତାବ ରଖିଛନ୍ତି ପୂର୍ବ ଭାରତ ରାଜ୍ୟର ପ୍ରତିନିଧି ମଣ୍ଡଳ । ଧାନ, ଗହମ, ଡାଲି ଉତ୍ପାଦନ ଦରର ତଥ୍ୟ ଦିଆଯାଇଛି । MSP ମୂଲ୍ୟ କେତେ ବୃଦ୍ଧି କଲେ ଚାଷୀ ଉପକୃତ ହେବେ ସେନେଇ ଆଲୋଚନା ହୋଇଛି । ଖୁବଶୀଘ୍ର ରାଜ୍ୟଗୁଡ଼ିକ ଲିଖିତ ଆକାରରେ କେନ୍ଦ୍ରକୁ ଏବିଷୟରେ ପ୍ରସ୍ତାବ ଦେବେ ।
Headlines 05- ୮ ଫେବୃଆରୀରେ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଯାଜପୁରରେ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ଟଙ୍କା ପ୍ରଦାନ କରିବେ । ଏହି ପର୍ଯ୍ୟାୟରେ ୧୮ ଲକ୍ଷରୁ ଅଧିକ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ସୁଭଦ୍ରା ଟଙ୍କା ମିଳିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ୩.୩୮ ଲକ୍ଷ ହିତାଧିକାରୀଙ୍କ NPCI କ୍ଲିୟରାନ୍ସ ସମସ୍ୟା ଥିଲା ସେମାନଙ୍କ ମଧ୍ୟରୁ ୬୮ ହଜାର ମହିଳାଙ୍କର ସମସ୍ୟା ସମାଧାନ ହୋଇଛି । ଯେଉଁମାନଙ୍କର ସମସ୍ୟା ରହିଛି, ସେମାନଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
Headlines 06- ଆୟୁଷ୍ମାନ ଯୋଜନା ସଂପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏକ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସାଢ଼େ ୩ କୋଟି ଲୋକଙ୍କୁ ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆୟୁଷ୍ମାନ କାର୍ଡ ଛପା ଚାଲିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । 'ଆୟୁଷ୍ମାନ ଭାରତ ସହ ଆଇଟି ଇଣ୍ଟିଗ୍ରେସନ ପ୍ରକ୍ରିୟା ଚାଲିଛି' ।
Headlines 07- ରେପୋ ରେଟ୍ରେ ପରିବର୍ତ୍ତନ ଆଣିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ମୁଦ୍ରାନୀତିକୁ ନେଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ସୂଚନା ଦେଇ ଏହା କହିଛନ୍ତି । ୫ ବର୍ଷ ପରେ ରେପୋ ରେଟ୍ରେ ପରିବର୍ତ୍ତନ ଆଣିଲା RBI । ରେପୋ ରେଟ୍ ୬.୫%ରୁ ୬.୨୫%କୁ ଖସିଲା ବୋଲି ସୂଚନା ଦିଆଯାଇଛି ।
Headlines 08- ଦିବ୍ୟାଙ୍ଗଙ୍କ ପାଇଁ ଆରମ୍ଭ ହୋଇଛି ସୁଗମ୍ୟ ଯାତ୍ରା କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସରକାରୀ କାର୍ଯ୍ୟାଳୟରେ ଦିବ୍ୟାଙ୍ଗଙ୍କୁ ସୁରୁଖୁରୁରେ ପହଞ୍ଚିାଇବା ପାଇଁ ଯୋଜନା କରାଯାଇଛି । ଭୁବନେଶ୍ବରରେ ୩ଟି ଜୋନ୍ ପାଇଁ ୩ଟି ଟିମ୍ ଗଠନ ହୋଇଛି । ଟିମ୍ ଗୁଡିକ ବୁଲି ବୁଲି ଭିନ୍ନକ୍ଷମଙ୍କ ପାଇଁ କଣ ବ୍ୟବସ୍ଥା ସେନେଇ ଅନୁଧ୍ୟାନ କରିବ ଏବଂ ରିପୋର୍ଟ ଆସିବା ପରେ ଭିନ୍ନକ୍ଷମଙ୍କ ପାଇଁ ଉଚିତ୍ ବ୍ୟବସ୍ଥା ହେବ ।
Headlines 09- ପ୍ରଥମ ଦିନିକିଆ ଶେଷ ହେବା ପରେ ଆଜି ଶୁକ୍ରବାର ସନ୍ଧ୍ୟା ସାଢେ ୭ଟା ସମୟରେ ଉଭୟ ଭାରତ ଓ ଇଂଲଣ୍ଡ ଦଳର ଖେଳାଳି ଭୁବନେଶ୍ୱରରେ ପହଞ୍ଚିବେ। ମେ ଫେୟାର ହୋଟେଲରେ ଉଭୟ ଦଳର ଖେଳାଳିଙ୍କ ସହିତ କୋଚ ଓ ମ୍ୟାଚ ଅଫିସିଆଲମାନଙ୍କର ରହିବାର ବ୍ୟବସ୍ଥା ହୋଇଛି। ବିମାନବନ୍ଦରରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯିବ। ୮ ତାରିଖରେ ଉଭୟ ଦଳ ବାରବାଟୀରେ ଅଭ୍ୟାସ କରିବେ।
Headlines 10- ଆସନ୍ତାକାଲି ଶନିବାର ପବିତ୍ର ଭୈମୀ ଏକାଦଶୀ। ଶ୍ରୀମନ୍ଦିରରେ ଏ ନେଇ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ବିଶେଷ ନୀତି ସମ୍ପାଦନକୁ ଦୃଷ୍ଟିରେ ରଖି କାଲି ରତ୍ନଭଣ୍ଡାର ମରାମତି କାର୍ଯ୍ଯ ବନ୍ଦ ରଖାଯିବ। ତେବେ ରବିବାର ଠାରୁ ପୁନର୍ବାର ସରକାରଙ୍କର ମାର୍ଗଦର୍ଶିକା ଅନୁସାରେ ଭଣ୍ଡାର ଘର ମରାମତି କାର୍ଯ୍ୟ ଜାରି ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଅଛି।
Also Read- Weekly Lucky Zodiac Sign: ନୂଆ ସପ୍ତାହରେ ୫ ରାଶିକୁ ହଠାତ ମିଳିବ ଆର୍ଥିକ ଲାଭ