Advertisement
Photo Details/zeeodisha/odisha2635568
photoDetails0hindi

Budh Surya Yuti 2025: ଏହି ତିନି ରାଶି ଉପରେ ରହିବ ସୂର୍ଯ୍ୟ-ବୁଧଙ୍କ ବିଶେଷ କୃପା, ଫେବୃଆରୀ ଦ୍ବିତୀୟ ସପ୍ତାହରେ ହେବେ ମାଲାମାଲ୍

Budh Surya Yuti 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଫେବୃଆରୀ ୧୧ ତାରିଖ ଦିନ ୧୨ଟା ୫୮ ମିନିଟ୍ ସମୟରେ ବୁଧ କୁମ୍ଭ ରାଶିକୁ ଚଳନ କରିବେ। ତାପରଦିନ ଅର୍ଥାତ୍, ୧୨ ତାରିଖ ଦିନ ୧୦.୩ ମିନିଟ୍ ସମୟରେ ସୂର୍ଯ୍ୟ କୁମ୍ଭ ରାଶିରେ ପ୍ରବେଶ କରିବେ। ଗୋଟିଏ ରାଶିରେ ବୁଧ-ସୂର୍ଯ୍ୟଙ୍କ ମିଳନ ବୁଧ-ସୂର୍ଯ୍ୟ ୟତି ବା ଦୁର୍ଲଭ ଯୋଗ ସୃଷ୍ଟି କରୁଛି। ଜାତକରେ ବୁଧ ଓ ସୂର୍ଯ୍ୟଙ୍କ ସ୍ଥିତି ଭଲ ରହିଲେ ବ୍ୟକ୍ତି ଜଣକ ଜୀବନରେ ସମସ୍ତ ସୁଖ-ସମୃଦ୍ଧି ପାଇବା ସହିତ ପ୍ରତ୍ୟକ କ୍ଷେତ୍ରରେ ସଫଳତା ଲାଭ କରିଥାଏ। ତେବେ,ଆସନ୍ତୁ ଜାଣିବା ବୁଧ-ସୂର୍ଯ୍ୟ କେଉଁ ସବୁ ରାଶିଙ୍କ ଭାଗ୍ୟ ଚମକାଇବାକୁ ଯାଉଛି....

1/3
ମେଷ: ବୁଧ-ସୂର୍ଯ୍ୟଙ୍କ ଅପୂର୍ବ ମିଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ବିଶେଷକରି, ଏହି ସମୟ ମଧ୍ୟରେ ଜୀବନରେ ଚାଲିଥିବା ସମସ୍ୟାର ଅନ୍ତ ଘଟିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବଢିବ। ବ୍ୟବସାୟୀଙ୍କ ପାଇଁ ସମୟ ଖାସ୍ ରହିବ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବା ସହ କାରବାର ବଢିବ। ନିଜ ବ୍ୟବସାୟୀକ ପ୍ରତିଦ୍ବନ୍ଦୀଙ୍କ ଠାରୁ ଆଗରେ ରହିବେ। ଯେଉଁ ଛାତ୍ରଛାତ୍ରମାନେ କମ୍ପିଟେଟିଭ୍ ଏକଜାମ୍ ଦେଉଛନ୍ତି। ସେମାନେ ଭଲ ରେଜଲ୍ଟ କରିବେ। ଘରେ ହସଖୁସିର ମାହୋଲ୍ ଦେଖିବାକୁ ମିଳିବ। ପ୍ରତ୍ୟକ କାର୍ଯ୍ୟରେ ଜୀବନ ସାଥୀଙ୍କ ଠାରୁ ସମର୍ଥନ ମିଳିବ। ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ପ୍ରେମୀମାନଙ୍କ ପାଇଁ ସମୟ ଶୁଭ ରହିବ।    

ALSO READ:  Maha Shivratri 2025: ମହାଶିବରାତ୍ରୀରେ ପଡୁଛି ଦୁର୍ଲଭ ଯୋଗ, ଏହିସବୁ ରାଶିଙ୍କ ଉପରେ ହେବ ଟଙ୍କା ବର୍ଷା ସହ...

ALSO READ:  Gold Rate Today: ସୁନାଦରରେ ଲାଗିଲା ବ୍ରେକ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଭରି ପିଛା ମୂଲ୍ୟ?

 

2/3
  କନ୍ୟା: ବୁଧ ଓ ସୂର୍ଯ୍ୟଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ। ଆୟ ବଢିବା ସହ ବ୍ୟାଙ୍କ୍ ବାଲାନ୍ସ ମଧ୍ୟ ବୃଦ୍ଧି ପାଇବ। ବ୍ୟବସାୟୀମାନେ ବାଣିଜ୍ୟ-ବ୍ୟବସାୟରେ ଅଗ୍ରଗତି କରିବେ। ଯେଉଁମାନେ ପୁଞ୍ଚି ବିନିଯୋଗ ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଭଲ ରହିବ। ଏହି ସମୟରେ ନିବେଶ କଲେ ଭଲ ରିଟର୍ଣ୍ଣ ପାଇବେ। ବିଦେଶରେ ପାଠ ପଢିବା ପାଇଁ ଇଚ୍ଚା ରଖିଥିବା ଛାତ୍ରଛାତ୍ରୀଙ୍କ ସ୍ବପ୍ନ ପୂରଣ ହେବ। ଅବିବାହିତଙ୍କ ବିବାହ ଯୋଗ ଫିଟିବ। ପରିବାର ଲୋକଙ୍କ ସହ ଦୂରଯାତ୍ରା କରିବେ। ବ୍ୟାଙ୍କ୍ ବା କୌଣସି ସଂସ୍ଥାରୁ ଆଣିଥିବା ଋଣକୁ ସୁଝିବାରେ ସଫଳ ହେବେ। ଏହି ସମୟରେ ପ୍ରତ୍ୟକ କାର୍ଯ୍ୟ କରିବାକୁ ସାହାସ ଓ ଧୌର୍ଯ୍ୟ ବଢିବ। ଲଟେରୀରୁ ମାଲାମାଲ୍ ହେବେ। 

3/3
ମକର : ସୂର୍ଯ୍ୟ ଓ ବୁଧଙ୍କ ଦୁର୍ଲଭ ସଂଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ପରିବାରରେ ଲାଗି ରହିଥିବା  ଅଶାନ୍ତି ଦୂର ହେବ। ବ୍ୟବସାୟୀମାନେ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଭଲ ଲାଭ ପାଇବେ। ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହେବ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ଚାକରିଆମାନେ କର୍ମକ୍ଷେତ୍ରରୁ ପଦୋନ୍ନତି ମିଳିବ। ସନ୍ତାନ ମାନଙ୍କ ଠାରୁ କୌଣସି  ପ୍ରକାର ଶୁଭ ଖବର ମିଳିବ। ନୂଆ ଗାଡି କିଣିବାର ସ୍ବପ୍ନ ସାକାର ହେବ। ଯେଉଁମାନେ ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି। ସେମାନଙ୍କ ଆଶା ପୂରଣ ହେବ। ପିତାମାତାଙ୍କ ସହ ଦୂରଯାତ୍ରା କରିବେ। ସେୟାର ମାର୍କେଟ୍ ରୁ ଲାଭ ପାଇବେ।    (Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)