Ind vs Eng: ଆଉ କିଛି ସମୟ ପରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ-ଇଂଲଣ୍ଡ ଖେଳାଳି
Advertisement
Article Detail0/zeeodisha/odisha2635786

Ind vs Eng: ଆଉ କିଛି ସମୟ ପରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ-ଇଂଲଣ୍ଡ ଖେଳାଳି

ନୂଆଦିଲ୍ଲୀ: ପ୍ରଥମ ଦିନିକିଆ ଶେଷ ହେବା ପରେ ଆଜି ଶୁକ୍ରବାର ସନ୍ଧ୍ୟା ସାଢେ ୭ଟା ସମୟରେ ଉଭୟ ଭାରତ ଓ ଇଂଲଣ୍ଡ ଦଳର ଖେଳାଳି ଭୁବନେଶ୍ୱରରେ ପହଞ୍ଚିବେ। ମେ ଫେୟାର ହୋଟେଲରେ ଉଭୟ ଦଳର ଖେଳାଳିଙ୍କ ସହିତ କୋଚ ଓ ମ୍ୟାଚ ଅଫିସିଆଲମାନଙ୍କର ରହିବାର ବ୍ୟବସ୍ଥା ହୋଇଛି। ବିମାନବନ୍ଦରରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନି

Ind vs Eng: ଆଉ କିଛି ସମୟ ପରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ-ଇଂଲଣ୍ଡ ଖେଳାଳି

Ind vs Eng: ନୂଆଦିଲ୍ଲୀ: ପ୍ରଥମ ଦିନିକିଆ ଶେଷ ହେବା ପରେ ଆଜି ଶୁକ୍ରବାର ସନ୍ଧ୍ୟା ସାଢେ ୭ଟା ସମୟରେ ଉଭୟ ଭାରତ ଓ ଇଂଲଣ୍ଡ ଦଳର ଖେଳାଳି ଭୁବନେଶ୍ୱରରେ ପହଞ୍ଚିବେ। ମେ ଫେୟାର ହୋଟେଲରେ ଉଭୟ ଦଳର ଖେଳାଳିଙ୍କ ସହିତ କୋଚ ଓ ମ୍ୟାଚ ଅଫିସିଆଲମାନଙ୍କର ରହିବାର ବ୍ୟବସ୍ଥା ହୋଇଛି। ବିମାନବନ୍ଦରରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯିବ। ଆସନ୍ତା ୮ ତାରିଖରେ ଉଭୟ ଦଳ ବାରବାଟୀରେ ଅଭ୍ୟାସ କରିବେ। 

ସେପଟେ ମ୍ୟାଚ ଯେତେ ପାଖେଇ ଆସୁଛି ଲୋକଙ୍କ ଉତ୍ସାହ ସେତିକି ବଢିବଢି ଚାଲିଛି। ରୋହିତ ବାହିନୀଙ୍କୁ ଦେଖିବା ପାଇଁ କ୍ରିକେଟ ପ୍ରେମୀଙ୍କ ଭିତରେ ଉତ୍କଣ୍ଠା ଭରି ହୋଇ ରହିଛି। ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ୪ ୱିକେଟରେ ହରାଇଥିବା ଭାରତୀୟ ଦଳ ବାରବାଟୀରେ ବିଜୟୀ ହୋଇ ସିରଜ କବଜା କରିବା ଲକ୍ଷ୍ୟରେ ରହିଛି। ପୂର୍ବରୁ ବାରବାଟୀରେ ଏହି ଦୁଇ ଦଳ ମୋଟ ୫ ଥର ମୁହାଁମୁହିଁ ହୋଇଛନ୍ତି। ଏଥିରୁ ଭାରତ ୩ଟି ଜିତିଥିବା ବେଳେ ଇଂଲଣ୍ଡ ୨ଟି ଜିତିଛି। ବାରବାଟୀରେ ଶେଷ ଦୁଇ ମ୍ୟାଚରେ ଭାରତ ବିଜୟ ହାସଲ କରିଛି।