Odisha News: ଆଜି ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ବିଭାଗରେ ୨୭୬୭ ଜଣଙ୍କୁ ମିଳିବ ନିଯୁକ୍ତି
Advertisement
Article Detail0/zeeodisha/odisha2635372

Odisha News: ଆଜି ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ବିଭାଗରେ ୨୭୬୭ ଜଣଙ୍କୁ ମିଳିବ ନିଯୁକ୍ତି

Odisha News: ଆଜି ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଲ ତରଫରୁ  ୟୁନିଟ୍ -୩ କ୍ୟାପିଟାଲ୍ ହାଇସ୍କୁଲ ଠାରେ ହେବ ନିଯୁକ୍ତି ମେଳା।  
 
 
 
 

 Odisha News: ଆଜି ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ବିଭାଗରେ ୨୭୬୭ ଜଣଙ୍କୁ ମିଳିବ ନିଯୁକ୍ତି
Odisha News: ଆଜି ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଲ ତରଫରୁ  ୟୁନିଟ୍ -୩ କ୍ୟାପିଟାଲ୍ ହାଇସ୍କୁଲ ଠାରେ ହେବ ନିଯୁକ୍ତି ମେଳା।  ଗଣଶିକ୍ଷା ବିଭାଗ ଅଧିନରେ ୨୭୬୭ ଜଣ ଅଧ୍ୟକ୍ଷ,  ଶିକ୍ଷକ, କନିଷ୍ଠ ସହାୟକ, ଓ ସମୀକ୍ଷକଙ୍କୁ ନିଯୁକ୍ତି ପତ୍ର ଦିଆଯିବ।  ଏନେଇ  ବିଦ୍ୟାଳୟ ଓ ଗଣଶକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। 
 
ଓଡିଶା ଆଦର୍ଶ ବିଦ୍ୟାଳୟ, ଓଡିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପାଇଁ ୮୯୪ ଜଣ ଅଧ୍ୟକ୍ଷ, ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ।  ପୂର୍ଣ୍ଣ ଅନୁଦାବ ପ୍ରାପ୍ତ ବେସରକାରୀ ହାଇସ୍କୁଲ୍ ର୧୭୯୮ ଜଣ ଶିକ୍ଷକ , ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ୨୮ ଜଣ  କନିଷ୍ଠ ସହାୟକ , ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟର ୨୭ ଜଣ କନିଷ୍ଠ ସହାୟକ ,ମାଧ୍ୟମିକ ଶିକ୍ଷା ପରିଷଦର ୧୮ ଜଣ କନିଷ୍ଠ ସହାୟକ ଓ ଉଚ୍ଚ ମାଧ୍ୟମିକ ଅଧିନରେ ୨ ଜଣ ସମୀକ୍ଷକଙ୍କୁ ନିଯୁକ୍ତି ମିଳିବ।  ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ତଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ  ଓ ମନ୍ତ୍ରୀ ଉପସ୍ଥିତ ରହିବେ।