Top 10 News: କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା, ଶୁକ୍ରବାର ଭୁବନେଶ୍ୱର ପହଞ୍ଚିବେ ଭାରତ ଏବଂ ଇଂଲଣ୍ଡ ଟିମ୍; ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2634995

Top 10 News: କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା, ଶୁକ୍ରବାର ଭୁବନେଶ୍ୱର ପହଞ୍ଚିବେ ଭାରତ ଏବଂ ଇଂଲଣ୍ଡ ଟିମ୍; ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: କଟକ ଐତିହାସିକ ବାଲିଯାତ୍ରାକୁ ନେଇ ଏକ ବଡ଼ ଖବର ସମ୍ନାକୁ ଅସିଛି। ସଂସ୍କୃତି ମନ୍ତ୍ରାଳୟ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବା ନେଇ ସୂଚନା ଦେଇଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

 

Top 10 News Headlines 6 February 2025

Top 10 News Headlines 6 February 2025: H1. Cuttack Bali Jatra recognised as National Fair: କଟକ ଐତିହାସିକ ବାଲିଯାତ୍ରାକୁ ନେଇ ଏକ ବଡ଼ ଖବର ସମ୍ନାକୁ ଅସିଛି। ସଂସ୍କୃତି ମନ୍ତ୍ରାଳୟ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବା ନେଇ ସୂଚନା ଦେଇଛି। ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ପରେ କଟକ ସମେତ ସାରା ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି।

H2. Odisha Matric Exam 2025: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଚଳିତ ବର୍ଷ ୨୧ ଫେବୃଆରୀରୁ ୬ ମାର୍ଚ୍ଚ ମଧ୍ୟରେ ହେବାକୁ ଯାଉଛି। ପରୀକ୍ଷା ସୁରୁଖୁରୁରେ ପରିଚାଳନା ପାଇଁ ବୋର୍ଡ ପରୀକ୍ଷା ପୂର୍ବରୁ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଆସନ୍ତା ଫେବୃଆରୀ ୧୨ ତାରିଖରେ ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ପଠାଯିବ। ଏଥିପାଇଁ ୩୧୪ ନୋଡାଲ ସେଣ୍ଟର ଖୋଲାଯାଇଛି। 

H3. OTS system to be implemented in cooperative banks: ୱାନ୍ ଟାଇମ୍ ସେଟଲମେଣ୍ଟ (ଓଟିଏସ୍) ବା ଏକକାଳୀନ ପଇଠ ପ୍ରାବଧାନ ସମବାୟ ବ୍ୟାଙ୍କମାନଙ୍କରେ ଲାଗୁ ହେବ । ଏହି ବ୍ୟବସ୍ଥା ଲାଗୁ କରିବାକୁ ସମବାୟ ବିଭାଗ ବିଧିବଦ୍ଧ ଅନୁମୋଦନ ପ୍ରଦାନ କରିଛି । ଏହା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ସହରାଞ୍ଚଳ ସମବାୟ ବ୍ୟାଙ୍କ ଏବଂ ପ୍ରାଥମିକ କୃଷି ସମବାୟ ସମିତିରେ କାର୍ଯ୍ୟକାରୀ ହେବ। ଫଳରେ ସମବାୟ  ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସମିତିର ମୋଟ ଅନାଦେୟ ଋଣ (ଏନପିଏ) ବୋଝ ହ୍ରାସ ପାଇବ ।

H4. MP Air Force Fighter Plane Crashes: ମଧ୍ୟପ୍ରଦେଶର ଶିବପୁରୀରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ ଦୁର୍ଘଟଣାରେ ଉଭୟ ପାଇଲଟ ଆହତ ହୋଇଛନ୍ତି। ହେଲିକପ୍ଟରଟି ଏକ କ୍ଷେତରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡିଥିଲା। ଯାହା ପରେ ଏଥିରେ ନିଆଁ ଲାଗିଯାଇଥିଲା। ଘଟଣା ପରେ ବହୁ ସଂଖ୍ୟକ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପାଇଲଟମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି।

H5. Parliament Budget Session: ଦେଶରେ ସଂସଦର ବଜେଟ୍ ଅଧିବେଶନ ଚାଲିଛି। ଆମେରିକାରୁ ଭାରତୀୟମାନଙ୍କୁ ନିର୍ବାସିତ କରାଯିବା ପ୍ରସଙ୍ଗ ସଂସଦର ଉଭୟ ଗୃହରେ ଉଷ୍ମ ରହିଥିଲା। ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନାର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଶାସକ ଏବଂ ବିରୋଧୀ ଦଳର ସାଂସଦମାନେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ନିଜ ନିଜର ମତାମତ ପ୍ରକାଶ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କୁ କଡ଼ା ଟାର୍ଗେଟ କରିଥିଲେ।

H6. Zomato become Eternal: ଦେଶର  ପ୍ରମୁଖ ଖାଦ୍ୟ ବିତରଣ ସଂସ୍ଥା ଜୋମାଟୋ ନିଜର ନାମକୁ ପରିବର୍ତ୍ତନ କରି ଇଟର୍ନାଲ୍ କରିବାକୁ ଯାଉଛି। ଗୁରୁବାର ଦିନ କମ୍ପାନୀର ବୋର୍ଡ ନୂତନ ନାମକୁ ଅନୁମୋଦନ କରିଛି। ଏକ ନିୟାମକ ଫାଇଲିଂ ଅନୁଯାୟୀ, ନିଷ୍ପତ୍ତିଟି ଏବେ ବି କମ୍ପାନୀର ସେୟାରହୋଲ୍ଡର, କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଏବଂ ଅନ୍ୟାନ୍ୟ ପ୍ରଯୁଜ୍ୟ ବୈଧାନିକ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପାଇଁ ଅପେକ୍ଷା କରିଛି। ଯଦିଓ କମ୍ପାନୀର ଖାଦ୍ୟ ବିତରଣ ବ୍ୟବସାୟ ଜୋମାଟୋର ବ୍ରାଣ୍ଡ ନାମ ଏବଂ ଆପ୍ ସମାନ ରହିବ।

H7. Pariksha Pe Charcha 2025: ବହୁ ପ୍ରତୀକ୍ଷିତ ପରୀକ୍ଷା ପେ ଚର୍ଚ୍ଚା ୨୦୨୫ (ପିପିସି ୨୦୨୫) ଫେବୃଆରୀ ୧୦, ୨୦୨୫ ରେ ପୂର୍ବାହ୍ନ ୧୧ ଟା ସମୟରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କ ସହ ଆଲୋଚନା କରିବେ, ପରୀକ୍ଷା ପ୍ରସ୍ତୁତି, ଚାପ ପରିଚାଳନା ଏବଂ ବ୍ୟକ୍ତିଗତ ଅଭିବୃଦ୍ଧି ବିଷୟରେ ମାର୍ଗଦର୍ଶନ ଦେବେ ।

H8. Rajasthan Road accident: ରାଜସ୍ଥାନର ରାଜଧାନୀ ଜୟପୁରର ଡୁଡୁରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଜୟପୁର-ଆଜମେର ରାଜପଥର ମୋଖମପୁରା ଅଞ୍ଚଳରେ ଏକ ରୋଡୱେଜ୍ ବସ୍ ଟାୟାର ଫାଟିଯାଇଥିଲା, ଯାହା ଫଳରେ ବସ୍ ନିୟନ୍ତ୍ରଣ ବାହାରକୁ ଯାଇ ଏକ କାରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬ ଜଣ ଗୁରୁତର ଆହତ ହୋଇଛନ୍ତି। 

H9. India defeated England by 4 wickets: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଟିମ୍ ଇଣ୍ଡିଆ ଏହି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରିଛି। ଭାରତୀୟ ଦଳ ଇଂଲଣ୍ଡ ଦଳ ଦ୍ୱାରା ଦିଆଯାଇଥିବା ୨୪୯ ରନର ଟାର୍ଗେଟକୁ ୩୮.୪ ଓଭରରେ ୬ ୱିକେଟ ହରାଇ ହାସଲ କରି ନେଇଥିଲା। ଦଳ ପକ୍ଷରୁ ଶୁବମନ ଗିଲ ସର୍ବାଧିକ ୮୭ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। 

H10. India-England Teams to reach Bhubaneswar on Feb 7: କଟକର ବାରବାଟି ଷ୍ଟାଡିୟମରେ ୯ ଫେବୃଆରୀରେ ହେବାକୁ ଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱୀତିୟ ଦିନିକିଆ ମ୍ୟାଚ୍ ପୂର୍ବରୁ ଉଭୟ ଦଳ ଶୁକ୍ରବାର ଦିନ(୭ ଫେବୃଆରୀ) ଭୁବନେଶ୍ୱରରେ ପହଞ୍ଚିବେ। ଉଭୟ ଦଳକୁ ସ୍ୱାଗତ, ରହଣି ଏବଂ ପରିବହନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଏହା ସମେତ ଆଜି କାରକେଡ୍ ରିହର୍ସାଲ୍ ମଧ୍ୟ କରାଯାଇଛି।