Snigdha Mohanty: ଓଡ଼ିଶା ଚଳଚ୍ଚିତ୍ର ଜଗତର ଜଣାଶୁଣା ଚେହେରା ହେଉଛନ୍ତି ସ୍ନିଗ୍ଧା ମହାନ୍ତି। ନିଜର ନିଖୁଣ ଅଭିନୟ ବଳରେ ସେ ସିନେପ୍ରେମୀଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ଦେଖନ୍ତୁ ତାଙ୍କର ୧୦ଟି ଫଟୋ
ଓଲିଉଡ଼ର ଜଣେ ଚିହ୍ନା ଚେହେରା ହେଉଛନ୍ତି ସ୍ନିଗ୍ଧା ମହାନ୍ତି।
ସେ ଉଭୟ ଓଡିଆ ଓ ବଙ୍ଗଳା ସିନେମାରେ କାର୍ଯ୍ୟ କରିସାରିଛନ୍ତି। ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଓଡ଼ିଆ ସିନେମାରେ ତାଙ୍କୁ ଦେଖିବାକୁ ମିଳିଛି।
ତାଙ୍କୁ ଊଭୟ ବଡ଼ ଓ ଛୋଟ ପରଦାରେ ଦେଖିବାକୁ ମିଳିଛି।
ବଡ ପରଦାରେ ନାୟିକା, ଖଳନାୟିକା ଏପରିକି ନକରାତ୍ମକ ଭୂମିକାରେ ମଧ୍ୟ ଦେଖିବାକୁ ମିଳିଛି।
୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଅଗ୍ନୀ ପରୀକ୍ଷା ସିନେମା ଜରିଆରେ ସିନେମା ଜଗତରେ ପାଦ ଥାପିଥିଲେ ସ୍ନିଗ୍ଧା।
ପରେ ସେ ୧୯୮୮ ମସିହାରେ ଆସିଥିବା ଲାଲପାନ ବିବିରେ ତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା।
ଯଦି ବ୍ୟକ୍ତିଗତ ଜୀବନ କଥା କୁହାଯାଏ ସେ ଭୁବନେଶ୍ୱରଠାରେ ଜନ୍ମ କରିଥିଲେ।
ସ୍ନିଗ୍ଧା ମହାନ୍ତିଙ୍କର ପତି ଜୟପ୍ରକାଶ ମହାନ୍ତି ଜଣେ ଜଣାଶୁଣା ଆଲବମ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ।
ତାଙ୍କ ଝିଅ ସମ୍ଭାବନା ମଧ୍ୟ ଜଣେ ଅଭିନେତ୍ରୀ ଓ ଗାୟିକା ଭାବେ ଖ୍ୟାତି ଅର୍ଜନ କରିଛନ୍ତି।
ଏପରିକି ସେ ଶ୍ରେଷ୍ଠ ଚରିତ୍ର ଅଭିନୟ ପାଇଁ ୨୦୧୨ ମସିହାରେ ଶୋ ଟାଇମ ପୁରସ୍କାର ଲାଭ କରିସାରିଛନ୍ତି।
ट्रेन्डिंग फोटोज़