ଅଧିକାଂଶ ଲୋକେ ପାଣି ପିଇବା ପାଇଁ ପ୍ଲାଷ୍ଟିକ ବୋତଲ ବ୍ୟବହାର କରନ୍ତି । ଆପଣଙ୍କୁ କହି ରଖୁଛୁ କି ଏହାର ବ୍ୟବହାରରେ ଆପଣଙ୍କ ଶରୀରରେ ଅନେକ ଗମ୍ଭୀର ରୋଗକୁ ବୃଦ୍ଧି କରିପାରେ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କାଚ ଗ୍ଲାସ କି ବୋତଲ ବ୍ୟବହାରରେ ମିଳେ ଅନେକ ଲାଭ ।
Trending Photos
ପ୍ଲାଷ୍ଟିକର ଉଦ୍ଭାବନ ସହିତ ଦୁନିଆରେ ଅନେକ ପ୍ରକାରର କାମ ସହଜ ହୋଇଛି କିନ୍ତୁ ଆମେ ସମସ୍ତେ ଜାଣୁ ଏହାକୁ କୌଣସି ଉପାୟରେ ନଷ୍ଟ କରିବା ଅସମ୍ଭବ । ଦୈନନ୍ଦିନ ଜୀବନରେ ପାଖାପାଖି ସମସ୍ତଙ୍କ ଜୀବନ ସହ ପ୍ରତ୍ୟକ୍ଷ ବା ପରୋକ୍ଷରେ ଜଡିତ ପ୍ଲାଷ୍ଟିକ କିନ୍ତୁ ଏହି ପ୍ଲାଷ୍ଟିକ ଲୋକଙ୍କ ଜୀବନରେ ବହୁ ବିନାଶକାରୀ ପ୍ରଭାବ ପକାଇଥାଏ । ଏହାର କ୍ଷତି ଜାଣିବି ଲୋକେ ପ୍ଲାଷ୍ଟିକ ବୋତଲ ବ୍ୟବହାର କରିଥାଆନ୍ତି । ପ୍ଲାଷ୍ଟିକ ବୋତଲର ବ୍ୟବହାର ଶରୀର ପାଇଁ ଅନେକ କ୍ଷତି କରିଥାଏ । ଆପଣ ପ୍ଲାଷ୍ଟିକ ବୋତଲ ବଦଳରେ କାଚ ବୋତଲ ବା ଗ୍ଲାସର ବ୍ୟବହାର କରିପାରିବେ । ଏହା ଦ୍ବାରା ଆପଣଙ୍କୁ ଅନେକ ଉପକାରିତା ମିଳିବ ।
Also Read ; ଶୀତଦିନରେ ହେବନି ଏସବୁ ରୋଗ, କେବଳ ଗୋଟିଏ ଗ୍ଲାସ କଲରା ରସ କରନ୍ତୁ ସେବନ
କାଚ ବୋତଲ ବା ଗ୍ଲାସରେ ପାଣି ପିଇବାର ଉପକାରିତା-
୧- କାଚ ଗ୍ଲାସ ବା ବୋତଲରେ ପାଣି ପିଇବା ଦ୍ବାରା ପ୍ଲାଷ୍ଟିକ ବୋତଲ ପରି ଶରୀରକୁ କ୍ଷତି ପହଞ୍ଚି ନ ଥାଏ । କାଚ ବୋତଲରେ ପାଣି ରଖିବା ଦ୍ବାରା ପାଣିର ସ୍ବାଦ ବା ବାସନାରେ କୌଣସି ପରିବର୍ତ୍ତନ ହୋଇ ନ ଥାଏ । ଅନ୍ୟପଟେ ପ୍ଲାଷ୍ଟିକ ବୋତଲରେ ପାଣିର ସ୍ବାଦ ଆଉ ବାସନା ପରିବର୍ତ୍ତନ ହୋଇଥାଏ ।
୨- ପ୍ଲାଷ୍ଟିକ ବୋତଲ ତିଆରିରେ ବିପଦଜ୍ଜନକ ରାସାୟନିକ ପଦାର୍ଥ ବ୍ୟବହୃତ ହୋଇଥାଏ । ଯାହା ଶରୀର ପାଇଁ କ୍ଷତିକାରକ ବୋଲି ପ୍ରମାଣିତ ହୋଇଛି । ଅନ୍ୟପଟେ କାଚ ବୋତଲ ବା ଗ୍ଲାସ ତିଆରିରେ କୌଣସି କ୍ଷତିକାରକ କେମିକାଲ ବ୍ୟବହାର କରଯାଇନାହିଁ। ଏଥିପାଇଁ କାଚ ଗ୍ଲାସ ବା ବୋତଲରେ ପାଣି ପିଇବା ଅଧିକ ନିରାପଦ ଭାବରେ ବିବେଚନା କରାଯାଇଛି ।
୩- କାଚର ବୋତଲକୁ ସଫା କରିବା ଅତି ସହଜ । ଗରମ ପାଣିରେ ଏହାକୁ ଧୋଇ ବ୍ୟବହାର କରିପାରିବେ । ଅନ୍ୟପଟେ ପ୍ଲାଷ୍ଟିକ ବୋତଲକୁ ଗରମ ପାଣିରେ ଧୋଇଲେ ପ୍ଲାଷ୍ଟିକ ତରଳି ବିପଦଜ୍ଜନକ ରାସାୟନିକ ପଦାର୍ଥ ବାହାରିଥାଏ । କାଚ ବୋତଲରେ ତାପମାତ୍ରା ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ଗରମ ରହିଥାଏ । କିନ୍ତୁ ପ୍ଲାଷ୍ଟିକ ବୋତଲରେ ଗରମ ପାଣି ରଖିବା କ୍ଷତିକାରକ ଅଟେ ।