ଦାରିଙ୍ଗବାଡି ବ୍ଲକ (Daringbadi Block) ପରିସରରେ ରହିଥିବା ଏକ ସରକାରୀ ଜମିରେ କିଛି ସ୍ଥାନୀୟ ପ୍ରଭାବ ଶାଳୀ ବ୍ୟକ୍ତି ବା ଜମି ମାଫିଆ ଏକ ବେଆଇନ କୋଠା ନିର୍ମାଣ (Illegal building) କରୁଛନ୍ତି । ହେଲେ ଏହାକୁ କିଛି ଦିନେ ତଳେ ସ୍ଥାନୀୟ ତହସିଲଦାର (Local Tahsildar) ଅବୈଧ ବେଆଇନ ନିର୍ମାଣ ବୋଲି ଘୋଷଣା କରିବା ସହ କୋଠାକୁ ତାଲା ପକାଇ ସିଲ କରିଥିଲେ ।
Trending Photos
କନ୍ଧମାଳ: ଜମି ମାଫିଆଙ୍କ (Land mafia) କବ୍ଜାରେ ରହିଛି କି ପ୍ରଶାସନ! କାରଣ ବେଆଇନ କୋଠା ନିର୍ମାଣକୁ (Illegal building) ଅବୈଧ ଘୋଷଣା କରିବା ସତ୍ତ୍ୱେ ଜମି ମାଫିଆ କିନ୍ତୁ ନିର୍ମାଣ କାର୍ଯ୍ୟ କରିଚାଲିଛନ୍ତି । ଆଉ ଏହା ପ୍ରଶାସନ ସବୁ ଜାଣିଥିଲେ ମଧ୍ୟ ମାଫିଆଙ୍କ ଟେର ପାଉନଥିବା ଉତ୍ତର ଦେଉଛି । କନ୍ଧମାଳ ଜିଲ୍ଲା (Kandhamal District) ଦାରିଙ୍ଗବାଡି (Daringbadi) ଅଞ୍ଚଳରୁ ଆସିଛି ଏଭଳି କିଛି ଅଭିଯୋଗ ।
ଦାରିଙ୍ଗବାଡି ବ୍ଲକ (Daringbadi Block) ପରିସରରେ ରହିଥିବା ଏକ ସରକାରୀ ଜମିରେ କିଛି ସ୍ଥାନୀୟ ପ୍ରଭାବ ଶାଳୀ ବ୍ୟକ୍ତି ବା ଜମି ମାଫିଆ ଏକ ବେଆଇନ କୋଠା ନିର୍ମାଣ (Illegal building) କରୁଛନ୍ତି । ହେଲେ ଏହାକୁ କିଛି ଦିନେ ତଳେ ସ୍ଥାନୀୟ ତହସିଲଦାର (Local Tahsildar) ଅବୈଧ ବେଆଇନ ନିର୍ମାଣ ବୋଲି ଘୋଷଣା କରିବା ସହ କୋଠାକୁ ତାଲା ପକାଇ ସିଲ କରିଥିଲେ । ହେଲେ ପ୍ରଭାବ ଶାଳୀ ବ୍ୟକ୍ତି ତହସିଲଦାରଙ୍କ ଘୋଷଣାକୁ ନ ମାନି ପୁନର୍ବାର କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।
ପୁର୍ନବାର ଅଭିଯୋଗ ପାଇବା ପରେ ଗୁରୁବାର ପୁଣି ଉକ୍ତ ବେଆଇନ କୋଠାକୁ ତହସିଲଦାର ଚାଲସ ନାୟକ ତାଲା ପକାଇ ସିଲ କରିଛନ୍ତି । ହେଲେ ବେଆଇନ କୋଠା ନିର୍ମାଣ କରୁଥିବା ବ୍ୟକ୍ତି ବିଶେଷଙ୍କ ସମ୍ପର୍କରେ ତହସିଲଦାର ପାଖରେ କୌଣସି ଉତ୍ତର ନାହିଁ । କି, ବେଆଇନ କୋଠା ସିଲ ସତ୍ତ୍ୱେ କିଏ ପୁନର୍ବର ସିଲକୁ କାଡ଼ି କୋଠା ନିର୍ମାଣ କରାଉ ଥିଲା ସେ ନେଇ ମଧ୍ୟ କୌଣସି ତଥ୍ୟ ତହସିଲଦାରଙ୍କ ପାଖରେ ନାହିଁ । କିନ୍ତୁ ଏହାକୁ ନେଇ ଯେତବେଳେ ତାଙ୍କୁ ପଚରାଯାଇଥିଲା ସେତବେଳେ ସେ ଚିରାଚରିତ ଢଙ୍ଗରେ ଉତ୍ତର ରଖିଥିଲେ ଯେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଯେଉଁଠି ତହସିଲଦାରଙ୍କ ଘୋଷଣା ସତ୍ତ୍ୱେ ଜମି ମାଫିଆ ହୁଅନ୍ତୁ ବା ପ୍ରଭାବ ଶାଳୀ ବ୍ୟକ୍ତି ମୂଳରୁ ଘୋଷଣକୁ ମାନୁନାହାଁନ୍ତି । ଆଉ ବେଖାତିର କରି ବାରମ୍ବାର ଏହି ଗୃହ ନିର୍ମାଣ କରିଛନ୍ତି । ତାହାଲେ ସେଠି ନିଶ୍ଚୟ ପ୍ରଭାବ ଶାଳୀ ବ୍ୟକ୍ତିଙ୍କ କବ୍ଜାରେ ତହସିଲଦାର ରହିଥିବେ ନଚେତ ତହସିଲଦାରଙ୍କ ପ୍ରତ୍ସାହନରେ ଏହି ବେଆଇନ କୋଠା ନିର୍ମାଣ ଚାଲିଥିବା ବୋଲି ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
କହି ରଖୁଛୁ ଯେ ଉକ୍ତ ବେଆଇନ କୋଠା ନିର୍ମାଣ ସମ୍ପର୍କରେ କଂଗ୍ରେସ ଅଭିଯୋଗ ଆଣିବା ପରେ କିଛି ଦିନ ତଳ ଅର୍ଥାତ ଅକ୍ଟୋବର ୪ ତାରିଖରେ ନିର୍ମାଣ ଧିନ ଗୃହକୁ ତାଲା ପକାଇ ସ୍ଥାନୀୟ ତହସିଲଦାର ସିଲ କରି ଏହାକୁ ଅବୈଧ ବୋଲି ଘୋଷଣା କରିଥିଲେ । ଆଉ ଏହାର ପରବର୍ତ୍ତୀ ସମୟରେ ଶାସକ ଦଳର ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଉକ୍ତ କୋଠାକୁ ନିର୍ମାଣ କରୁଥିବା ଅଭିଯୋଗ କରି ଦାରିଙ୍ଗବାଡି କଂଗ୍ରେସ ପକ୍ଷରୁ ଅକ୍ଟୋବର ୧୧ ତାରିଖରେ ଦାରିଙ୍ଗବାଡି ବନ୍ଦ ଡ଼ାକରା ମଧ୍ୟ ଦିଆଯାଇଥିଲା । ହେଲେ ଏହି ସବୁ ଘଟଣା ସତ୍ତ୍ୱେ ମଧ୍ୟ କିଛି ଦିନର ନିରବ ଓ ତା' ପରେ ପୁଣି ଉକ୍ତ କୋଠାର ସିଲ ଭାଙ୍ଗି ପୁନର୍ବାର ବେଆଇନ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ସ୍ଥାନୀୟ ପ୍ରଶାସନ ପରିବା ପଣକୁ ପଦାରେ ପକାଇଦେଇଛି ।
ଏହା ବି ପଢ଼ନ୍ତୁ: ଡ୍ରାଇଭର ବିନା ରେଲୱେ ଟ୍ରାକରେ ଗଡ଼ିବାକୁ ଲାଗିଲା ଟ୍ରେନ ଇଞ୍ଜିନ; ଗେଟି ରଖି ଅଟକାଇବାକୁ ଚେଷ୍ଟା..