Black Coffee benefits: ଶୀତଦିନେ ପିଅନ୍ତୁ ବ୍ଲାକ୍ କଫି, ମିଳିବ ଏସବୁ ଫାଇଦା
Advertisement
Article Detail0/zeeodisha/odisha1468939

Black Coffee benefits: ଶୀତଦିନେ ପିଅନ୍ତୁ ବ୍ଲାକ୍ କଫି, ମିଳିବ ଏସବୁ ଫାଇଦା

Black Coffee benefits: ଆଜିକାଲି ଅଧିକାଂଶ ଲୋକେ ଚା' ଅପେକ୍ଷା କଫିକୁ ଅଧିକ ପସନ୍ଦ କରନ୍ତି । ଆଉ କିଛି ଲୋକେ ଖାସ୍ କରି ବ୍ଲାକ୍ କଫି ପିଇବାକୁ ମଧ୍ୟ ଅଧିକ ପସନ୍ଦ କରନ୍ତି । ବ୍ଲାକ୍ କଫି ପିଇବା ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ବୋଲି ବିବେଚନା କରାଯାଏ । କାହିଁକିନା ବ୍ଲାକ୍ କଫିରେ କ୍ୟାଲୋରୀ ବହୁତ କମ୍ ଥାଏ ।

Black Coffee benefits: ଶୀତଦିନେ ପିଅନ୍ତୁ ବ୍ଲାକ୍ କଫି, ମିଳିବ ଏସବୁ ଫାଇଦା

Black Coffee benefits: ଆଜିକାଲି ଅଧିକାଂଶ ଲୋକେ ଚା' ଅପେକ୍ଷା କଫିକୁ ଅଧିକ ପସନ୍ଦ କରନ୍ତି । ଆଉ କିଛି ଲୋକେ ଖାସ୍ କରି ବ୍ଲାକ୍ କଫି ପିଇବାକୁ ମଧ୍ୟ ଅଧିକ ପସନ୍ଦ କରନ୍ତି । ବ୍ଲାକ୍ କଫି ପିଇବା ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ବୋଲି ବିବେଚନା କରାଯାଏ । କାହିଁକିନା ବ୍ଲାକ୍ କଫିରେ କ୍ୟାଲୋରୀ ବହୁତ କମ୍ ଥାଏ । ଯେଉଁଥି ପାଇଁ ଓଜନ ବଢିବାର ଚିନ୍ତା ନ ଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କଫି ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ବ୍ଲାକ୍ କଫି ପିଇବାରେ କଣ ସବୁ  ଲାଭ ମିଳିଥାଏ । 

ବ୍ଲାକ କଫିର ଫାଇଦା :
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବ୍ଲାକ କଫି ଏନର୍ଜି ସ୍ତର ବଢାଇବାରେ ସହାୟକ ହୋଇଥାଏ । ଏଥିରେ ମିଳୁଥିବା କଫିନ୍ ଶରୀରକୁ ସତେଜ ରଖେ। ଯେଉଁଥି ପାଇଁ ଆପଣ ଏନରଜେଟିକ୍ ଅନୁଭବ କରନ୍ତି। ଅନେକ ଅଧ୍ୟୟନରୁ ଏହା ଜଣାପଡିଛି ଯେ, କଫି ପିଇବା ପରେ ବ୍ୟାୟାମ କରୁଥିବା ଲୋକମାନେ ସାଧାରଣ ଲୋକଙ୍କ ଅପେକ୍ଷା ପରେ କ୍ଳାନ୍ତ ହୁଅନ୍ତି ନାହିଁ। 

ମଧୁମେହ ଆଶଙ୍କା କମ୍ ରୁହେ : 
ବ୍ଲାକ୍ କଫି ଦୈନିକ ପିଇବା ଦ୍ବାରା ମଧୁମେହେ ହେବାର ଆଶଙ୍କା କମ୍ ଥାଏ । ୩୦ ରୁ ଅଧିକ ଅଧ୍ୟୟନରେ ଏହା ଦେଖାଯାଇଛି ଯେ ପ୍ରତିଦିନ ଏକ କପ୍ ବ୍ଲାକ୍ କଫି ପିଇବା ଦ୍ବାରା ଡାଏବେଟିସ ହେବାର ଆଶଙ୍କା 6% କମିଯାଏ। କଫି ଶରୀରକୁ ବିଟା-କୋଷଗୁଡ଼ିକର କାର୍ଯ୍ୟକୁ ସଠିକ୍ ଭାବରେ ଚଳାଇବାରେ ସାହାଯ୍ୟ କରେ । ଆମ ଅଗ୍ନାଶୟରେ ବିଟା-କୋଷଗୁଡ଼ିକ ଉପସ୍ଥିତ , ଯାହାର କାମ ହେଉଛି ଇନସୁଲିନ୍ ତିଆରି କରିବା । 

ଓଜନ ହ୍ରାସ କରିବାରେ ସାହାଯ୍ୟ କରେ  : 
ଯଦି ଆପଣ ଓଜନ ହ୍ରାସ କରୁଛନ୍ତି ତେବେ କଫି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ  ସାବ୍ୟସ୍ତ ହୋଇପାରେ।  ଏହା କ୍ୟାଲୋରୀ ଜଳାଇବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରେ । ଯେଉଁ କାରଣରୁ ଓଜନ ଶୀଘ୍ର କମିଯାଏ। ମନେରଖନ୍ତୁ ଯେ ଏଥିପାଇଁ ବ୍ୟାୟାମ କରିବା ଏବଂ ସଠିକ୍ ଖାଦ୍ୟ ଗ୍ରହଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେପଟେ, ଅନେକ ଅଧ୍ୟୟନରେ ଏହା ଦେଖାଯାଇଛି ଯେ ବ୍ଲାକ୍ କଫି ପିଇବା ହୃଦୟ ପାଇଁ ଲାଭଦାୟକ ଅଟେ । ୨୧୦୦୦ରୁ ଅଧିକ ଲୋକଙ୍କ ଉପରେ କରାଯାଇଥିବା ଏକ ଅନୁସନ୍ଧାନରେ ଏହା ଦେଖାଯାଇଛି ଯେ କଫି ହୃଦଘାତର ସମ୍ଭାବନାକୁ ବହୁ ମାତ୍ରାରେ କମ୍ କରିଥାଏ ।

ଯେଉଁମାନଙ୍କର ରକ୍ତଚାପରେ ସମସ୍ୟା ରହିଛି ସେମାନେ କଫି ଖାଇବା ଠାରୁ ଦୂରେଇ ରହିବା ଉଚିତ୍ , ରକ୍ତଚାପ ବୃଦ୍ଧି ପାଇଁ ଏହା କାମ କରେ । କିଛି ଲୋକ କଫି ପିଇବା ପରେ କୋଷ୍ଠକାଠିନ୍ୟ ସମସ୍ୟା ପାଆନ୍ତି । କଫି କିଛି ଲୋକଙ୍କ ପାଇଁ ଆଦୌ ଭଲ ନୁହେଁ । ଏପରି ପରିସ୍ଥିତିରେ ସେମାନଙ୍କର ହଜମ ପ୍ରକ୍ରିୟା ଖରାପ ହେବାକୁ ଲାଗେ । କଫିରେ କଫିନ୍ ଥାଏ ଯାହାକି ଶୋଇବା ସମସ୍ୟା ସୃଷ୍ଟି କରିଥାଏ |

କଫି କିପରି ପିଇବେ?
ଆପଣ କ୍ଷୀର ସହିତ କଫି ମଧ୍ୟ ପିଇ ପାରିବେ। କିନ୍ତୁ ଯେଉଁମାନେ ଓଜନ ହ୍ରାସ କରୁଛନ୍ତି ସେମାନଙ୍କ ପାଇଁ ଏହା କ୍ଷତିକାରକ ହୋଇପାରେ । ବ୍ଲାକ୍ କଫି ପିଇବା ଏକ ଉତ୍ତମ ବିକଳ୍ପ ହୋଇପାରେ । ଆପଣ ଦିନକୁ ଗୋଟିଏ କିମ୍ବା ଦୁଇ କପ୍ କଫି  ପିଇପାରିବେ । ଅଧିକ କଫି ପିଇବା କ୍ଷତିକାରକ , ଶୋଇବା ପୂର୍ବରୁ କେବେବି କଫି ପିଅନ୍ତୁ ନାହିଁ । କଫି ପିଇବା ଦ୍ବାରା ଭଲ ନିଦ ହୋଇ ନ ଥାଏ ।