Advertisement
Photo Details/zeeodisha/odisha2489132
photoDetails0hindi

Guru Shukra Yuti 2024: ଦୀପାବଳିରେ ବୃହସ୍ପତି-ଶୁକ୍ରଙ୍କ ଶୁଭଯୋଗ,ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ!

Guru Shukra Yuti 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ  ଧନ, ଦାନ, ଜ୍ଞାନ, ପୁଣ୍ୟ ଓ ବୁଦ୍ଧିର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ଦେବଗୁରୁ ବୃହସ୍ପତି ବର୍ତ୍ତମାନ ବୃଷ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ  ପ୍ରେମ, ସମ୍ପର୍କ , ସୌନ୍ଦର୍ଯ୍ୟ ଓ ଆନନ୍ଦର କାରକ ଶୁକ୍ର  ଅକ୍ଟୋବର ୩୧ ତାରିଖ ଦିନ  ସକାଳ ୧୦ଟା ୧୦ ମିନିଟ୍ ସମୟରେ ଚଳନ କରିବେ। ଫଳରେ ଦୀପାବଳିରେ ଗୁରୁ-ଶୁକ୍ର ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି ହେଉଛି। ଏହି ଦୁର୍ଲଭ ସଂଯୋଗ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ଯଦି ରାଶିରେ ଶୁକ୍ର ଓ ବୃହସ୍ପତିଙ୍କ ସ୍ଥାନ ମଜବୁତ୍ ରହିବ। ତେବେ, ବ୍ୟକ୍ତି ଜଣକ ଜୀବନରେ ସମସ୍ତ ସୁଖ ସମୃଦ୍ଧିର ଅଧିକାରୀ ହେବା ସହ ଧନୀ ହୋଇଥାଆନ୍ତି ବୋଲି ବିଶ୍ବାସ ରହିଛି । ତେବେ, ଆସନ୍ତୁ ଜାଣିବା କେଉଁସବୁ ରାଶିଙ୍କ ଭାଗ୍ୟ ବଦଳାଉଛନ୍ତି ଶୁକ୍ର ଓ ଗୁରୁ...

1/3
  ମିଥୁନ: ବୃହସ୍ପତି ଓ ଶୁକ୍ରଙ୍କ ଶୁଭଯୋଗ ଏହିରାଶିର ଭାଗ୍ୟ ଉଦୟ କରିବ। ଏହି ସମୟ ମଧ୍ୟରେ ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। କ୍ଷତି ସହୁଥିବା ବ୍ୟବସାୟୀଙ୍କୁ ଆଶ୍ବସ୍ତି ମିଳିବ। ବାଣିଜ୍ୟ-ବ୍ୟବସାୟରେ ବୃଦ୍ଧି ହେବ।  ବ୍ୟବସାୟୀମାନେ ବିଦେଶ ଯାତ୍ରା କରିବାର ଯୋଗ ରହିଛି।  ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି।  ସେମାନେ ଭଲ ରେଜଲ୍ଟ ପାଇବେ। ସରକାରୀ ଚାକିରିଆମାନେ କୌଣସି ଶୁଭ ଖବର ପାଇପାରନ୍ତି। ନୂଆକରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି କରିବେ। ମାନସିକ ସ୍ବାସ୍ଥ୍ୟ ଭଲ ରହିବା ସହ ଶରୀର ସୁସ୍ଥ ରହିବ।    ALSO READ: Budha Gochar 2024: ନଭେମ୍ବରରେ ବୁଧଙ୍କ ନକ୍ଷେତ୍ର ପରିବର୍ତ୍ତନ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଚାକିରିଆଙ୍କ ବଢିବ ଆୟ ସହ...   ALSO READ: Viral Video: କଲେଜ କ୍ଲାସ୍ ରୁମ୍ ରୁ ଭାଇରାଲ୍ ହେଲା ପୁରୀ ବୋହୂଙ୍କ ଏହି ଭିଡିଓ, ଦେଖନ୍ତୁ  

2/3
ସିଂହ: ଦୀପାବଳି ଦିନ ଠାରୁ ଏହି ରାଶିଙ୍କର ଶୁଭର ଦିନ ଆରମ୍ଭ ହେବାକୁ ଯାଉଛି। ଏହି ଅବଧି ମଧ୍ୟରେ ଅଧା ରହିଥିବା କାର୍ଯ୍ୟକୁ ପୂରା କରିବାରେ ସଫଳ ହେବେ। ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ହିଁ ଲାଭ ପାଇବେ।  ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଯେଉଁମାନେ ବ୍ୟବସାୟ ବିସ୍ତାର କରିବାକୁ ବା ବଢାଇବାକୁ ଚାହୁଁଛନ୍ତି । ସେମାନେ ଏହି ସମୟ ଅନୁକୂଳ ରହିବ। କର୍ମକ୍ଷେତ୍ରରୁ କୌଣସି ପ୍ରକାର ବଡ଼ ଦାୟିତ୍ବ ମିଳିପାରେ।  ଆୟରେ ବୃଦ୍ଧି ଘଟିବ। ନିଜ ସ୍ତ୍ରୀଙ୍କ ପାଇଁ କୌଣସି ଦାମୀ ଉପହାର କିଣି ଖର୍ଚ୍ଚାନ୍ତ ହୋଇପାରନ୍ତି। ଆୟ ବଢିଲେ ମଧ୍ୟ ଖର୍ଚ୍ଚ ବଢିବ। ପିତାମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ। 

3/3
ଧନୁ: ବୃହସ୍ପତି ଓ ଶୁକ୍ରଙ୍କ କୃପାରୁ ଏହି ରାଶିର ଭାଗ୍ୟ ବଦଳିବାକୁ ଯାଉଛି। ପାର୍ଟନରସିପ୍-ରେ ଚାଲିଥିବା ବ୍ୟବସାୟୀରେ ଲାଭ ହେବେ। ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ୍ କରିବାରେ ସହାୟକ ହେବ। ପୁରୁଣା ନିବେଶରୁ ଲାଭ ପାଇବେ। ପ୍ରେମ ସମ୍ପର୍କରେ ଥିବା ଲବ୍-ମେଟ୍ ବିଦେଶ ଯାତ୍ରା କରିପାରନ୍ତି। ଅବିବାହିତଙ୍କର ବିବାହର ଯୋଗ ଫିଟିବ। ବୈବାହିକ ଜୀବନ ସୁଖମୟ ହେବା ସହ ମଧୁରତା ଭରିବ। ସ୍ବାସ୍ଥ୍ୟ ଭଲ ରହିବ। ଦୂରଯାତ୍ରା ଶୁଭଫଳ ପ୍ରଦାନ କରିବ।   (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)