Weekly Special Horoscope 4 to 10 November 2024: ନଭେମ୍ବର ମାସର ଦ୍ବିତୀୟ ସପ୍ତାହ କିପରି କଟିବ? ଦ୍ବିତୀୟ ସପ୍ତାହରେ ଏକାଧିକ ଗ୍ରହ ନିଜ ମୂଳ ରାଶି ପରିବର୍ତ୍ତନ କରୁଥିବାରୁ ଏକାସାଙ୍ଗରେ ତିନି ରାଜଯୋଗ ପଡୁଛି। ଧନଲକ୍ଷ୍ମୀ, ନବ ପଞ୍ଚମ ଓ ଲକ୍ଷ୍ମୀ ନାରାୟଣ ରାଜଯୋଗ ପଡୁଛି। ଏହି ତିନି ରାଜଯୋଗର ସୁ ପ୍ରଭାବ ହେତୁ କିଛି ରାଶିଙ୍କର ଆର୍ଥିକ, ସ୍ବାସ୍ଥ୍ୟବସ୍ଥ୍ୟ ଓ ବ୍ୟବସାୟିତ ସ୍ଥିତିରେ ପରିବର୍ତ୍ତନ ଆସିବ। କିଛି ରାଶିଙ୍କ ଭାଗ୍ୟ ଚମକିବାକୁ ଥିବା ବେଳେ ଆଉ କିଛି ରାଶିଙ୍କ ଲାଗି ନୂଆ ସପ୍ତାହ ଅଶୁଭ ରହିପାରେ। ତେବେ, ଆସନ୍ତୁ ଜାଣିବା ୧୨ଟି ରାଶିଙ୍କ ପାଇଁ ନୂଆ ସପ୍ତାହ କିପରି ରହିବ?
ମେଷ: ନୂଆ ସପ୍ତାହ ଏହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। କ୍ୟାରିୟର ଦୃଷ୍ଟି କୋଣରୁ ସମୟ ଭଲ ରହିବ। କର୍ମକ୍ଷେତ୍ରରେ ସମ୍ମାନୀତ ହେବ। ଚାକିରି ଖୋଜୁଥିବା ଲୋକଙ୍କୁ ନିଯୁକ୍ତି ମିଳିବ। ବ୍ୟବସାୟୀମାନେ ଲାଭବାନ୍ ହେବା ସହ ବଡ଼ ଡିଲ୍ ଫାଇନାଲ୍ କରିବାରେ ସହାୟକ ହେବେ। ଦିର୍ଘ ଦିନର ଆଶା ବି ପୂରଣ ହେବ। ନୂଆ ଗାଡି କିମ୍ବା ଜମି କ୍ରୟ କରିବେ। ପୈତୃକ ସମ୍ପତ୍ତି ସହ ଜଡ଼ିତ ବିବାଦ ତୁଟିବ। ପ୍ରେମୀଯୁଗଳଙ୍କ ପାଇଁ ସପ୍ତାହଟି ଖୁବ୍ ଉତ୍ତମ ରହିବ। ଚିନ୍ତା କରିଥିବା କାର୍ଯ୍ୟ ପୂରଣ କରିବେ।
ALSO READ: Career Horoscope: ନଭେମ୍ବର ୧ରେ ଉଦୟ ହେବ ୫ ରାଶିଙ୍କ ଭାଗ୍ୟ, ମାଆ ଲକ୍ଷ୍ମୀଙ୍କ କୃପାରୁ ପାଇବେ ଅପାର ଲାଭ!
ବୃଷ: ନୂଆ ସପ୍ତାହଟିରେ ମିଶ୍ରିତ ଫଳ ପାଇବେ ଏହି ରାଶିର ଲୋକେ। ମେଡିକାଲ୍ ଓ ପ୍ରଶାସନିକ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ସମୟ ଶୁଭ ରହିବ। କର୍ମକ୍ଷେତ୍ରରେ ଅଧିକ କାମ କରିବାକୁ ପଡିପାରେ। ସପ୍ତାହ ଆରମ୍ଭରୁ ଚାକିରି ଏବଂ ବ୍ୟବସାୟ ପାଇଁ ଦୂର ଯାତ୍ରା କରିପାରନ୍ତି। ବ୍ୟବସାୟରେ ଜଡିତ କିଛି ଲୋକଙ୍କୁ ଲାଭ ମିଳିବ। ଜମି କିମ୍ବା ଘର ମାମଲାରେ କୋର୍ଟ କଚେରୀ ଯାଇପାରନ୍ତି। ପ୍ରିୟ ବ୍ୟକ୍ତିଙ୍କ ବ୍ୟବହାର ଯୋଗୁ ଦୁଃଖିତ ରହିବେ। ଅଯଥା ଖର୍ଚ୍ଚା ବଢିବ। ଘରେ କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଛାତ୍ରଛାତ୍ରୀମାନେ ପାଠପଢାରେ ଧ୍ୟାନ ଦେବା ଉଚିତ। ଦାମ୍ପତ୍ୟ ଜୀବନ ମଧ୍ୟମ ଧରଣର ରହିବ।
ମିଥୁନ: ନୂଆ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ଏତେ ଖାସ୍ ରହିବ ନାହିଁ। ଆର୍ଥିକ ସଙ୍କଟ ଦେଇ ଗତି କରିପାରନ୍ତି। କାହା-ଠାରୁ ଟଙ୍କା ଧାର ନେଇ ପାରନ୍ତି। ବ୍ୟବସାୟୀମାନେ କୌଣସି ନୂତନ ପ୍ରକାର ବ୍ୟବସାୟ କରନ୍ତୁ ନାହିଁ, କି କୌଣସି ପ୍ରକାର ଆର୍ଥିକ ଦେଣନେଣ କରନ୍ତୁ ନାହିଁ । ନଚେତ୍ କ୍ଷତି ସହିବେ। ପୁଞ୍ଜି ବିନିଯୋଗ କଲେ କ୍ଷତିରେ ପଡିବ। ଚାକିରିଆମାନେ କୌଣସି କାର୍ଯ୍ୟକୁ ନେଇ ନିଜ ବରିଷ୍ଠ ଅଧିକାରୀଙ୍କର ଆକ୍ରୋଶର ଶୀକାର ହୋଇପାରନ୍ତି। ଘରେ ହେଉ କି ବାହାରେ ନିଜର ମନମାନି କରିବା କିମ୍ବା ଅନ୍ୟ ଲୋକଙ୍କ ପରାମର୍ଶ ନେବାରୁ ନିବୃତ୍ତ ରୁହନ୍ତୁ। କାର୍ଯ୍ୟ କ୍ଷେତ୍ରରେ ଶତ୍ରୁମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ। ସେଥିପାଇଁ ସତର୍କତାର ସହ ଚଳନ୍ତୁ। ପ୍ରେମ ସମ୍ପର୍କରେ ଥିଲେ ସପ୍ତାହଟି ଭଲ ରହିବ। ସାଥୀଙ୍କ ସହ ଡେଟ୍ ରେ ଯିବେ।
ଧନୁ: ନୂଆ ସପ୍ତାହରେ ଏହି ରାଶିଙ୍କ ପାଇଁ ଖୁସିର ଦିନ ଆଣିବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଭଲ ରହିବ। ଯେଉଁମାନେ ବେକାର ଅଛନ୍ତି ସେମାନଙ୍କୁ ଭଲ ଚାକିରି ମିଳିବ। ଯେଉଁମାନେ ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି। ସେମାନଙ୍କର ଆଶା ନୂଆ ସପ୍ତାହରେ ପୂରା ହେବ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ଲାଭବାନ୍ ହେବା ସହ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ସପ୍ତାହ ଶେଷ ବେଳକୁ ନିଜ ବନ୍ଧୁମାନଙ୍କ ସହ ଦୂରଯାତ୍ରା କରିବେ।
ମକର: ଆଗାମୀ ସପ୍ତାହ ଏହି ରାଶିଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ଭାବିଥିବା କାମ ସମୟରେ ସଂପୂର୍ଣ୍ଣ ହେବ ସତ କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିବ। ତେଣୁ, ସ୍ୱାସ୍ଥର ଯତ୍ନ ନିଅନ୍ତୁ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ନଚେତ୍ ପରେ ପସ୍ତେଇବେ। କର୍ମକ୍ଷେତ୍ରରେ ଅନ୍ୟକୁ କାମ ଦେବା ଅପେକ୍ଷା ନିଜେ କାମ କରନ୍ତୁ। କୋର୍ଟ କଚେରୀ ମାମଲାରେ ସଫଳତା ପାଇବେ ନାହିଁ। ପ୍ରେମୀମାନଙ୍କ ଲାଗି ସମୟ ଆଦୌ ଭଲ ରହିବ ନାହିଁ। ଛୋଟ କଥାକୁ କେନ୍ଦ୍ର କରି ସାଥୀଙ୍କ ସହ ଝଗଡା ହୋଇପାରେ, ସାବଧାନ ରୁହନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।
ट्रेन्डिंग फोटोज़