Advertisement
Photo Details/zeeodisha/odisha2649081
photoDetails0hindi

Weather Update: ବୁଧବାରରୁ ଘଡ଼ଘଡ଼ି ସହ ବର୍ଷା, ୩୫ ଡିଗ୍ରୀ ଡେଇଁଲାଣି ତାପମାତ୍ରା

Weather Update:ଭୁବନେଶ୍ୱର: ଆସନ୍ତା ବୁଧବାରଠାରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ। ପଶ୍ଚିମା ବାୟୁ ପ୍ରବାହ ଯୋଗୁ ୪ ଦିନ ଯାଏ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗ କହିଛି କି ବୁଧବାର ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଦେବଗଡ଼, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ ଓ ବାଲେଶ୍ଵରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୯ ତାରିଖରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି। 

1/4

ସେହିପରି ୨୦ ତାରିଖରେ ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଦେବଗଡ଼, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡ଼ା, ସମ୍ବଲପୁର, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ବାଲେଶ୍ଵରରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏ ସବୁ ଜିଲ୍ଲା ଭିତରୁ କିଛି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

2/4

 ୨୧ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତିରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। ୨୨ ତାରିଖରେ ବି ବର୍ଷିବ। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ଵରରେ ହାଲୁକା ବର୍ଷା ହୋଇପାରେ।

3/4

ରବିବାର ୧୩ଟି ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ପାର୍ କରିଥିଲା। ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ସର୍ବାଧିକ ୩୬.୬ ଡିଗ୍ରୀ ରେକର୍ଡ ହୋଇଛି। ଝାରସୁଗୁଡ଼ାରେ ୩୬.୨, ଅନୁଗୁଳରେ ୩୬.୧, ବଲାଙ୍ଗୀର, ଭବାନୀପାଟଣା, ଟିଟିଲାଗଡ଼ ଓ ବୌଦ୍ଧରେ ୩୬, ଢେଙ୍କାନାଳରେ ୩୫.୮, ସମ୍ବଲପୁର ଓ ସୋନପୁରରେ ୩୫.୭, ହୀରାକୁଦରେ ୩୫.୬, ଭଦ୍ରକରେ ୩୫.୫, ଭୁବନେଶ୍ଵରରେ ୩୫.୪ ଓ ବାରିପଦାରେ ୩୫ ଡିଗ୍ରୀ ଟପିଛି। 

4/4

ରାଜଧାନୀରେ ଦିନ ୧୦ଟାରୁ ଟାଣ ଖରା ଯୋଗୁ ତାତି ଅନୁଭୂତ ହେଉଥିଲା। ଅପରାହ୍ନ ସାଢ଼େ ୨ଟା ବେଳକୁ ଦିନ ତାପମାତ୍ରା ୩୪.୪ ଡିଗ୍ରୀ ଥିଲା । ପରେ ୩୫ ଡିଗ୍ରୀ ଟପି ଯାଇଥିଲା। ସେପଟେ ଫୁଲବାଣୀରେ ରାତି ତାପମାତ୍ରା ସର୍ବନିମ୍ନ ୧୦.୫ ଡିଗ୍ରୀ ଥିଲା ।