ଆଜି ରାଜ୍ୟର ୧୩ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା ।
ଆଜି ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ ସହର ଥିବାବେଳେ ତାପମାତ୍ରା ୩୬.୬ ଡିଗ୍ରୀ ରେକର୍ଡ କରାଯାଇଛି ।
ଏହା ପଛକୁ ଝାରସୁଗୁଡ଼ା ୩୬.୨ ଏବଂ ଅନୁଗୁଳ ୩୬.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
ତେବେ ଫେବୃଆରୀ ୧୯ ଏବଂ ୨୦ରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।
ପାଣିପାଗ ବିଭାଗ କହିଛି ଯେ, କେବଳ ହାଲୁକା ବର୍ଷା ନୁହେଁ ବରଂ କିଛି ସ୍ଥାନରେ ବିଜୁଳି, ଘଡ଼ଘଡି ହେବାର ସମ୍ଭାବନା ରହିଛି
ଆଲର୍ଟ ଜାରି କରାଯାଇଥିବା ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ।
ଆସନ୍ତା ୨ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ସୂଚନା ପ୍ରଦାନ କରାଯାଇଛି ।
ट्रेन्डिंग फोटोज़