ଶୀତଦିନେ କନ୍ଦମୂଳ ଖାଇବାକୁ କିଏ ବା ପସନ୍ଦ ନକରେ, କିନ୍ତୁ ଆପଣ ହୁଏତ ଜାଣିନଥିବେ କନ୍ଦମୂଳ ଚୋପା ସହିତ ମଧ୍ୟ ଖାଇହେବ । ଯାହା ଆମ ଶରୀର ପାଇଁ ବହୁତ ଲାଭଦାୟକ।
୧. ଫାଇବରରେ ଭରପୂର
କନ୍ଦମୂଳ ଚୋପାରେ ଭରପୂର ପରିମାଣରେ ଡାଏଟ୍ରି ଫାଇବର ରହିଛି । ଏହା ପାଚନ ତନ୍ତ୍ର ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ଏହା ମୁକ୍ତି ଦେଇଥାଏ । ଅନ୍ତନଳୀକୁ ସୁସ୍ଥ ରଖିବା ସହ ପାଚନ କ୍ରିୟାକୁ ଉନ୍ନତ କରେ। ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ ବୋଲି ବିବେଚନା କରାଯାଇଛି ।
୨. ଆଣ୍ଟିଅକ୍ସିଡାଣ୍ଟର ଉତ୍କୃଷ୍ଟ ଉତ୍ସ
କନ୍ଦମୂଳ ଚୋପାରେ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଏହା ଶରୀରରେ ମୁକ୍ତ ରାଡିକାଲ୍ସକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଚର୍ମକୁ ସତେଜ ରଖିବାରେ ସହାୟକ ହୋଇଥାଏ। କର୍କଟ ଏବଂ ହୃଦରୋଗର ଆଶଙ୍କା ମଧ୍ୟ ହ୍ରାସ ହୋଇଥାଏ । ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ ।
୩. ରକ୍ତ ଶର୍କରା ନିୟନ୍ତ୍ରଣରେ ସହାୟକ
ଯଦି ଆପଣ ମଧୁମେହ ରୋଗୀ, ତେବେ କନ୍ଦମୂଳ ଚୋପା ସହିତ ଖାଇବା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ଏହାର ଚୋପାରେ ଉପସ୍ଥିତ ଫାଇବର ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏହା ଇନସୁଲିନ୍ ସମ୍ବେଦନଶୀଳତାକୁ ଉନ୍ନତ କରିଥାଏ ଏବଂ ସୁଗାର ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରେ।
୪. ଓଜନ ହ୍ରାସରେ ସହାୟକ
କନ୍ଦମୂଳ ଚୋପାରେ କ୍ୟାଲୋରୀ କମ୍ ଏବଂ ଫାଇବର ଅଧିକ ରହିଥାଏ । ଏହା ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ। ଅତ୍ୟଧିକ ଖାଇବା ଅଭ୍ୟାସକୁ ଏଡାଇବାରେ ସାହାଯ୍ୟ କରିଥାଏ। ମେଟାବୋଲିଜିମ୍ ବୃଦ୍ଧି କରି ଚର୍ବି କମ୍ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରେ।
୫. ହାଡ଼ ଏବଂ ହୃଦୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ
କନ୍ଦମୂଳ ଚୋପାରେ ପୋଟାସିୟମ, କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ ପ୍ରଚୁର ପରିମାଣରେ ରହିଥାଏ । ଏହା ହାଡ଼ ଏବଂ ହୃଦୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଏହା ହାଡ଼କୁ ମଜବୁତ କରିବା ସହ ଅଷ୍ଟିଓପୋରୋସିସ୍ ହେବାର ଆଶଙ୍କା ହ୍ରାସ କରେ। ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ହୃଦରୋଗର ଆଶଙ୍କା ମଧ୍ୟ ହ୍ରାସ କରେ।
କନ୍ଦମୂଳ ଯଦିଚୋପା ସହ ଖାଉଛନ୍ତି ତେବେ ତାହାକୁ ଭଲ ଭାବରେ ଧୋଇ ବ୍ରଶ୍ ସାହାଯ୍ୟରେ ସଫା କରନ୍ତୁ ଏବଂ ତା'ପରେ ବ୍ୟବହାର କରନ୍ତୁ। ଏହାକୁ ପାଣିରେ ଫୁଟାଇ, ରୋଷ୍ଟ କରି କିମ୍ବା ଗ୍ରୀଲ୍ କରି ଖାଇହେବ। ଆପଣ ଏହାକୁ ସାଲାଡ, ସୁପ୍ ରେ ମିଶାଇ ମଧ୍ୟ ସେବନ କରିପାରିବେ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। କୌଣସି କାରଣ ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़