କଳା ଅଙ୍ଗୁର ସ୍ବାସ୍ଥ୍ୟ ପାଇଁ ବହୁତ ଲାଭକାରୀ । ଏହାକୁ ଖାଇବା ଦ୍ଵାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । ଜାଣନ୍ତୁ କଳା ଅଙ୍ଗୁର ଖାଇବାର ଉପକରିତା।
ପ୍ରତିଦିନ କଳା ଅଙ୍ଗୁର ଖାଇବା ଦ୍ବାରା ଏକାଗ୍ରତା ଓ ସ୍ମୃତିଶକ୍ତି ବୃଦ୍ଧି ପାଏ। ମାଇଗ୍ରେନ୍ ଭଳି ରୋଗକୁ ମଧ୍ୟ ଏହା ଭଲ କରିପାରେ।
ଶରୀରରେ କୋଲେଷ୍ଟ୍ରଲ୍ ସ୍ତରକୁ ନିୟନ୍ତ୍ରଣରେ ରଖେ ଏଵଂ ହୃଦଘାତ କିମ୍ୱା ଅନ୍ୟାନ୍ୟ ସମ୍ପର୍କିତ ରୋଗର ଆଶଙ୍କା କମ୍ କରେ।
କେବଳ ଏତିକି ନୁହେଁ ଏଥିରେ ଥିବା ମିନେରାଲ୍ ଓ ଭିଟାମିନ୍ ସି ତ୍ୱଚା ପାଇଁ ବହୁତ ଉପକାରୀ। ଏହା ତ୍ଵଚାକୁ ଯୁବା ରଖିବାରେ ସାହାଯ୍ୟ କରେ ।
ଓଜନ ହ୍ରାସ ପାଇଁ କଳା ଅଙ୍ଗୁର ବହୁତ ଲାଭଦାୟକ। ପ୍ରତିଦିନ କଳା ଅଙ୍ଗୁର ଖାଇବା ଦ୍ବାରା ଓଜନ ହ୍ରାସ ହୋଇଥାଏ।
କଳା ଅଙ୍ଗୁର ସ୍ତନ, ଫୁସଫୁସ୍ ଏବଂ ଅନ୍ତନଳୀ କର୍କଟ ରୋଗର ଆଶଙ୍କାରୁ ରକ୍ଷା କରେ ।
ଏହା ଶରୀରରେ ରକ୍ତ ପ୍ରବାହକୁ ବୃଦ୍ଧି କରେ । ଏହି କାରଣରୁ ରକ୍ତଚାପ ସମସ୍ୟା ଉପୁଜିନଥାଏ।
କଳା ଅଙ୍ଗୁରରେ ଭାଇରସ ସହିତ ଲଢ଼ିବାର କ୍ଷମତା ରହିଛି। ତେଣୁ ଏହା ପୋଲିଓ ଏବଂ ହର୍ପସ୍ ଭଳି ରୋଗ ସହିତ ଲଢ଼ିବାରେ ସାହାଯ୍ୟ କରେ ।
ପେଟ ଜ୍ୱଳନରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଆପଣ କଳା ଅଙ୍ଗୁର ନିଶ୍ଚିତ ଖାଆନ୍ତୁ ।
କଳା ଅଙ୍ଗୁରରେ ଥିବା ଉପାଦାନ ଗୁଡ଼ିକ ଆଖିକୁ ସୁସ୍ଥ ରଖେ। ଏହା ଦୃଷ୍ଟି ଶକ୍ତିକୁ ଉନ୍ନତ କରିବାରେ ସାହଯ୍ୟ କରେ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ସାଧାରଣ ତଥ୍ୟକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ ସ୍ୱାସ୍ଥ୍ୟଗତ କାରଣ ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़