Advertisement
Photo Details/zeeodisha/odisha2644683
photoDetails0hindi

IPL 2025 ର ଏମାନେ ହେଉଛନ୍ତି ଅଧିନାୟକ, ୮ ଜଣଙ୍କ ମଧ୍ୟରୁ ୬ ବ୍ୟାଟସମ୍ୟାନ୍; RCB କରାଇଲା ଆଶ୍ଚର୍ଯ୍ୟ

IPL 2025 Team Captains: ଆଇପିଏଲ୍ ୨୦୨୫ ର ୮ଟି ଦଳର ଅଧିନାୟକ ଘୋଷଣା କରାଯାଇଛି। ଯଦିଓ KKR ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଏପର୍ଯ୍ୟନ୍ତ ନିଜ ଅଧିନାୟକଙ୍କ ନାମ ଘୋଷଣା କରିନାହାଁନ୍ତି। ଗୁଜରାଟ ଟାଇଟାନ୍ସର ଅଧିନାୟକ ଶୁବମନ ଗିଲ୍ ସବୁଠାରୁ ଯୁବ ଅଧିନାୟକ ହୋଇଥିବା ବେଳେ ଅଷ୍ଟ୍ରେଲୀୟ ବୋଲର ପ୍ୟାଟ୍ କମିନ୍ସ ଏହି ଲିଗର ସବୁଠାରୁ ବୟସ୍କ ଅଧିନାୟକ। ପ୍ୟାଟ୍ କମିନ୍ସ ଏକମାତ୍ର ବୋଲର୍ ଯିଏ ଅଧିନାୟକ ହୋଇଛନ୍ତି। ତେବେ ଏଠାରେ ଦେଖନ୍ତୁ ପୂରା ତାଲିକା।

 

1/8

ଚେନ୍ନାଇ ସୁପର କିଙ୍ଗ୍ସ: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ହେଉଛନ୍ତି ଓପନର ଋତୁରାଜ ଗାୟକ୍ୱାଡ। ଏହି ୨୮ ବର୍ଷୀୟ ଖେଳାଳି ୨୦୧୯ ମସିହାରୁ ଚେନ୍ନାଇ ସୁପର କିଙ୍ଗ୍ସର ଏକ ଅଂଶ ଅଛନ୍ତି। ସେ IPLରେ ୬୬ଟି ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ ସେ ୨୩୮୦ ରନ୍ କରିଛନ୍ତି। ଏହି ଅବଧିରେ ସେ ୨ଟି ଶତକ ଏବଂ ୧୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

2/8

ଗୁଜରାଟ ଟାଇଟାନ୍ସ: ଭାରତୀୟ ଓପନର ଶୁବମନ ଗିଲ ଗୁଜରାଟ ଟାଇଟାନ୍ସର ଅଧିନାୟକ। ଶୁବମନ ଗିଲ ୨୦୧୮ ରୁ ୨୦୨୧ ପର୍ଯ୍ୟନ୍ତ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳିଥିଲେ। ଏହା ପରେ ସେ ୨୦୨୨ ରୁ ସେ ଗୁଜରାଟ ଟାଇଟାନ୍ସର ଅଂଶ ହୋଇଥିଲେ ଏବଂ ୨୦୨୩ ରେ ତାଙ୍କୁ ଅଧିନାୟକତ୍ୱ ମିଳିଥିଲା। ଗିଲ୍ ୧୦୩ଟି ମ୍ୟାଚ୍ ଖେଳି ୩୨୧୬ ରନ୍ କରିଛନ୍ତି ଯେଉଁଥିରେ ୪ଟି ଶତକ ଏବଂ ୨୦ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ।

3/8

ପଞ୍ଜାବ କିଙ୍ଗ୍ସ: ଶ୍ରେୟସ ଆୟର ପଞ୍ଜାବ କିଙ୍ଗସର ଅଧିନାୟକ। ଏହା ପୂର୍ବରୁ ସେ ଗତ ସିଜିନରେ କୋଲକାତା ନାଇଟ୍ ରାଇଡର୍ସର ଅଂଶ ଥିଲେ ଏବଂ ଦଳକୁ ଚାମ୍ପିଅନ କରିଥିଲେ। ଆଇଆର ଆଇପିଏଲରେ ୧୧୫ଟି ମ୍ୟାଚ୍ ଖେଳି ୩୧୨୭ ରନ୍ କରିଥିଲେ। ତାଙ୍କ ନାମରେ ୨୧ଟି ଅର୍ଦ୍ଧଶତକ ଅଛି। KKR ବ୍ୟତୀତ ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ମଧ୍ୟ ଖେଳିଛନ୍ତି।

4/8

ରାଜସ୍ଥାନ ରୟାଲ୍ସ: ରାଜସ୍ଥାନ ରୟାଲ୍ସର ଅଧିନାୟକ ଅଛନ୍ତି ସଞ୍ଜୁ ସାମସନ। ସଞ୍ଜୁ ଏହି ଦଳ ସହିତ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ କିନ୍ତୁ ମଝିରେ ସେ ତିନି ସିଜନ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ଅଂଶ ମଧ୍ୟ ଥିଲେ। ସଞ୍ଜୁ ସାମସନ ୧୬୭ଟି ମ୍ୟାଚ୍ ଖେଳି ୪୪୧୯ ରନ୍ କରିଛନ୍ତି। ତାଙ୍କ ନାମରେ ତିନୋଟି ଶତକ ଏବଂ ୨୫ଟି ଅର୍ଦ୍ଧଶତକ ଅଛି।

5/8

ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟା ୨୦୧୫ ମସିହାରେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ୨୦୨୨-୨୩ରେ ଗୁଜରାଟ ଟାଇଟାନ୍ସ ପାଇଁ ଖେଳିଥିଲେ କିନ୍ତୁ ତା'ପରେ ମୁମ୍ବାଇ ଫେରି ଆସିଥିଲେ। ଏହି ୩୧ ବର୍ଷୀୟ ଖେଳାଳି ଆଇପିଏଲରେ ୧୩୭ଟି ମ୍ୟାଚ୍ ଖେଳିଛନ୍ତି। ତାଙ୍କ ନାମରେ ୨୫୨୫ ରନ୍ ଅଛି ଯେଉଁଥିରେ ୧୦ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ସେ ୯.୧୦ ଇକୋନୋମି ରେଟ୍‌ରେ ୬୪ଟି ୱିକେଟ୍ ନେଇଥିଲେ।

6/8

ଲକ୍ଷ୍ନୌ ସୁପର ଜଏଣ୍ଟସ୍: ରିଷଭ ପନ୍ତ ୨୦୧୬ ମସିହାରୁ ଆଇପିଏଲ ଖେଳୁଛନ୍ତି। ସେ ୨୦୨୪ ପର୍ଯ୍ୟନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ଅଂଶ ଥିଲେ କିନ୍ତୁ ବର୍ତ୍ତମାନ ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ। ପନ୍ତ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ ସେ ୩୨୮୪ ରନ୍ କରିଛନ୍ତି। ସେ ଗୋଟିଏ ଶତକ ଏବଂ ୧୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

7/8

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ରଜତ ପାଟିଦାରଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ କରାଯାଇଛି। ରଜତ ୨୭ଟି ମ୍ୟାଚ୍ ଖେଳି ୭୯୯ ରନ୍ କରିଛନ୍ତି। ତାଙ୍କ ନାମରେ ଗୋଟିଏ ଶତକ ଏବଂ ସାତଟି ଅର୍ଦ୍ଧଶତକ ଅଛି। ପାଟିଦାର କେବଳ ଏହି ଗୋଟିଏ ଦଳ ପାଇଁ ଖେଳି ଆସୁଛନ୍ତି।

8/8

ସନରାଇଜର୍ସ ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ହେଉଛନ୍ତି ପ୍ୟାଟ୍ କମିନ୍ସ। ଏହି ଅଷ୍ଟ୍ରେଲିୟ ବୋଲର ୨୦୧୫ ମସିହାରୁ ଏହି ଲିଗରେ ଖେଳୁଛନ୍ତି। ସେ ଦିଲ୍ଲୀର କେକେଆର ପାଇଁ ମଧ୍ୟ ଖେଳିଛନ୍ତି। ସେ ୫୮ଟି ମ୍ୟାଚ୍ ଖେଳି ୬୩ଟି ୱିକେଟ୍ ନେଇଛନ୍ତି।