Advertisement
Photo Details/zeeodisha/odisha2644347
photoDetails0hindi

Budh Gochar 2025: ବୁଧଙ୍କ ଶୁଭ ଚଳନ, ଫିଟାଇବ ଏହିସହୁ ରାଶିଙ୍କ ଭାଗ୍ୟ, କ୍ୟାରିୟରରେ ମିଳିବ ସଫଳତା ସହ...

 
Budh Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହମାନଙ୍କର ରାଜକୁମାର ବୁଧ ଫେବୃଆରୀ ୨୭ ତାରିଖ ସକାଳ ୧୧.୫ ମିନିଟ୍ ସମୟରେ କୁମ୍ଭ ରାଶିକୁ ଚଳନ କରିବେ। ବୁଧଙ୍କ ଏହି ଚଳନ କିଛି ରାଶିଙ୍କ ଭାଗ୍ୟ ଉଦୟ କରିବ। ଯଦି ଜାତକରେ ବୁଧଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜଣକ ଜୀବନରେ ବ୍ୟବସାୟ ବାଣିଜ୍ୟରେ ଅଗ୍ରଗତି କରିବା ସହିତ ଚାକିରିରେ ସଫଳତା ପାଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ପାଇଁ ବୁଧଙ୍କ ଚଳନ ଶୁଭଫଳ ପ୍ରଦାନ କରିବାକୁ ଯାଉଛି....

1/3
ସିଂହ:  ବୁଧଙ୍କ ବିଶେଷ କୃପାରୁ ଲାଭବାନ୍ ହେବେ ଏହି ରାଶି। କ୍ୟାରିୟରରେ ଅଭୂତ ପୂର୍ବ ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦ ଦୂର ହେବ। ବରିଷ୍ଠ ଅଧିକାରୀ ଓ ସହକର୍ମୀଙ୍କ ସହଯୋଗ ମିଳିବ।  ଆୟରେ ବୃଦ୍ଧି ଘଟିବ।  ଆର୍ଥିକ ସ୍ଥିତି ମଜବୁତ୍ ରହିବ। ବ୍ୟବସାୟୀମାନେ  ବାଣିଜ୍ୟ-ବ୍ୟବସାୟରେ ଅଗ୍ରଗତି କରିବେ। ଯେଉଁମାନେ, ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ସେମାନେ ଏହି ସମୟରେ ନୂଆ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କଲେ ପ୍ରଚୁର ଲାଭ ପାଇବେ। ନୂଆ ଘର କିଣିବାର ସ୍ବପ୍ନ ସାକାର ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। 

ALSO READ: Elina Dash Pics: ସୋସିଆଲ୍ ମଡିଆରେ ଭାଇରାଲ୍ ହେଉଛି ବିଜେଡି଼ ନେତ୍ରୀ ଏଲିନା ଦାଶଙ୍କ ଏହିସବୁ ଫଟୋ, ଦେଖନ୍ତୁ...

ALSO READ: Rahu Gochar 2025: ଏହିସବୁ ରାଶିଙ୍କ ପାଇଁ ରାହୁ ଆଣୁଛନ୍ତି ଶୁଭ ସମୟ, ଧନୀ ହେବା ସହ...

2/3
ବିଛା: ବୁଧଙ୍କ ଆର୍ଶିବାଦ ଏହି ରାଶିକୁ ଧନବାନ୍ କରାଇବ।  ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟୀମାନଙ୍କର ଆର୍ଥିକ ସ୍ଥିତି ବଦଳିବ। ପୂର୍ବ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରି ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବ। ରିୟଲି-ଇ-ଷ୍ଟେଟ୍ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ନୂଆ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ପୁରୁଣା ରୋଗରୁ ମୁକ୍ତି ମିଳିବ। ପ୍ରେମୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବେ।

3/3
କୁମ୍ଭ: ବୁଧଙ୍କ ଚଳନ ଏହି ରାଶିକୁ ଧନବାନ୍ କରାଇବ। ବାଣିଜ୍ୟ-ବ୍ୟବସାୟରେ ଲାଗି ରହିଥିବା ମାନ୍ଦା ବସ୍ଥା ଦୂର ହେବ। ଆର୍ଥିକ ଦେଣନେଣ ପାଇଁ ସମୟ ଭଲ ରହିବ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ବ୍ୟବସାୟରେ ପୁରୁଣା ଯୋଜନାକୁ କାର୍ଯ୍ୟକାରୀ କରି, ସେଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ଏକ ସଂସ୍ଥାରୁ ଭଲ ଚାକିରି ଅଫରି ମିଳିବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ୍ ହେବ। ପ୍ରେମ ବିବାହରେ ଆସୁଥିବା ବାଧା,ବିଘ୍ନ ଦୂର ହେବ। ବିଦେଶରେ ଚାକିରି କରିବା ଇଚ୍ଚା କରିଥିବା ଆଶାୟୀଙ୍କ ଆଶା ପୂରଣ ହେବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। ପିତାମାତାଙ୍କ ସହ ଧାର୍ମିକ ସ୍ଥାନ ପରିଦର୍ଶନ କରିବେ।      (Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)