Advertisement
Photo Details/zeeodisha/odisha2644043
photoDetails0hindi

Rahu Gochar 2025: ଏହିସବୁ ରାଶିଙ୍କ ପାଇଁ ରାହୁ ଆଣୁଛନ୍ତି ଶୁଭ ସମୟ, ଧନୀ ହେବା ସହ...

Rahu Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଛାୟା ଗ୍ରହ ରାହୁଙ୍କୁ ଏକ ଭ୍ରମାତ୍ମକ ଗ୍ରହ ବୋଲି ବିବେଚନା କରାଯାଏ। ରାହୁଙ୍କ ରାଶି ପରିବର୍ତ୍ତନକୁ ସର୍ବଦା ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଏ।  ରାହୁ  ବର୍ତ୍ତମାନ ମୀନ ରାଶିରେ ବିରାଜମାନ ଥିବା ବେଳେ  ମେ ୧୮ ଅପରାହ୍ନ ୪ଟା ୩୦ ମିନିଟ୍ ସମୟରେ କୁମ୍ଭ ରାଶିକୁ ଚଳନ କରିବେ। ରାହୁଙ୍କ ଏହି ଚଳନ କିଛି ରାଶି ପାଇଁ ବରଦାନ ପାଲଟିବ। ଯଦି ରାଶି ବା ଜାତକର ଅଷ୍ଟମ ଘରେ ରାହୁଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜଣକ ଜୀବନରେ ଧନୀ ହେବା ସହିତ ସମସ୍ତ ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଚମକାଇବାକୁ ଯାଉଛନ୍ତି ରାହୁ....

1/5
ମିଥୁନ: ରାହୁଙ୍କ ଶୁଭ ଚଳନ ଏ-ହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବିଶେଷକରି,ଯେଉଁମାନେ ଶିକ୍ଷା କ୍ଷେତ୍ରରେ ଅଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଆର୍ଥିକ ଦେଣନେଣ ପାଇଁ ସମୟ ଖାସ୍ ରହିବ। ବ୍ୟବସାୟୀମାନେ ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଯେଉଁ ଛାତ୍ରଛାତ୍ରୀମାନେ ବିଦେଶରେ ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ସ୍ବପ୍ନ ଦେଖୁଛନ୍ତି। ସେମାନଙ୍କ ଆଶା ପୂରଣ ହେବ। ପରିବାର ମଧ୍ୟରେ ଲାଗି ରହିଥିବା ବିବାଦ ଦୂର ହେବ। ଚାକିରିରେ ପଦୋନ୍ନତି ମିଳିବା ସହ ଦରମା ବଢିବ। ସ୍ବାସ୍ଥ୍ୟ ଭଲ ରହିବ। ବିଶେଷକରି, ପ୍ରେମୀମାନେ ନୂଆ ଜୀବନ ସାଥୀ ପାଇବେ। 

ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ବଢିପାରେ ଅଡୁଆ,ରୁହନ୍ତୁ ସତର୍କ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

ALSO READ: Valentine’s Day 2025: ପ୍ରେମ ସପ୍ତାହରେ ରାଶି ଅନୁସାରେ ପିନ୍ଧନ୍ତୁ ପୋଷାକ, ପାର୍ଟନରଙ୍କ ସହ ଅଧିକ ମଜଭୁତ ହେବ ସମ୍ପର୍କ!

2/5
ତୁଳା: ରାହୁଙ୍କ ଶୁଭ ଚଳନ ଏହି ରାଶିର ଭାଗ୍ୟ ଉଦୟ କରିବ। ବିଶେଷକରି, ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। ପ୍ରେମ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ନିଜ ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। ବିଶେଷକରି, ଯେଉଁମାନେ କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନେ ଭଲ ରେଜଲ୍ଟ କରିବେ।  ଘର କିଣିବାର ସ୍ବପ୍ନ ସାକାର ହେବ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। 

3/5
ଧନୁ: ରାହୁଙ୍କ ଶୁଭ ଚଳନ ଏହି ରାଶିର ଭାଗ୍ୟ ଚମକାଇବ। ବିଶେଷକରି, ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ମଜବୁତ୍ ହେବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଖାସ୍ ରହିବ। ଯେଉଁମାନେ ମିଡିଆ, ମାର୍କେଟିଂ ଓ ସୋସିଆଲ୍ ମିଡିଆ ସହ ଜଡିତ ସେମାନଙ୍କ ପାଇଁ ସମୟ ଖାସ୍ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହିତ ସମ୍ମାନୀତ ହେବେ। ପରିବାର ସହ ଦୂରଯାତ୍ରା କରିବେ। ବାଣିଜ୍ୟ-ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ନିଜ ସାଥୀଙ୍କ ସହ ଦୂରଯାତ୍ରା କରିବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। 

4/5
  ମକର: ରାହୁଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକି ଉଠିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।  ବିଶେଷକରି, ଯେଉଁମାନେ ସେୟାର ମାର୍କେଟ୍ , ବ୍ୟବସାୟ ଓ କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ ପାଇଁ ଯୋଜନା କରୁଛନ୍ତି। ଏହି ସମୟରେ ବିନିଯୋଗ କରନ୍ତୁ ଭଲା ଲାଭ ପାଇବେ। ପୈତୃକ ସମ୍ପତ୍ତିରୁ ଅଧିକ ଲାଭ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଭଲ ଚାକିରି ମିଳିବ। ରିୟଲି-ଇ-ଷ୍ଟେଟ୍ ବ୍ୟବସାୟୀମାନଙ୍କ ପାଇଁ ସମୟ ଖାସ୍ ରହିବ। ନୂଆ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। 

5/5

ମୀନ: ରାହୁଙ୍କ ବିଶେଷ ଆର୍ଶିବାଦ ଏହି ରାଶି ଉପରେ ଟଙ୍କା ବର୍ଷା କରିବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟ ଓ ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ। ବାକି ପଡିଥିବା ଟଙ୍କା ମିଳିବ। ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସଫଳ ହେବେ। ଯେଉଁମାନେ ବିଦେଶରେ ନୂଆ ବାଣିଜ୍ୟ- ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିବ। ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ। ପ୍ରେମୀ ମାନଙ୍କ ପାଇଁ ସମୟ ଶୁଭ ରହିବ। ଦିର୍ଘ ଦିନର ଆଶା ପୂରଣ ହେବ। ନୂଆ ଘର ଓ ଗାଡି଼ କିଣିବାର ସ୍ବପ୍ନ ସାକାର ହେବ। ସମ୍ପର୍କୀୟ ଓ ବନ୍ଧୁ ବାନ୍ଧବଙ୍କ ସହ ଲାଗି ରହିଥିବା ବିବାଦ ଦୂର ହେବ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ପାଇବେ।  ଦମ୍ପତ୍ୟ ଜୀବନ ସୁଖମୟ ହେବ। 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)