Surya Budh Yuti 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏ-ହି କ୍ରମରେ ଗ୍ରହମାନଙ୍କର ରାଜକୁମାର ବୁଧ ଫେବୃଆରୀ ୧୧ ତାରିଖରେ କୁମ୍ଭ ରାଶିରେ ଚଳନ କରିବାକୁ ଥିବା ବେଳେ ଫେବୃଆରୀ ୧୨ ତାରିଖ ଦିନ ୧୦.୨୦ ମିନିଟ ସମୟରେ ସୂର୍ଯ୍ୟ ସେହି ରାଶିକୁ ଚଳନ କରିବେ। ଗୋଟିଏ ରାଶିରେ ୨ ଗ୍ରହଙ୍କ ଶୁଭ ମିଳନ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି କରୁଛି। ତେବେ, ଏହି ବୁଦ୍ଧାଦିତ୍ୟ ରାଜଯୋଗ କିଛି ରାଶି ପାଇଁ ବରଦାନ ପାଲଟିବ। ତେବେ, ଆସନ୍ତୁ ଜାଣିବା ସୂର୍ଯ୍ୟ ଓ ବୁଧ କେଉଁ ସବୁ ରାଶିଙ୍କ ଭାଗ୍ୟ ଚମକାଇବେ।....
କନ୍ୟା: ବୁଦ୍ଧାଦିତ୍ୟ ଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କ୍ୟାରିୟରକୁ ନେଇ କୌଣସି ଖୁସି ଖବର ମିଳିପାରେ। ଯେଉଁମାନେ ଚାକିରି ଖୋଜୁଛନ୍ତି,ସେମାନଙ୍କୁ କୌଣସି ଏକ ସଂସ୍ଥାରୁ ଭଲ ଚାକିରି ଅଫର ମିଳିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ପିତାମାତାଙ୍କର ସ୍ବାସ୍ଥ୍ୟରେ ଉନ୍ନତି ଆସିବ । ଯେଉଁମାନେ, ନୂଆଘର କିଣିବା ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ଆଶା ପୂରଣ ହେବ। ପରିବାର ସହ ଭଲ ସମୟ ଅତିବାହିତ କରିବେ। ପ୍ରେମୀମାନଙ୍କ ଲାଗି ସମୟ ଖାସ୍ ରହିବ। ଘରକୁ ଅତିଥିଙ୍କ ଆଗମନ ହେବେ।
ALSO READ: Shani Gochar 2025: ଶନିଙ୍କ ଶୁଭ ଚଳନ ଫିଟାଇବ ୫ରାଶିଙ୍କ ଭାଗ୍ୟ,କ୍ୟାରିୟରରେ ମିଳିବ ସଫଳତା ସହ ହେବ ଟଙ୍କା ବର୍ଷା!
ALSO READ: Today Horoscope: ରବିବାର କେମିତି ରହିବ ୧୨ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆଜିର ରାଶିଫଳ
ट्रेन्डिंग फोटोज़