Advertisement
Photo Details/zeeodisha/odisha2634059
photoDetails0hindi

Chandra Gochar 2025: ଆଜିଠୁ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ଚନ୍ଦ୍ରଙ୍କ ଚଳନ ଦେବେ ଶୁଭଫଳ

Chandra Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରନ୍ତି। ଏହି କ୍ରମରେ ଚନ୍ଦ୍ରମା ମାତ୍ର ଅଢେଇ ଦିନରେ ଗୋଟିଏ ରାଶିରୁ ଆଉ ଏକ ରାଶିକୁ ଚଳନ କରନ୍ତି। ଚନ୍ଦ୍ରମାଙ୍କୁ ମନ ଓ ପ୍ରାଣର କାରକ ବୋଲି ବିବେଚନା କରାଯାଏ। ଚନ୍ଦ୍ରମା ଆଜି ଦିନ ୨ଟା ୧୫ ମିନିଟ୍ ସମୟରେ ବୃଷ ରାଶିକୁ ଚଳନ କରିବେ। ଜାତକରେ ଚନ୍ଦ୍ରଙ୍କ ସ୍ଥିତି ମଜବୁତ୍ ରହିଲେ, ବ୍ୟକ୍ତି ଜଣକ ଜୀବନର ସମସ୍ତ ସଫଳତା ପାଇବା ସହିତ ମାନସିକ ଶାନ୍ତି ପାଇଥାଏ। ଏବଂ ଅଧା ରହିଥିବା କାର୍ଯ୍ୟକୁ ମଧ୍ୟ ସଫଳତାର ସହ ଶେଷ କରିଥାଏ। ତେବେ, ଆସନ୍ତୁ ଜାଣିବା ଚନ୍ଦ୍ରଙ୍କ ଗୋଚର କେଉଁ ସବୁ ରାଶିଙ୍କ ଭାଗ୍ୟ ଚମକାଉଛି...

1/3
ବୃଷ: ଚନ୍ଦ୍ରଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ବିଶେଷକରି, ଏ-ହି ସମୟ ମଧ୍ୟରେ ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। କର୍ମକ୍ଷେତ୍ରରେ ପଦୋନ୍ନତି ହେବା ସହିତ ଦରମା ବଢିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ। ଯେଉଁମାନେ,ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ଏକ ସଂସ୍ଥାରୁ ଭଲ ଚାକିରି ଅଫର ମିଳିବ। ବାଣିଜ୍ୟ-ବ୍ୟବସାୟରେ ଆଶା ଠାରୁ ଅଧିକ ଲାଭ ପାଇବେ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ଅବିବାହିତମାନେ ନିଜ ମନ ପସନ୍ଦର ଜୀବନ ସାଥୀ ପାଇବେ। ନୂଆ ଗାଡି କିଣିବାର ସ୍ବପ୍ନ ସାକାର ହେବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।    ALSO READ: Grah Gochar 2025: ଫେବୃଆରୀରେ ପଡୁଛି ୨ଟି ଦୁର୍ଲଭ ଯୋଗ, ମାଲାମାଲ୍ ହେବେ ଏହିସବୁ ରାଶି,ଚାକିରିଆଙ୍କୁ ମିଳିବ ଖୁସି ଖବର

ALSO READ: Anu Choudhury Viral Video: ହୋଟେଲରୁ ଭାଇରାଲ୍ ହେଲା ଅନୁ ଚୌଧୁରୀଙ୍କ ଏହି ଭିଡିଓ, ସାଙ୍ଗରେ ଅଛନ୍ତି...

2/3
  ମିଥୁନ: ଚନ୍ଦ୍ରଙ୍କ ଶୁଭ ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଆର୍ଥିକ ସ୍ଥିତି ଭଲ ରହିବ। ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସଫଳ ହେବେ। ବ୍ୟବସାୟୀମାନେ ପୁରୁଣା ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରି ଅଧିକ ଲାଭ ପାଇବେ। ସେୟାର ମାର୍କେଟ ରୁ ଅଧିକ ଟଙ୍କା ରୋଜଗାର କରିବାରେ ସଫଳ ହେବେ। ବୈବାହିକ ଜୀବନରେ ଚାଲିଥିବା ସମସ୍ୟାର ଅନ୍ତ ଘଟିବ। ଲଭ୍ ମେଟ୍ ଙ୍କ ପାଇଁ ସମୟ ଭଲ ରହିବ ନାହିଁ। ସୋସିଆଲ୍ ମିଡିଆରୁ ଗଢି ଉଠିଥିବା ପ୍ରେମ ସମ୍ପର୍କର ଅନ୍ତ ଘଟିବ। କିନ୍ତୁ ଅବିବାହିତଙ୍କ ପାଇଁ ବିବାହ ଯୋଗ ଫିଟିବ। ପରିବାର ସହ ଭଲ ସମୟ ଅତିବାହିତ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। 

3/3
କର୍କଟ: ଚନ୍ଦ୍ରଙ୍କ ଗୋଚର ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ସାବ୍ୟସ୍ତ ହେବ। ବ୍ୟକ୍ତିଗତ ଜୀବନରେ ଦିର୍ଘ ଦିନ ଧରି ଚାଲିଥିବା ସମସ୍ୟାର ଅନ୍ତ ଘଟିବ। ଯେଉଁମାନେ କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନେ ଭଲ ରେଜଲ୍ଟ କରିବେ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବାରେ ସଫଳ ହେବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ଯେଉଁମାନେ କୌଣସି ସଂସ୍ଥାରେ ପୁଂଜି ବିନିଯୋଗ କରିବାକୁ ଚାହୁଁଛନ୍ତି। ସେମାନଙ୍କ ପାଇଁ ସମୟ ଭଲ ରହିଛି। ଏହି ସମୟ ରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ଘର ଓ ଗାଡି କିଣିବାର ସ୍ବପ୍ନ ସାକାର ହେବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।    (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)