Advertisement
Photo Details/zeeodisha/odisha2505778
photoDetails0hindi

Dev Uthani Ekadashi : ୨୦୨୫ ପର୍ଯ୍ୟନ୍ତ ଚମକିବେ ୩ ରାଶି, ବର୍ଷିବ ମା ଲକ୍ଷ୍ମୀଙ୍କ କୃପା

Dev Uthani Ekadashi 2024: ଦେବଉଠନୀ ଏକାଦାଶୀ ଏବଂ ଦେବ ପ୍ରବୋଧନୀ ଏକାଦାଶୀ ନାମରେ ମଧ୍ୟ ଜଣାଶୁଣା। ପ୍ରତିବର୍ଷ କାର୍ତ୍ତିକ ମାସର ଶୁକ୍ଳପକ୍ଷର ଏକାଦଶୀ ତାରିଖରେ ଏହା ପାଳନ କରାଯାଏ। ଏହି ବର୍ଷ ଏହି ଏକାଦଶୀ ନଭେମ୍ବର ୧୨, ୨୦୨୪ରେ ପଡୁଛି। ଏହି ଏକାଦଶୀରେ ଚତୁର୍ମାସରେ ଶେଷ ହୁଏ। ୪ ମାସ ଧରି ଅନନ୍ତଶୟନରେ ରହିଥିବା ଭଗବାନ ବିଷ୍ଣୁ ରୀତିନୀତି ସହିତ ଜାଗ୍ରତ ହୁଅନ୍ତି। ପରଦିନ ତୁଲସୀ ବିବାହ ହୁଏ ଏବଂ ହିନ୍ଦୁ ଧର୍ମର ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ ହୁଏ।

1/3

ବୃଷ ରାଶି ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ମାତା ଲକ୍ଷ୍ମୀ ଓ ବିଷ୍ଣୁ ଦେବଙ୍କ ସ୍ୱତନ୍ତ୍ର କୃପାବୃଷ୍ଟି ହେବ। ପୂର୍ବାପେକ୍ଷା ଅଧିକ ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ମନରେ ସକରାତ୍ମକ ଭାବନା ରହିବ। ଚିନ୍ତାମୁକ୍ତ ହେବେ। ନିବେଶରୁ ମୋଟା ଅଙ୍କର ଲାଭ ମିଳିବ। ଆର୍ଥିକ ସ୍ଥିତି ମଜବୁତ ହେବ। ଚାକିରି କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ବ୍ୟବସାୟ ବୃଦ୍ଧି କରିବା ପାଇଁ ସୁଯୋଗ ମିଳିବ। ଆୟର ନୂଆ ପନ୍ଥା ମିଳିବ। ପୁରୁଣା ଋଣରୁ ମୁକ୍ତି ମିଳିବ। କ୍ଷୁଦ୍ର ବ୍ୟବସାୟୀ ମୋଟା ଅଙ୍କର ଲାଭ ମିଳିବ। 

2/3

ତୁଳା ରାଶି ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଭଗବାନ ବିଷ୍ଣୁଙ୍କ ସ୍ୱତନ୍ତ୍ର କୃପା ରହିବ। ବ୍ୟକ୍ତିତ୍ୱ ଆକର୍ଷଣୀୟ ହେବ। ଆତ୍ମବିଶ୍ୱାସ ବୃଦ୍ଧି ହେବ। ଆପଣ ସବୁ କାର୍ଯ୍ୟରେ ମାନସିକ ସ୍ତରରେଶାନ୍ତି ରହିବ। ନିବେଶରୁ ମୋଟା ଅଙ୍କର ଲାଭ ମିଳିବ। ନୂତନ କ୍ଷେତ୍ରରେ ଚାକିରି ମିଳିବ। ଅତିରିକ୍ତ ଆୟର ନୂଆ ପନ୍ଥା ମିଳିବ। ଭଲ ଧନ ଲାଭର ଯୋଗ ରହିଛି। ଜୀବନ ବଞ୍ଚିବାର ଶୈଳୀରେ ପରିବର୍ତ୍ତନ ଆସିବ। ବ୍ୟବସାୟରେ ବୃଦ୍ଧି ହେବ। ବ୍ୟବସାୟୀଙ୍କର ଯାତ୍ରା ସଫଳ ହେବେ। ଅଟକିଥିବା ଧନ ଫେରିପାଇବେ। ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଟକିଥିବା କାର୍ଯ୍ୟ ଶେଷ ହେବ। 

3/3

ମୀନ ରାଶି ମୀନ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ ସ୍ୱତନ୍ତ୍ର କୃପା ମିଳିବ। ଶରୀର ସୁସ୍ଥରହିବ। ନିଜର ବ୍ୟବହାର ବଳରେ ଅନ୍ୟମାନଙ୍କୁ ଆକୃଷ୍ଟ କରିବାରେ ସକ୍ଷମ ହେବେ। ଆଧ୍ୟାତ୍ମିକ ଦିଗରେ ମନୋନିବେଶ କରିବେ। ଆୟର ନୂଆ ସ୍ରୋତ ସୃଷ୍ଟି ହେବ। ଆର୍ଥିକ ସ୍ଥିତି ମଜବୁତ ହେବ। ଚାକିରି କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ବ୍ୟବସାୟରେ ମୋଟା ଅଙ୍କର ଲାଭ ମିଳିବ। ଆୟରେ ମଧ୍ୟ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ହେବ। ବ୍ୟବସାୟ ସମ୍ପର୍କିତ ଯାତ୍ରା ଲାଭ ସାବ୍ୟସ୍ତ ହେବ। ଉଦ୍ୟୋଗ ମଧ୍ୟ ବିସ୍ତାର ହେବ। ଅନ୍ୟ ସ୍ରୋତରୁ ଲାଭ ହେବ। ଅଟକି ଥିବା କାର୍ଯ୍ୟ ପୂରା ହେବ। ପାରିବାରିକ ଜୀବନ ଆନନ୍ଦମୟ ରହିବ। 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।