Blood Sugar Management: ଏପରି କିଛି ପତ୍ର ରହିଛି ଯାହାକୁ ଖାଇବା ଦ୍ୱାରା ଅନେକ ଉପାୟରେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଆଜି ଆପଣଙ୍କୁ ଏପରି ଏକ ପତ୍ର ବିଷୟରେ କହିବୁ ଯେଉଁଥିରେ ଆପଣ ରକ୍ତ ଶର୍କରା ହ୍ରାସ କରିବାରେ ସକ୍ଷମ ହେବେ ।
ମଧୁମେହରେ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ କରିବା ପାଇଁ ଭୃସଙ୍ଗ ପତ୍ର ବ୍ୟବହାର କରିହେବ । ଭୃସଙ୍ଗ ପତ୍ର ଅନେକ ଗୁଣରେ ଭରପୁର। ରକ୍ତ ଶର୍କରା ସ୍ତର ହ୍ରାସ କରିବାରେ ଭୃସଙ୍ଗ ପତ୍ରର ଭୂମିକା କଣ ଆସନ୍ତୁ ଜାଣିବା ।
ଭୃସଙ୍ଗ ପତ୍ରରେ ଆଣ୍ଟି-ଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ। ଏଥିରେ ବିଟା କ୍ୟାରୋଟିନ ଏବଂ ଭିଟାମିନ ସି ମଧ୍ୟ ରହିଛି । ଏହା ରକ୍ତ ଶର୍କରାକୁ ସ୍ଥିର କରିଥାଏ। ଏହି ପତ୍ର ଖାଇବା ଦ୍ୱାରା ଅକ୍ସିଡେଟିଭ ଚାପ ହ୍ରାସ ପାଇଥାଏ । ଯାହା ମୁକ୍ତ ରାଡିକାଲ୍ସ ଦ୍ୱାରା ହେଉଥିବା କ୍ଷତିରୁ କୋଷଗୁଡ଼ିକୁ ମଧ୍ୟ ରକ୍ଷା କରେ।
ପ୍ରତିଦିନ ସକାଳେ ଉଠିବା ପରେ ଭୃସଙ୍ଗ ପତ୍ର ଖାଇପାରିବେ। ଆପଣ ୮ ରୁ ୧୦ ଟି ପତ୍ର ଚୋବାଇ ତାହାର ରସକୁ ପିଇପାରିବେ । ପତ୍ରକୁ ପାଣିରେ ଫୁଟାଇ ମଧ୍ୟ ପିଇହେବ। ଏଥିସହ ବିଭିନ୍ନ ତରକାରୀରେ ମଧ୍ୟ ଏହାକୁ ମିଶାଇ ଆପଣ ଖାଇପାରିବେ । ଏହାକୁ ଆପଣ ସୁପ୍ ଇତ୍ୟାଦିରେ ମିଶାଇ ବ୍ୟବହାର କରିପାରିବେ ।
ରକ୍ତରେ ଶର୍କରା ସ୍ତର ହ୍ରାସ କରିବା ପାଇଁ ଅନେକ ପ୍ରଭାବଶାଳୀ ଖାଦ୍ୟ ରହିଛି। ଏହି ଖାଦ୍ୟରେ ଦହି ମଧ୍ୟ ଅନ୍ତର୍ଭୁକ୍ତ। ଦହିରେ ପ୍ରୋବାୟୋଟିକ୍ସ ଥାଏ। ଦହି ଖାଇବା ଦ୍ୱାରା ରକ୍ତରେ ଶର୍କରା ପରିମାଣ ହ୍ରାସ ହୋଇପାରେ ।
ଏଥିସହ ଫାଇବର ରହିଥିବା ଖାଦ୍ୟଶସ୍ୟ ମଧ୍ୟ ମଧୁମେହ ରୋଗ ପାଇଁ ଲାଭଦାୟକ। ଓଟ୍ସ କୁ ବିଶେଷ ଭାବରେ ଖାଦ୍ୟ ଭାବେ ବ୍ୟବହାର କରିପାରିବେ । ମଧୁମେହ ରୋଗୀମାନେ ନିଜ ଖାଦ୍ୟ ତାଲିକାରେ ଅଣ୍ଡା ସାମିଲ କରିପାରିବେ । ଅଣ୍ଡା ଖାଇବା ଦ୍ୱାରା ଇନସୁଲିନ୍ ସମ୍ବେଦନଶୀଳତା ଉନ୍ନତ ହୁଏ।
ଡାଇବେଟିସ୍ ରୋଗୀଙ୍କ ପାଇଁ ବିନ୍ସ ଏବଂ ଚଣା ମଧ୍ୟ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ଏଥିରେ ପ୍ରଚୁର ପରିମାଣର ଦ୍ରବଣୀୟ ଫାଇବର ରହିଥାଏ । ଯାହା ରକ୍ତରେ ଶର୍କରା ସ୍ତର ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରେ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ସାଧାରଣ ତଥ୍ୟକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ ସ୍ୱାସ୍ଥ୍ୟଗତ କାରଣ ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़