Grah Gochar February 2025 Shubh Prabhav:ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଫେବୃଆରୀରେ ୩ଟି ବଡ଼ ଗ୍ରହ ସେମାନଙ୍କ ମୂଳ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଫେବୃଆରୀ ୪, ଦିନ ୩ଟା ୯ ମିନିଟ୍ ସମୟରେ ଦେବଗୁରୁ ବୃହସ୍ପତି ମେଷ ରାଶିରେ ମାର୍ଗି ହେବାକୁ ଥିବା ବେଳେ ଫେବୃଆରୀ ୧୧ରେ ଗ୍ରହ ମାନଙ୍କର ରାଜା ସୂର୍ଯ୍ୟ ରାତି ୧୦ଟା ୩ ମିନିଟ୍ ରେ କୁମ୍ଭ ରାଶିକୁ ଚଳନ କରିବାକୁ ଥିବା ବେଳେ ଫେବୃଆରୀ ୨୭ରେ ବୁଧ ମଧ୍ୟ କୁମ୍ଭ ରାଶିରୁ ବାହାରି ମୀନ ରାଶିକୁ ଚଳନ କରିବେ। ତିନି ରାଶିଙ୍କ ଶୁଭ ଚଳନ କିଛି ରାଶି ପାଇଁ ବେଶ୍ ଶୁଭ ଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ଏହି ତିନି ବଡ଼ ଗ୍ରହ କେଉଁ ସବୁ ରାଶିଙ୍କ ଭାଗ୍ୟ ବଦଳାଇବାକୁ ଯାଉଛନ୍ତି।...
ମିଥୁନ: ତିନିଗ୍ରହଙ୍କ ଶୁଭ ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ବିଶେଷକରି, ଏହି ଅବଧି ମଧ୍ୟରେ ଲାଗି ରହିଥିବା ଆର୍ଥିକ ସ୍ଥିତି ମଜବୁତ୍ ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମାରେ ବୃଦ୍ଧି ଘଟିବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଶୁଭ ରହିବ। ଯେଉଁମାନେ, ନୂଆ ବ୍ୟବସାୟ ବିଦେଶରେ ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିବ। ଏ-ହି ସମୟରେ ବ୍ୟବସାୟ ଆରମ୍ଭ କଲେ ଭଲ ଦ୍ବି-ପଇସା ଲାଭ ପାଇବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଦେଶରେ ପାଠ-ପଢିବା ପାଇଁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ଦିର୍ଘ ଦିନ ଧରି କୋର୍ଟ-କଚେରୀରେ ଚାଲିଥିବା ସମସ୍ୟାର ଅନ୍ତ ଘଟିବ। ପରିବାର ସହ ଦୂରଯାତ୍ରା କରିବେ।
ALSO READ: ଅଭିନେତା ଅନୁଭବଙ୍କ ପାଇଁ ରାତି ଅଧରେ ଏହି ଭିଡିଓ ସେୟାର କଲେ ବର୍ଷା! ଦେଖନ୍ତୁ
ALSO READ: Holi 2025: ଶନିଙ୍କ କୃପାରୁ ହୋଲି ପୂର୍ବରୁ ମାଲାମାଲ୍ ହେବେ ଏହି ୩ ରାଶି! ବେକାରୀଙ୍କ ମିଳିବ ଚାକିରି
କର୍କଟ: କର୍କଟ ରାଶିଙ୍କ ପାଇଁ ସମୟ ଶୁଭ ରହିବ। ବିଶେଷକରି ବ୍ୟବସାୟୀମାନଙ୍କ ଲାଗି ସମୟ ଅନୁକୂଳ ରହିଛି। ପାର୍ଟନରସିପ୍-ରେ ଚାଲିଥିବା ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ଦିର୍ଘ ଦିନର କାର୍ କିଣିବାର ସ୍ବପ୍ନ ପୂରଣ ହେବ। ଅଟକି ରହିଥିବା କାର୍ଯ୍ୟ ଶେଷ କରିବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ପ୍ରିୟ ପାତ୍ର ହେବେ। କର୍ମକ୍ଷେତ୍ରରେ ସମ୍ମାନୀତ ହେବେ। ଆର୍ଥିକ ସ୍ଥିତି ବଦଳିବ। ବିବାହରେ ଆସୁଥିବା ପ୍ରତିବନ୍ଧକ ଦୂର ହେବ। ପ୍ରେମୀମାନଙ୍କ ପାଇଁ ସମୟ ଶୁଭ ରହିବ। ନିଜ ସାଥୀଙ୍କ ସହିତ୍ ଡେଟ୍ ରେ ଯିବେ। ଦାମ୍ପତ୍ୟ ଜୀବନରେ ପ୍ରେମ ଭରିବ।
ସିଂହ: ତିନି ବଡ଼ ଗ୍ରହଙ୍କ ରାଶି ପରିବର୍ତ୍ତନ ଏହି ରାଶିଙ୍କ ପାଇଁ ବେଶ୍ ଶୁଭଦାୟୀ ରହିବ। ଏହି ସମୟ ମଧ୍ୟରେ ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। କ୍ୟାରିୟରରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ଯେଉଁମାନେ ନୂଆ ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଭଲ କମ୍ପାନୀରୁ ଚାକିରି ଅଫର ମିଳିବ। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟ ମଧ୍ୟରେ ସେମାନଙ୍କ ସ୍ବପ୍ନ ପୂରଣ ହେବ। ସେୟାର ବଜାରରୁ ଲାଭବାନ୍ ହେବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ପ୍ରେମୀ-ମାନଙ୍କ ପାଇଁ ସମୟ ଶୁଭ ରହିବ। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କରେ ସୁଧାର ଆସିବ। ଧାର୍ମିକ କାର୍ଯ୍ୟ କଳାପରେ ମନ ବଳାଇବେ। ରାଜ୍ୟ ବାହାରୁ ଚାକିରି ଅଫର ପାଇ ଖୁସି ହେବ।
କୁମ୍ଭ: ତିନି ଗ୍ରହଙ୍କ ଶୁଭ ଚଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରୁ ଶୁଭଫଳ ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଆୟ ବଢିବ। ବ୍ୟାଙ୍କ୍ ବାଲାନ୍ସ ବଢିବ। ଯେଉଁମାନେ ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଚେଷ୍ଟା ଜାରି ରଖନ୍ତୁ, ସଫଳତା ନିଶ୍ଚୟ ପାଇବେ। ଶିକ୍ଷା, ରିସର୍ଚ୍ଚ, ମେଡିକାଲ୍ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ସଫଳତା ପାଇବେ। ପୈତୃକ ସମ୍ପତ୍ତୁ ଲାଭ ପାଇବେ। ବ୍ୟବସାୟୀମାନଙ୍କର ବ୍ୟବସାୟରେ ଲାଗି ରହିଥିବା ମାନ୍ଦା ବସ୍ଥା ଦୂର ହେବ। ଆର୍ଥିକ କାରବାର ବଢିବ। ବିଦେଶରେ ଚାଲିଥିବା ବାଣିଜ୍ୟ-ବ୍ୟବସାୟରୁ ଅଧିକ ଲାଭ ପାଇବେ। ଯେଉଁମାନେ ପୁଞ୍ଜି ବିନିଯୋଗ ପାଇଁ ଯୋଜନା କରୁଛନ୍ତି। ସେମାନେ ଜଣେ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେଇ ବିନିଯୋଗ କଲେ ଅଧିକ ଲାଭ ପାଇବେ। ଅବିବାହିତଙ୍କ ବିବାହର ଯୋଗ ଫିଟିବ। ପରିବାର ସହ ଦୂର ଯାତ୍ରା କରିବେ। ସ୍ବାସ୍ଥ୍ୟ ଭଲ ରହିବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
ट्रेन्डिंग फोटोज़