Advertisement
Photo Details/zeeodisha/odisha2626033
photoDetails0hindi

Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଫେବୃଆରୀ ମାସର ପ୍ରଥମ ଦିନ

Horoscope Today 1st February 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଫେବୃଆରୀ ୧ ହେଉଛି  ଶନିବାର। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12

ମେଷ : ଆଜି ଯାହା ପାଇବା ପାଇଁ ଆଶା ରଖିଛନ୍ତି ତାହା ପାଇପାରନ୍ତି । ପରିବହନରେ ଲାଭ ହୋଇପାରେ । ନୂତନ ଗୃହ, ଗାଡ଼ି, ମୋଟର, କିଣିବା  ପାଇଁ ମନ ବଳାଇପାରନ୍ତି । ପ୍ରିୟ ବନ୍ଧୁଙ୍କ ସହ ବୁଲିବାର ସୁଯୋଗ ପାଇବେ ।

ALSO READ: ଅଭିନେତା ଅନୁଭବଙ୍କ ପାଇଁ ରାତି ଅଧରେ ଏହି ଭିଡିଓ ସେୟାର କଲେ ବର୍ଷା! ଦେଖନ୍ତୁ

ALSO READ: Holi 2025: ଶନିଙ୍କ କୃପାରୁ ହୋଲି ପୂର୍ବରୁ ମାଲାମାଲ୍ ହେବେ ଏହି ୩ ରାଶି! ବେକାରୀଙ୍କ ମିଳିବ ଚାକିରି

2/12
ବୃଷ : ପାରିବାରିକ କଥାକୁ କେନ୍ଦ୍ରକରି ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ । ଅଫିସରେ ମିଥ୍ୟା ଅଭିଯୋଗକୁ ନେଇ ଅନ୍ୟ ଉପରେ ବିରକ୍ତ ହୋଇପାରନ୍ତି । ଶିଳ୍ପ, ବାଣିଜ୍ୟ,ବ୍ୟବସାୟ,ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ ।

3/12
ମିଥୁନ : ବିବାଦୀୟ ପରିସ୍ଥିତିକୁ ନେଇ ଟେନ୍‌ସନ୍‌ ଲାଗିରହିବ । ଫେରନ୍ତା ରାସ୍ତାରେ ହଠାତ୍‌ ମୂଲ୍ୟବାନ ଦ୍ରବ୍ୟ ମିଳିପାରେ । ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇପାରନ୍ତି । ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିବ ।

4/12

କର୍କଟ : ଦିନଟି ଆପଣଙ୍କ ପାଇଁ ଠିକ୍‌ଠାକ୍‌ ରହିବ । ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ । ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ । ହଠାତ୍‌ ଧନପ୍ରାପ୍ତିର ଯୋଗ ରହିଛି ।

5/12
  ସିଂହ : ସକାଳୁ ସକାଳୁ ଶୁଭ ଖବର ପାଇ ମନ ଖୁସି ହୋଇଯିବ । କର୍ମକ୍ଷେତ୍ରରେ ପ୍ରଶଂସା ପାଇପାରନ୍ତି । ସହକର୍ମୀଙ୍କ ସାହାଯ୍ୟରେ ଅଟକିଥିବା କାମକୁ ପୁରା କରିପାରନ୍ତି । ସରକାରୀ ସ୍ତରରୁ ଅର୍ଥ ଲାଭ ହୋଇପାରେ ।

6/12
କନ୍ୟା : କାର୍ଯ୍ୟ ସଫଳ ପାଇଁ ଆଜିର ଦିନଟି ଭଲ ରହିବ । ହାତକୁ ନେଇଥିବା ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ସୁଭଫଳ ମିଳିପାରେ । ଶତ୍ରୁତା କରିଥିବା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ।

7/12
ତୁଳା : ଆଜି ଜୀବନରେ କିଛି ନୂଆ କରିବା ପାଇଁ ଯୋଜନା କରିପାରନ୍ତି । ବ୍ୟବସାୟରେ ଲାଗିରହିଥିବା ବାଧା ଦୂର ହୋଇପାରେ । ବିଦେଶରେ ଚାକିରି କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ କିଛି ଭଲ ଖବର ମିଳିବାର ସମ୍ଭାବନା ରହିଛି ।

8/12
ବିଛା : ଆଜି ଯାତାୟତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ଆୟ ଠାରୁ ବ୍ୟୟ ଅଧିକ ହେବ । ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ । ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ ।

9/12
ଧନୁ : ମସ୍ତିଷ୍କ ଶାନ୍ତ ରଖିବେ । ବ୍ୟବସାୟରେ ବୃଦ୍ଧି ହୋଇପାରେ । କୌଣସି କାମରେ ଲାଭ ମିଳିବ । ସାଙ୍ଗର ସାହାଯ୍ୟ ମିଳିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ଘରେ ମାଙ୍ଗଳିକ କାମ ହୋଇପାରେ । ଭାଇ ଓ ଭଉଣୀ ସହ ଝଗଡା ହୋଇପାରେ ।

10/12
ମକର : ମନ ପ୍ରସନ୍ନ ରହିବ । ନିଜ ଉପରେ ଆତ୍ମବିଶ୍ୱାସ ରହିବ । ଧନ ପ୍ରାପ୍ତି ହୋଇପାରେ । ସାଙ୍ଗର ସାହାଯ୍ୟ ମିଳିବ । ଅଳ୍ପ ଚିଡିଚିଡା ରହିବେ । ଚକିରି ପାଇଁ ଚିନ୍ତିତ ରହିବେ । ମାନସିକ ଶାନ୍ତି ରହିବ । ଭଉଣୀ ସହ ସମୟ କାଟିବେ ।

11/12
କୁମ୍ଭ : କିଛି କରିବା ପୂର୍ବରୁ ଚିନ୍ତା କରି ନିଷ୍ପତ୍ତି ନିଅନ୍ତୁ । ବହୁ ଦିନରୁ ଭାଙ୍ଗି ପଡିଥିବା ବନ୍ଧୁଙ୍କ ସହ ସମ୍ପର୍କ ପୁଣି ଯୋଡି ହୋଇପାରେ । ଯାନବାହାନ ସୁଖ ମିଳିବ । ଚାକିରିରେ କାର୍ଯ୍ୟଭାର ପଡିପାରେ । ଅଳ୍ପ ଆୟରେ ବି ସନ୍ତୁଷ୍ଟ ହେବେ । ଜୀବନସାଥୀକୁ ମନର କଥା କହିପାରନ୍ତି ।

12/12
ମୀନ : ବହୁତ ସମସ୍ୟାରୁ ମୁକ୍ତି ପାଇବେ । ପୁରୁଣା କଥାକୁ ଭୁଲି ନୂତନ ଜୀବନ ଆରମ୍ଭ କରିବେ । କାର୍ଯ୍ୟକ୍ଷେତ୍ରରେ ସଫଳତା ହାସଲ କରିବେ । ଧନରେ ଘର ପରିପୂର୍ଣ୍ଣ ହେବ । ଉତ୍ତମ ବ୍ୟବହାରକୁ ନେଇ ଲୋକମାନେ ଖୁସି ହେବେ । ପାରିବାରିକ ସମସ୍ୟା ଦୂର ହେବ । ବିଦ୍ୟାର୍ଥୀମାନଙ୍କର ଉଚ୍ଚଶିକ୍ଷା ପାଇଁ ରାସ୍ତା ଖୋଲିବ । ଦାମ୍ପତ୍ୟ ଜୀବନରେ ବହୁତ ଖୁସି ମିଳିପାରେ ।