Gold Rate Today: ସୁନା ପ୍ରେମୀଙ୍କ ପାଇଁ ଖୁସି ଖବର। ଗତ କିଛି ଦିନ ହେଲ ଲଗାତର ଭାବରେ ସୁନା ଦର ହ୍ରାସ ପାଇବାରେ ଲାଗିଛି। ଗତକାଲି ରେଟ୍ କମିଥିବା ବେଳେ ଆଜି ମଧ୍ୟ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବାକୁ ଯୋଜନା କରିଛନ୍ତି। ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍...
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୦୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୭,୫୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ମାତ୍ର ୧୦୦ ଟଙ୍କା ହ୍ରାସ ପାଇଛି।
ALSO READ: Weather Update: ଲଘୁଚାପ ପ୍ରଭାବର ପୁଣି ବର୍ଷା ସମ୍ଭାବନା, ଆଜି ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବା ନେଇ ଆଲର୍ଟ ଜାରି
ସେହିପରି, ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧, ୦୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୫୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ମାତ୍ର ୧୦୦ ଟଙ୍କା ହ୍ରାସ ପାଇଛି।
ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦,୯୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୭,୩୫୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ଏଠାରେ ୧୦୦ ଟଙ୍କା ହ୍ରାସ ହୋଇଛି।
ସେହିପରି, ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦,୯୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୩୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଏଠାରେ ମଧ୍ୟ ୧୦୦ ଟଙ୍କା କମିଛି।
ଅନ୍ୟପଟେ, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦,୯୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୩୫୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ରେଟ୍ ୫୮,୦୧୦ ଟଙ୍କା ରହିଛି। ତେବେ, ଏଠି ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟ୍ ରେ ୧୦୦ ଟଙ୍କା ଖସି ଥିବା ବେଳେ ୧୮ କ୍ୟାରେଟ୍ ରେ ୮୦ ଟଙ୍କା ହ୍ରାସ ପାଇଛି।
ट्रेन्डिंग फोटोज़