Advertisement
Photo Details/zeeodisha/odisha2575187
photoDetails0hindi

Guru Ast 2025: ବର୍ଷ-୨୦୨୫ରେ ବୃହସ୍ପତି ହେବେ ଅସ୍ତ, ଟଙ୍କାରେ ଖେଳିବେ ଏହି ୫ ରାଶି!

Guru Ast 2025: ଦେବଗୁରୁ ବୃହସ୍ପତିଙ୍କୁ  ଧନ,ଦାନ, ସନ୍ତାନ ,ଜ୍ଞାନ ଓ ବୃଦ୍ଧିର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ବୃହସ୍ପତି ବୃଷ ରାଶିରେ ବିରାଜମାନ ଥିବା ବେଳେ ଆସନ୍ତା ବର୍ଷ ( ୨୦୨୫)  ଜୁନ୍ ୧୨ ତାରିଖରୁ ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ସେହି ରାଶିରେ ଅସ୍ତ ହୋଇଯିବେ।  ବୃହସ୍ପତିଙ୍କ ଏହି ଅସ୍ତ କେତେକ ରାଶି ପାଇଁ ଶୁଭଫଳ ପ୍ରଦାନ କରିବ। ଯଦି ଜାତକ ବା ରାଶିରେ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ଥାଏ, ତେବେ, ବ୍ୟକ୍ତି ଜଣକ ଜୀବନରେ ସମସ୍ତ ସୁଖ ସମୃଦ୍ଧି ପ୍ରାପ୍ତ କରିବା ସହିତ ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ବର୍ଷ ୨୦୨୫ କେଉଁ ସବୁ ରାଶିଙ୍କୁ ମାଲାମାଲ୍ କରିବ।...

1/5

ମେଷ: ବୃହସ୍ପତିଙ୍କ ଅସ୍ତ ଏହି ରାଶି ପାଇଁ ବେଶ୍ ଭାଗ୍ୟଶାଳୀ ପ୍ରମାଣିତ ହେବ। ଏହି ସମୟ ମଧ୍ୟରେ ଚାକିରି ଓ ବ୍ୟବସାୟରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଭଲ ଚାକିରି ଅଫର ମିଳିବ। ବ୍ୟବସାୟୀମାନେ କୌଣସି ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ କରିବେ।  ପୁରୁଣା ବିନିଯୋଗରୁ ଲାଭ ପାଇବେ । ପରିବାରରେ ଦେଖାଦେଇଥିବା ମତାନ୍ତର ଦୂର ହେବ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ପରିକ୍ଷାରେ ଭଲ ରେଜଲ୍ଟ କରିବେ। ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

ALSO READ: Tri-Ekadash Yoga: ଏହିସବୁ ରାଶିଙ୍କ ଭାଗ୍ୟ ଫିଟାଇବ ତ୍ରି-ଏକାଦଶ ଯୋଗ, ନୂଆବର୍ଷ ଆରମ୍ଭରୁ ହେବ ଟଙ୍କା ବର୍ଷା ସହ...

ALSO READ: Gold Rate Today: ନୂଆସୁନା ଦର ଜାରି, ଜାଣନ୍ତୁ ଭରି ପିଛା କେତେ ବଢିଲା ରେଟ୍?

2/5

ବୃଷ: ବୃହସ୍ପତିଙ୍କ ଅସ୍ତ ଏହି ରାଶିର ଭାଗ୍ୟ ଚମକାଇବ। ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟରେ ବାକି ପଡିଥିବା ଅର୍ଥ ପାଇବେ। ଯେଉଁମାନେ ଦିର୍ଘ ଦିନ ହେବ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ବ୍ୟବସାୟ ଆରମ୍ଭ କଲେ ପ୍ରଚୁର ଲାଭ ପାଇବେ। ଟଙ୍କା ବିନିଯୋଗ ପାଇଁ ସମୟ ଅନୁକୂଳ ରହିଛି। ଏହି ସମୟରେ କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ କଲେ, ଭଲ ରିଟର୍ଣ୍ଣ ପାଇବେ।  ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ପ୍ରେମୀ ଜୀବନରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ପରିବାରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ।  

 

3/5

କର୍କଟ: ବୃହସ୍ପତିଙ୍କ କୃପା ଏହି ରାଶି ଉପରେ ଅଧିକ ରହିବ। ବ୍ୟବସାୟରେ କାରବାର ବୃଦ୍ଧି ପାଇବ। ଆର୍ଥିକ ଦେଣନେଣ ପାଇଁ ସମୟ ଶୁଭ ରହିବ। ବ୍ୟବସାୟିତ ସ୍ଥିତିରେ ଏକ ବଡ଼ ପରିବର୍ତ୍ତନ ହେବ। ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ୍ କରିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହିତ ଦରମା ବଢିବ। କଠିନ ପରିଶ୍ରମର ଫଳ ପାଇବେ। ପିତାମାତାଙ୍କ ସହିତ ଦୂରଯାତ୍ରା କରିବେ।  ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବା ସହ ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

4/5

ତୁଳା: ଆସନ୍ତା-ବର୍ଷ ,ତୁଳା-ରାଶିଙ୍କ ଉପରେ ରହିବ ବୃହସ୍ପତିଙ୍କ ବିଶେଷ କୃପା। ଏହି ସମୟ ମଧ୍ୟରେ ବିଶେଷକରି, ଚାକିରିଆମାନେ ଅଧିକ ଲାଭବାନ୍ ହେବେ। ଯେଉଁମାନେ ଚାକିରି କରୁଛନ୍ତି। ସେମାନଙ୍କୁ ବଡ଼ ଦାୟିତ୍ବ ମିଳିବା ସହିତ ମୋଟା ଅଙ୍କର ଦରମା ମିଳିବ। ସରକାରୀ ଚାକିରି ପାଇଁ ପ୍ରୟାସ କରୁଥିବା ଆଶାୟୀଙ୍କ ଆଶା ପୂରଣ ହେବ। ଦିର୍ଘ ଦିନର ଗାଡି଼ କିଣିବାର ସ୍ବପ୍ନ ସାକାର ହେବ।  ଯେଉଁ ବ୍ୟବସାୟୀମାନେ ବିଦେଶରେ କାରବାର ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି। ସେମାନଙ୍କ ଯୋଜନା ସଫଳ ହେବା। ବାଣିଜ୍ୟ-ବ୍ୟବସାୟରେ ଭଲ ଲାଭ ହେବା। ସେୟାର ମାର୍କେଟ୍ ରୁ  ବି ଭଲ ରିଟର୍ଣ୍ଣ ପାଇବେ। ଟଙ୍କା ସଂଚୟ କରିବାରେ ସଫଳ ହେବେ।

 

5/5

ମୀନ: ଦେବଗୁରୁ ବୃହସ୍ପତିଙ୍କ ଅସ୍ତ ଏହି ରାଶିର ଭାଗ୍ୟ ଫଟାଇବ। ଉଭୟ ବ୍ୟବସାୟୀ ଓ ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ। ଆୟରେ ବୃଦ୍ଧି ହେବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି। ସେମାନେ ଉଦ୍ୟମ ଜାରି ରଖନ୍ତୁ,ସଫଳତା ନିଶ୍ଚୟ ପାଇବେ। ବ୍ୟବସାୟୀମାନେ ବାଣିଜ୍ୟ-ବ୍ୟବସାୟରେ ଅଗ୍ରଗତି କରିବେ। ଆଶା ଠାରୁ ଅଧିକ ଲାଭ ପାଇବେ। ପ୍ରତ୍ୟକ କାର୍ଯ୍ୟରେ ଜୀବନ ସାଥୀଙ୍କ ସମର୍ଥନ ପାଇବେ। ପ୍ରେମୀମାନଙ୍କ ପାଇଁ ସମୟ ଭଲ ରହିବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ପିତାମାତାଙ୍କ ସହ ଭଲ ସମୟ ବିତାଇବେ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)