Advertisement
Photo Details/zeeodisha/odisha2526312
photoDetails0hindi

ପ୍ରଥମାଷ୍ଟମୀରେ ପଡି଼ଛି ତିନି ଶୁଭଯୋଗ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ବଢିବ ବ୍ୟାଙ୍କ୍ ବାଲାନ୍ସ!

Prathamastami 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ  ଶନିଦେବ ବର୍ତ୍ତମାନ ଶତାବିତ ନକ୍ଷେତ୍ରରେ ବିରାଜମାନ ଥିବା ବେଳେ ସେହି ନକ୍ଷତ୍ରକୁ ଆଜି ସକାଳ ୬ଟା ୧୦ ମିନିଟ୍ ସମୟରେ ଶୁକ୍ର ଚଳନ କରିଛନ୍ତି। ପ୍ରଥମାଷ୍ଟମୀରେ  ଗୋଟିଏ ନକ୍ଷେତ୍ରରେ ଶନି-ଶୁକ୍ରଙ୍କ ମିଳନ ତ୍ରି-ଏକାଦଶ ଯୋଗ ଓ ଶଶ ରାଜଯୋଗ ସହ ରବି ଯୋଗ ସୃଷ୍ଟି କରୁଛି। ଏକା ସାଙ୍ଗରେ ତିନି ଶୁଭଯୋଗ ଗଠନ ହେଉଥିବାରୁ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଏହା ବରଦାନ ସାବ୍ୟସ୍ତ ହେବ। ଜାତକର ବା ରାଶିରେ ବିଶେଷକରି ଶନିଙ୍କ ସ୍ଥିତି ମଜବୁତ୍ ଥିଲେ ବ୍ୟକ୍ତି ଜଣକ ଜୀବନରେ ଧନୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଏହି ତିନି ଶୁଭଯୋଗ କେଉଁ ସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳାଉଛି।... 

 

1/5

ମେଷ:  ପ୍ରଥମାଷ୍ଟମୀରେ ତିନି ଶୁଭଯୋଗ ଏହି ରାଶି ପାଇଁ ଶୁଭଦାୟୀ ପ୍ରମାଣିତ ହେବ। ବିଶେଷକରି, ଏହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତି ବଦଳିବ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବ। ଦରମା ବଢିବା ସହ ବ୍ୟାଙ୍କ୍ ବାଲାନ୍ସ ବୃଦ୍ଧି ହେବ। ଯେଉଁମାନେ ନୂଆ ଚାକିରି ଖୋଜୁଛନ୍ତି, ସେମାନଙ୍କୁ ଭଲ ସଂସ୍ଥାରୁ ଅଫର ମିଳିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ପୁଞ୍ଜି ବିନିଯୋଗ ପାଇଁ ସମୟ ଶୁଭ ରହିଛି, ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କଲେ ଭଲ ଲାଭ ମିଳିବ। ବ୍ୟବସାୟୀମାନେ ବାଣିଜ୍ୟ ବେପାରରେ ଆଶା ଠାରୁ ଅଧିକ ଟଙ୍କା ଲାଭ ପାଇବେ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ନୂଆ ଘର କିମ୍ବା ଜମି କିଣିବାର ସ୍ବପ୍ନ ସାକର ହେବ। ପ୍ରତ୍ୟକ କାର୍ଯ୍ୟରେ ଜୀବନ ସାଥୀଙ୍କ ଠାରୁ ସମର୍ଥନ ପାଇବେ। ପ୍ରେମ ସମ୍ପର୍କ ଅଧିକ ମଜବୁତ୍ ହେବ। 

ALSO READ: Today Horoscope: ଶନିଦେବଙ୍କ କୃପାରୁ ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

ALSO READ: Weather Update: ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ! ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

 

 

2/5

ତୁଳା: ପ୍ରଥମାଷ୍ଟମୀରେ ପଡିଥିବା ତିନି ଶୁଭଯୋଗ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ ଫଳଦାୟୀ ରହିବ। ବିଶେଷକରି, ବ୍ୟବସାୟୀମାନଙ୍କ ପାଇଁ ସମୟ ଶୁଭ ରହିବ। ନୂଆ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିବ। ଆମଦାନୀ ଓ ରପ୍ତାନୀ ବ୍ୟବସାୟ କରୁଥିବା ଲୋକେ ବାଣିଜ୍ୟ ବେପାର ପ୍ରଚୁର ଲାଭ ପାଇବେ। ଗ୍ରାହକଙ୍କ ସଂଖ୍ୟା ବଢିବ।  ଆତ୍ମ ବିଶ୍ବାସ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ଆୟ ବୃଦ୍ଧି ହେଲେ ମଧ୍ୟ ଖର୍ଚ୍ଚ ବଢିବ। ବାକି ପଡିଥିବା ଟଙ୍କା ପାଇବେ। ଧାର୍ମିକ କାର୍ଯ୍ୟ କଳାପ ପ୍ରତି ମନ ବଳିବ। ଯେଉଁମାନେ ବିଦେଶରେ ପାଠ ପଢିବା ପାଇଁ ସ୍ବପ୍ନ ଦେଖୁଛନ୍ତି। ସେମାନଙ୍କ ଆଶା ପୂରଣ ହେବ। ପରିକ୍ଷାର୍ଥୀମାନେ ଭଲ ରେଜଲ୍ଟ କରିବେ। ପ୍ରେମୀମାନେ ନିଜ ସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ। ପୁରୁଣା ରୋଗରୁ ମୁକ୍ତି ମିଳିବ।  

3/5

ମକର: ଏକା-ସାଙ୍ଗରେ ପଡିଥିବା ତିନି ଶୁଭଯୋଗ ଏହି ରାଶିର ଭାଗ୍ୟ ଉଦୟ କରିବ। କର୍ମକ୍ଷେତ୍ରରେ ନିଜ ଲକ୍ଷ ହାସଲ କରିବାରେ ସଫଳ ହେବେ। ଯେଉଁମାନେ ଚାକିରି ବଦଳାଇବା ପାଇଁ ଚାହୁଁଛନ୍ତି, ସେମାନଙ୍କ ପାଇଁ ସମୟ ଭଲ ରହିବ। ଚେଷ୍ଟା ଜାରି ରଖନ୍ତୁ ,ସଫଳତା ପାଇବେ। ଚାକିରି ଅନୁସନ୍ଧାନରେ ଥିବା ଆଶାୟୀଙ୍କୁ ଭଲ ସଂସ୍ଥାରୁ ଫୋନ୍ କଲ୍ ବା ଅଫର ଲେଟର ମିଳିବ। ଯେଉଁମାନେ ବିଦେଶରେ ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି, ସେମାନଙ୍କ ପାଇଁ ସମୟ ଶୁଭ ରହିଛି। ଏହି ସମୟରେ ବିଦେଶରେ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କଲେ ଭଲ ଚାଲିବ। ପାରିବାରିକ ଜୀବନରେ ଚାଲିଥିବା ବିବାଦର ଅନ୍ତ ଘଟିବ। ପରିବାର ସହ କୌଣସି ସ୍ଥାନକୁ ପିକନିକ୍ ବା ଭ୍ରମଣରେ ଯାଇପାରନ୍ତି। ଋତୁକାଳିନୀ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ। 

 

4/5

ବିଛା:  ପ୍ରଥମାଷ୍ଟମୀରେ ପଡିଥିବା ତିନିଯୋଗର ଶୁଭପ୍ରଭାବ ଏହି ରାଶିର ଭାଗ୍ୟ ଚମକାଇବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବଦଳିବ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ଅପ୍ରତ୍ୟାଶିତ ଲାଭ ପାଇବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଂଶସା କରିବେ। ସହକର୍ମୀଙ୍କ ସହ ଥିବା ବିବାଦର ଅନ୍ତ ଘଟିବ। ଆୟ ବଢିବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଅବିବାହିତଙ୍କର ବିବାହ ଯୋଗ ଫିଟିବ। ପ୍ରେମୀ ମାନେ ନିଜ ସାଥୀଙ୍କୁ ଦାମୀ ଉପହାର ଦେବେ। ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ମାତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାରେ ରହିବେ। ପରିବାରରେ ଖୁସିର ମାହୋଲ୍ ଲାଗି ରହିବ। 

 

5/5

କୁମ୍ଭ:  ଶନି-ଶୁକ୍ରଙ୍କ କୃପାରୁ ବଦଳିବ ଏହି ରାଶିର ଭାଗ୍ୟ। ଏହି ସମୟ ମଧ୍ୟରେ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ।  କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ବିଶେଷକରି, କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଶୁଭ ରହିବ।  ଯେଉଁମାନେ କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି , ସେମାନେ ଭଲ ରେଜଲ୍ଟ କରିବେ। ପୁରୁଣା ବିନିଯୋଗ ଓ ଲଟେରିରୁ ଲାଭ ପାଇବେ। ସେୟାର ମାର୍କେଟ୍ ଓ ରିୟଲି ଇ-ଷ୍ଟେଟ୍ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ବିଦେଶରେ ବାଣିଜ୍ୟ ବ୍ୟବସାୟ କରୁଥିବା ଲୋକେ ଶୁଭ ଖବର ପାଇବେ। ଦିର୍ଘ ଦିନର ଆଶା ପୂରଣ ହେବ, ନୂଆ ଗାଡି କିଣିବେ। ପତି-ପତ୍ନୀଙ୍କ ସମ୍ପର୍କ ଅଧିକ ମଜବୁତ୍ ହେବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)