Advertisement
Photo Details/zeeodisha/odisha2541681
photoDetails0hindi

Shani Budh Yuti 2024: ଶନି-ବୁଧଙ୍କ ଶୁଭଯୋଗ, ନୂଆବର୍ଷରୁ ଏହି ୩ ରାଶି ପାଇଁ ଆରମ୍ଭ ହେବ ଶୁଭ ଦିନ


Shani Budh Ki Kendra Drishti: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଶନିଦେବ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିରେ ଗ୍ରହ ମାନଙ୍କର ରାଜକୁମା ବୁଧ  ଡିସେମ୍ବର ୭ ସଂନ୍ଧ୍ୟା ୭ଟା ୨୧ ମିନିଟ୍ ସମୟରେ ଚଳନ କରିବେ। ଗୋଟିଏ ରାଶିରେ ଶନି-ବୁଧଙ୍କ ଶୁଭ ଚଳନ କେନ୍ଦ୍ର ଦୃଷ୍ଟି ଯୋଗ ବା ଶନି-ବୁଧ ୟୁତି ସୃଷ୍ଟି କରୁଛି। ଜାତକରେ ଶନିଙ୍କ ସ୍ଥିତି ମଜବୁତ୍ ରହିଲେ ବ୍ୟକ୍ତି ଧନୀ ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେବେ, ଆସନ୍ତୁ ଜାଣିବା ଶନି-ବୁଧଙ୍କ କୃପାରୁ ଏହିର ଲୋକଙ୍କ ଭାଗ୍ୟ ଚମକିବାକୁ ଯାଉଛି।...

 

1/3

ମେଷ:  ଶନି-ବୁଧଙ୍କ ଅପୂର୍ବ ମିଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ଏହି ସମୟ ମଧ୍ୟରେ ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦ ଦୂର ହେବେ। ପଦୋନ୍ନତି ସହ ଦରମା ବଢିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟୀମାନେ ବାଣିଜ୍ୟ- ବ୍ୟବସାୟରେ ଭଲ ଦ୍ବି-ପଇସା ଲାଭ କରିବେ। ବ୍ୟବସାୟୀମାନେ କୌଣସି ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ କରିପାରନ୍ତି। ଋଣ ଆଣିଥିବା ଟଙ୍କାକୁ ସୁଝିବାରେ ସମର୍ଥ ହେବେ। ନିଜ ପରିବାର ଲୋକଙ୍କ ସହ ଦୂରଯାତ୍ରା କରିବେ। ପ୍ରେମୀମାନେ ସାଥୀଙ୍କ ସହିତ ରୋମାଣ୍ଟିକ୍ ଡେଟ୍ ରେ ଯିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ପ୍ରେମୀମାନେ ନିଜ ସାଥୀଙ୍କ ସହିତ ଦୂରଯାତ୍ରା କରିବେ।

ALSO READ: Navpancham Rajyog 2024: ଡିସେମ୍ବର ୧୫ରେ ନବପଞ୍ଚମ ରାଜଯୋଗ! ଟଙ୍କା ଗଦିରେ ଶୋଇବେ ୫ ରାଶି

ALSO READ: Gold Rate Today: ବିବାହ ସିଜିନ୍-ରେ ବଢିଲା ସୁନା ଦର, ଜାଣନ୍ତୁ ଆଜି ଭୁବନେଶ୍ବରରେ ଭରି ପିଛା କେତେ ରହିଛି ରେଟ୍?

2/3

କର୍କଟ: ଶନି ଓ ବୁଧଙ୍କ କୃପାରୁ ଏହି ରାଶିର ଲୋକଙ୍କ ଭାଗ୍ୟ ଉଦୟ ହେବ। ବିଶେଷ କରି, କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଶୁଭ ରହିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଭଲ ସଂସ୍ଥାରୁ ଅଫର ଲେଟର ଓ ଫୋନ୍-କଲ୍ ଆସିପାରେ। କର୍ମକ୍ଷେତ୍ରରେ ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବୋ ସହ ସମ୍ମାନୀତ ହେବ। ବାଣିଜ୍ୟ-ବ୍ୟବସାୟରେ ଭଲ ଲାଭ ହେବ। ପୁଞ୍ଜି ନିବେଶ ପାଇଁ ସମୟ ଭଲ ରହିଛି। ଏହି ସମୟରେ ନିବେଶ କଲେ ଭଲ ରିଟର୍ଣ୍ଣ ପାଇବେ। ବିଦେଶରେ ଚାଲିଥିବା ବ୍ୟବସାୟରୁ ବ୍ୟବସାୟୀମାନେ କୌଣସି ପ୍ରକାର ଭଲ ଖବର ପାଇବେ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ଦିର୍ଘ ଦିନର ଆଶା ପୂରଣ ହେବ। ନୂଆ ଘର କିଣିବେ। ଦିର୍ଘ ଦିନ ଧରି କୋର୍ଟ-କଚେରୀରେ ଚାଲିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। କମ୍ପିଟେଟିଭ୍ ଏକଜାମ୍ ଦେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବେ। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ। 

3/3

କୁମ୍ଭ:  ଶନି-ବୁଧଙ୍କ କୃପାରୁ ଏହି ରାଶିର ଲୋକେ ଧନବାନ୍ ହେବେ। ଆର୍ଥିକ ସ୍ଥିତି ମଜବୁତ୍ ହେବେ। ବିଶେଷକରି, ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଏ-ହି ସମୟରେ ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହେବ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବ। ଆୟରେ ବୃଦ୍ଧି ଘଟିବ। ଘରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ। ନିଜ ପରିବାର ଲୋକଙ୍କ ସହ କୌଣସି ସ୍ଥାନକୁ ଯାତ୍ରା କରିବେ। ନବ ବିବାହିତ ଲୋକେ ସନ୍ତାନପ୍ରାପ୍ତି ନେଇ ଖୁସି ଖବର ପାଇବେ। ଅବିବାହିତଙ୍କ ପାଇଁ ବିବାହର ଯୋଗ ଫିଟିଛି। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)