Shani Surya Yuti 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ନ୍ୟାୟର ଦେବତା ଶନି ବର୍ତ୍ତମାନ କୁମ୍ଭ ରାଶିରେ ଥିବା ବେଳେ ସେହି ରାଶିକୁ ଗ୍ରହମାନଙ୍କର ରାଜା ସୂର୍ଯ୍ୟଦେବ ଆଜି ସକାଳ ୧୦ ଟା ୨୦ ମିନିଟ୍ ସମୟରେ ଚଳନ କରିବେ। ମାଘ ପୂର୍ଣ୍ଣିମାରେ ଶନି-ସୂର୍ଯ୍ୟଙ୍କ ମିଳନ କିଛି ରାଶି ପାଇଁ ବେଶ୍ ବରଦାନ ପାଲଟିବ। ଯଦି ରାଶି ବା ଜାତକରେ ସୂର୍ଯ୍ୟ ଓ ଶନିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜଣକ ଧନୀ ହେବା ସହିତ କ୍ୟାରିୟରରେ ଅଭୂତ ପୂର୍ବ ସଫଳତା ପ୍ରାପ୍ତ କରିଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶିଙ୍କ ଭାଗ୍ୟ ଚମକାଇବାକୁ ଯାଉଛନ୍ତି ଶନି ଓ ସୂର୍ଯ୍ୟ...
ବୃଷ: ମାଘ ପୂର୍ଣ୍ଣିମାରେ ଶନି-ସୂର୍ଯ୍ୟଙ୍କ ସ୍ଥିତି ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଏହି ସମୟ ମଧ୍ୟରେ ଲାଗି ରହିଥିବା ଆର୍ଥିକ ସଙ୍କଟ ଦୂର ହେବ। କ୍ୟାରିୟରକୁ ନେଇ କୌଣସି ଶୁଭ ଖବର ପାଇବେ। ବିଶେଷକରି, ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଭଲ ଚାକିରି ଅଫର କୌଣସି ଏକ କମ୍ପାନୀରୁ ମିଳିବ। ବ୍ୟବସାୟୀମାନଙ୍କର ବ୍ୟବସାୟରେ ଲାଗି ରହିଥିବା ମାନ୍ଦା-ବସ୍ଥା ଦୂର ହେବ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଶୁଭ ରହିଛି। ପୁରୁଣା ରୋଗରୁ ମୁକ୍ତି ମିଳିବ। ଯେଉଁମାନେ ପ୍ରେମ ସମ୍ପର୍କରେ ଅଛନ୍ତି,ସେମାନଙ୍କର ସମ୍ପର୍କରେ ସୁଧାର ଆସିବ । ସାଥୀଙ୍କ ସହିତ ଦୂର ଯାତ୍ରା କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ALSO READ : Today Horoscope: ଏହିସବୁ ରାଶିଙ୍କ ପାଇଁ ଦିନଟି ରହିବ ଶୁଭ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?
ALSO READ : Shukra Vakri 2025: ହୋଲି ପୂର୍ବରୁ ଶୁକ୍ରଙ୍କ ଓଲଟା ଚଳନ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ପୁରୁଣା ବିନିଯୋଗରୁ ପାଇବେ ଲାଭ!
କୁମ୍ଭ: ଶନି-ସୂର୍ଯ୍ୟଙ୍କ ବିଶେଷ କୃପା ଏହି ରାଶି ଉପରେ ରହିବ। କ୍ୟାରିୟରରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। କମ୍ପିଟେଟିଭ୍ ଏ-କଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭ ରହିଛି। ଏହି ସମୟରେ ଭଲ ରେଜଲ୍ଟ ମିଳିବ। ନୂଆ ଘର କିଣିବାର ସ୍ବପ୍ନ ସାକାର ହେବ। ପାର୍ଟନରସିପ୍-ରେ ଚାଲିଥିବା ବାଣିଜ୍ୟ-ବ୍ୟବସାୟରୁ ଭଲ ଦ୍ବି-ପଇସା ଲାଭ ପାଇବେ। ବ୍ୟାଙ୍କିଂ , ବୀମା ଓ ଅନଲାଇନ୍ କାରବାର କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ ଅଧିକ ଆର୍ଥିକ ଲାଭ ପାଇବେ। ନୂଆ କରି ବିବାହ କରିଥିବା ଲୋକେ ଶୁଭ ଖବର ପାଇବେ। ପୁରୁଣା ରୋଗରୁ ମୁକ୍ତି ମିଳିବ।
ट्रेन्डिंग फोटोज़