Advertisement
Photo Details/zeeodisha/odisha2474311
photoDetails0hindi

Surya Gochar 2024: ସୂର୍ଯ୍ୟଙ୍କ ଚଳନ ଚମକାଇବ ଏହିସବୁ ରାଶିଙ୍କ ଭାଗ୍ୟ, ବ୍ୟବସାୟୀ ହେବେ ଲାଭବାନ!

Surya Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଆସନ୍ତାକାଲି ସକାଳ ୮ଟା ୪୦ ମିନିଟ୍ ସମୟରେ ତୁଳା ରାଶିକୁ ଚଳନ କରିବେ। ତୁଳା ରାଶିରେ ସୂର୍ଯ୍ୟଦେବ ୩୦ ଦିନ  ଅବସ୍ଥାନ କରିବେ। ସୂର୍ଯ୍ୟଙ୍କ ଏହି ଚଳନ କିଛି ରାଶି ଶୁଭ ତ ଆଉ କିଛି ରାଶି ପାଇଁ ଅଶୁଭ ସ୍ଥିତି ସୃଷ୍ଟି କରିପାରେ। ଧାର୍ମିକ ଶାସ୍ତ୍ରରେ ଏହା ମଧ୍ୟ ଉଲ୍ଲେଖ ଅଛି ଯେ, ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ରହିଲେ ବ୍ୟକ୍ତି ବିଭିନ୍ନ କାର୍ଯ୍ୟରେ ସଫଳତା ହାସଲ କରିବା ସହ ସୌଭାଗ୍ୟପ୍ରାପ୍ତ କରିଥାଏ। ତେବେ, ଆସନ୍ତୁ ଜାଣିବା ସୂର୍ଯ୍ୟଦେବ କେଉଁ ସବୁ ରାଶିକୁ ଶୁଭଫଳ ପ୍ରଦାନ କରିବା ପାଇଁ ଯାଉଛନ୍ତି। 

1/3
ସିଂହ: ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ । କାହିଁକିନା ଏହି ରାଶିର ପ୍ରଭୁ ହେଉଛନ୍ତି ସୂର୍ଯ୍ୟଦେବ । କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବଢିବ। ବିଶେଷକରି, ଆଇଟି ସେକ୍ଟରରେ କାମ କରୁଥିବା ବ୍ୟକ୍ତିମାନେ ବିଶେଷ ସୁବିଧା ପାଇବେ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପରିବାର ସହ ଦୂର ଯାତ୍ରା କରିବେ। ଆୟ ବୃଦ୍ଧି ହେଲେ ମଧ୍ୟ ବ୍ୟୟ ଅଧିକ ହେବ। ଏହି ସମୟ ମଧ୍ୟରେ ନୂତନ ଜମି କ୍ରୟ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ପ୍ରଭୁ ସୂର୍ଯ୍ୟଙ୍କ କୃପା ପାଇବା ପାଇଁ ସକାଳ ସମୟରେ ସ୍ନାନ କରି ସୂର୍ଯ୍ୟଦେବଙ୍କୁ ଜଳ ଚଢାନ୍ତୁ।    ALSO READ:  Weather Update: ଓଡି଼ଶାକୁ ବାତ୍ୟା ଭୟ! ସତର୍କ କଲା ବିଭାଗ ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

2/3
କନ୍ୟା:  ସୂର୍ଯ୍ୟଙ୍କ ଚଳନ କନ୍ୟା ରାଶିର ଭାଗ୍ୟ ଚମକାଇବ। କ୍ୟାରିୟରକୁ ନେଇ କୌଣସି ଖୁସି ଖବର ମିଳିବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ପାର୍ଟନରସିପ୍ ରେ ଥିବା ବ୍ୟବସାୟୀମାନେ ଲାଭବାନ୍ ହେବେ।  ବ୍ୟବସାୟରୁ ଦ୍ବି-ଗୁଣିତ ଲାଭ ମିଳିବ। ବାକି ପଡିଥିବା ଟଙ୍କା ଫେରସ୍ତ ପାଇବେ। ପ୍ରେମୀ ମାନଙ୍କ ପାଇଁ ସମୟ ଭଲ ରହିବ। ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। ରୋମାଣ୍ଟିକ୍ ଡେଟ୍ ରେ ଯିବେ।  ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ନୂଆ ଘର କିମ୍ବା ଗାଡି଼ କିଣିବେ। 

3/3
ମକର: ସୂର୍ଯ୍ୟଦେବଙ୍କ କୃପାରୁ ଏହି ରାଶିର ଲୋକଙ୍କ ବଦଳିବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ବ୍ୟବସାୟୀମାନ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ସମୟ ଅନୁକୂଳ ରହିଛି।  ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।  ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ଦେଉଛନ୍ତି । ସେମାନେ ଭଲ ରେଜଲ୍ଟ ପାଇବେ।  ସରକାରୀ ଚାକିରିଆଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ। ପଦୋନ୍ନତି ମିଳିବା ସହ ଦରମା ବଢିବ।  ସ୍ବାସ୍ଥ୍ୟ ଭଲ ରହିବ। ହେଲେ, ପ୍ରେମୀମାନଙ୍କ ପାଇଁ ସମୟ ଆଦୌ ଭଲ ରହିବ ନାହିଁ। ସମ୍ପର୍କରେ ଫାଟ ସୃଷ୍ଟି ହୋଇପାର। ପାରିବାରିକ ଜୀବନ ସୁଖମୟ ହେବ।    (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)