କଣ ଆପଣ ବି ନକଲି ସିନ୍ଦୂର ବ୍ୟବହାର କରି ସମସ୍ୟା ଭୋଗୁଛନ୍ତି କି ? ଜାଣନ୍ତୁ ପ୍ରକୃତ ସିନ୍ଦୁର କିପରି ଚିହ୍ନିବେ
Advertisement
Article Detail0/zeeodisha/odisha1384165

କଣ ଆପଣ ବି ନକଲି ସିନ୍ଦୂର ବ୍ୟବହାର କରି ସମସ୍ୟା ଭୋଗୁଛନ୍ତି କି ? ଜାଣନ୍ତୁ ପ୍ରକୃତ ସିନ୍ଦୁର କିପରି ଚିହ୍ନିବେ

ଆଜିକାଲି ବଜାରରେ ନକଲି ସିନ୍ଦୁର ବହୁ ପରିମାଣରେ ବିକ୍ରି ହେଉଛି । ଏହାକୁ ବ୍ୟବହାର କରି ମହିଳା ମାନେ ଅନେକ ସମସ୍ୟା ଭୋଗୁଛନ୍ତି ତେବେ ଜାଣନ୍ତୁ କିପରି ଜାଣିବେ ନକଲି ଏବଂ ପ୍ରକୃତ ସିନ୍ଦୁର ମଧ୍ୟରେ ପାର୍ଥକ୍ୟ ।

କଣ ଆପଣ ବି ନକଲି ସିନ୍ଦୂର ବ୍ୟବହାର କରି ସମସ୍ୟା ଭୋଗୁଛନ୍ତି କି ? ଜାଣନ୍ତୁ ପ୍ରକୃତ ସିନ୍ଦୁର କିପରି ଚିହ୍ନିବେ

ହିନ୍ଦୁ ଧର୍ମରେ ସିନ୍ଦୁରର ବିଶେଷ ଗୁରୁତ୍ବ ରହିଛି । ସେ ସାବିତ୍ରୀ ବତ୍ର ହେଉ ବା କରୱା ଚୋଥ ପ୍ରତ୍ୟେକ ମହିଳାଙ୍କ ପାଇଁ ସିନ୍ଦୁର ଅଟେ ସଧବାର ପ୍ରତୀକ । କିନ୍ତୁ କିଛି ସମୟ ହେବ ମାର୍କେଟରେ  ନକଲି ସିନ୍ଦୁର ବିକ୍ରି କରାଯାଉଛି । ଯାହା ବିଷୟରେ ସାଧାରଣ ମହିଳା ମାନେ ଜାଣି ପାରନ୍ତି ନାହିଁ ଏହା କେତେ ଭଲ ଆଉ କେତେ ଖରାପ ମଥା ପାଇଁ । ତେବେ ଆସନ୍ତୁ ଜାଣିବା ପ୍ରକୃତ ଏବଂ ନକଲି ସିନ୍ଦୁର ମଧ୍ୟରେ କେତେ ପାର୍ଥକ୍ୟ ରହିଛି । 

ପ୍ରକୃତ ସିନ୍ଦୂର କିପରି ଚିହ୍ନଟ କରିବେ -
 ପ୍ରକୃତ ଏବଂ ନକଲି ସିନ୍ଦୂର ଚିହ୍ନଟ କରିବା ପାଇଁ ଆପଣ ହାତରେ ସିନ୍ଦୂର ନିଅନ୍ତୁ ଏବଂ ଏହାକୁ ଘଷନ୍ତୁ । ଏହା ପରେ ହାତରେ ଥିବା ସିନ୍ଦୂରକୁ ଫୁଙ୍କିବାକୁ ଚେଷ୍ଟା କରନ୍ତୁ ଯଦି ଏହି ସିନ୍ଦୂର ହାତରୁ ଉଡିଯାଉଛି ତେବେ ଏହା ପ୍ରକୃତ ସିନ୍ଦୂର ଅଟେ । ଅନ୍ୟ ପଟେ ଯଦି ସିନ୍ଦୂର ନିଜ ହାତରେ ଲାଗିରହିଥାଏ ତେବେ ଏହି ସିନ୍ଦୂର ନକଲି ଅଟେ । 
ନକଲି ସିନ୍ଦୂର ଲଗାଇବାର ଅପକାରିତା -
ନକଲି ସିନ୍ଦୂର ତିଆରି ପାଇଁ ଅନେକ ରାସାୟନିକ ପଦାର୍ଥ ବ୍ୟବହୃତ ହୋଇଥାଏ । ଯେତେବେଳେ ମହିଳା ମାନେ ପ୍ରତିଦିନ ନକଲି ସିନ୍ଦୂର ଲଗାନ୍ତି ତେବେ ସଂକ୍ରମଣ ହେବାର ଆଶଙ୍କା ଥାଏ । ବେଳେ ବେଳେ ସଂକ୍ରମଣ କାରଣରୁ ଚେହେରା ବ୍ରଣ ମଧ୍ୟ ହୋଇଥାଏ । ଏହା ବ୍ୟତୀତ କେଶ ଏବଂ ତ୍ବଚାରେ କୁଣ୍ଡେଇ ହେବାର ସମସ୍ୟା ମଧ୍ୟ ଦେଖା ଦେଇପାରେ । 

Also Read ; ପିଆଜ ଖାଇବାର ସର୍ବୋତ୍ତମ ଉପାୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ,ଆପଣଙ୍କ ସ୍ବାସ୍ଥ୍ୟରେ ଆସିବ ଏପରି ପରିବର୍ତ୍ତନ
ଏମିତି ତିଆରି ହୋଇଥାଏ ନକଲି ସିନ୍ଦୂର-
ନକଲି ସିନ୍ଦୂର ତିଆରି ପାଇଁ ସିନ୍ଥେଟିକ୍ ରାମ ଏବଂ ଶିଷାର ବ୍ୟବହାର କରାଯାଇଥାଏ । ନକଲି ସିନ୍ଦୂର ହାତରେ ଘଷିବା ଦ୍ବାରା ହାତରେ ଲାଗି ରହିଥାଏ ଆଉ ସହଜରେ ତାହା ହାତରୁ ଉଡି ନ ଥାଏ । ନକଲି ସିନ୍ଦୂର ରଙ୍ଗ ପାପୁଲିର ସହଜରେ ଯାଇ ନ ଥାଏ କାରଣ ଏହାକୁ ତିଆରି କରିବା ପାଇଁ ସିନ୍ଥେଟିକ ରଙ୍ଗର ବ୍ୟବହାର କରାଯାଇଥାଏ । 
ପ୍ରାକୃତିକ ସିନ୍ଦୂର ତିଆରି ପ୍ରକ୍ରିୟା-
ପ୍ରାକୃତିକ ସିନ୍ଦୂର ଏକ କମିଲା ନାମକ ଏକ ଗଛର ମଞ୍ଜିରୁ ତିଆରି ହୋଇଥାଏ । ଏହି ଗଛ ଫଳରୁ ମଞ୍ଜି କାଢି ତାକୁ ଶୁଖା ଯାଏ । ଏହା ପରେ ଏହାକୁ ଗୁଣ୍ଡ କରି ସିନ୍ଦୂର ତିଆରି କରାଯାଇଥାଏ ।  ଏହି କାରଣରୁ ପ୍ରାକୃତିକ ସିନ୍ଦୂର ମଧ୍ୟରୁ ଭଲ ସୁଗନ୍ଧ ବି ଆସିଥାଏ ।