Top 10 News Headlines: ଓମାନରେ ଫସି ରହିଥିବା ଗଞ୍ଜାମ ଅଞ୍ଚଳର ୪ ଜଣ ଓଡ଼ିଆ ଶ୍ରମିକ ନିରାପଦ ଭାବେ ଓଡ଼ିଶା ଫେରି ଆସିଛନ୍ତି । ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 News Headlines 21 February 2025: H1. CM Grievance Cell to Remain Closed on Feb 24: ଆଗାମୀ ଫେବୃଆରୀ ୨୪ତାରିଖରେ ମୁଖ୍ୟମନ୍ତ୍ରୀଙ୍କଜନ ଅଭିଯୋଗ ଶୁଣାଣିକାର୍ଯ୍ୟକ୍ରମ ବନ୍ଦ ରହିବ।ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ (ବଜେଟ ଅଧିବେଶନ) ବଳବତ୍ତର ଥିବା ହେତୁ ଏହି ସୋମବାର ଭୁବନେଶ୍ଵର,ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ପରବର୍ତ୍ତୀ ଅଭିଯୋଗଶୁଣାଣିରତାରିଖ ସମ୍ବାଦପତ୍ର ଓ ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ।
H2. Four Odia workers return from Oman: ଓମାନରେ ଫସି ରହିଥିବା ଗଞ୍ଜାମ ଅଞ୍ଚଳର ୪ ଜଣ ଓଡ଼ିଆ ଶ୍ରମିକ ନିରାପଦ ଭାବେ ଓଡ଼ିଶା ଫେରି ଆସିଛନ୍ତି । ସେମାନେ ଗତକାଲି ଭୋର ୪ ଟାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲାଇଟ ଯୋଗେ ମସ୍କଟରୁ ମୁମ୍ୱାଇ ଆସିଥିଲେ ଏବଂ ଆଜି ମୁମ୍ୱାଇରୁ ଭୁବନେଶ୍ୱରରେ ପହଞ୍ଚି ଟ୍ରେନ ଯୋଗେ ବ୍ରହ୍ମପୁରରେ ପହଞ୍ଚିଛନ୍ତି ।
H3. Railway Ministry approves many important projects: କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପ ମଞ୍ଜୁର କରାଯାଇଛି । ୨୫୦ କିଲୋମିଟର ଦୀର୍ଘ ଗୋପାଳପୁର-ରାୟଗଡା ନୂଆ ରେଳ ଲାଇନ ଓ ନୂଆପଡା-ଗୁଣୁପୁର-ଥେରୁବାଲି ରେଳ ଲାଇନର ଦୋହରୀକରଣ ପାଇଁ ଫାଇନାଲ ଲୋକେସନ ସର୍ଭେ ମଞ୍ଜୁର କରାଯାଇଛି।
H4. 8 Universities in Odisha run without professor: ରାଜ୍ୟର ୮ ବିଶ୍ୱବିଦ୍ୟାଳୟର କୌଣସି ବିଭାଗରେବି ପ୍ରଫେସର ନାହାନ୍ତି। ୬ ବିଶ୍ୱବିଦ୍ୟାଳେ ଆସୋସିଏଟ୍ ପ୍ରଫେସର ଏବଂ ୫ ବିଶ୍ୱବିଦ୍ୟାଳୟରେ ସବୁଠାରୁ ଜୁନିୟର ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ଆସିଷ୍ଟାଣ୍ଟ ପ୍ରଫେସର ବି ନାହାନ୍ତି। ୩୫ ପ୍ରତିଶତରୁ ଅଧିକ ଶୂନ୍ୟସ୍ଥାନରେ ଚାଲିଛି ଓଡ଼ିଶାର ବିଶ୍ୱବିଦ୍ୟାଳୟ ଶିକ୍ଷା। ପଚାରିଲେ ଉତ୍ତର ମିଳୁଛି ନୂଆ ଶିକ୍ଷା ଆଇନ ଲାଗୁ ହେଲେ ସବୁକିଛି ଠିକ୍ ହୋଇଯିବ।
H5. More than 2 thousand High schools don’t have regular Headmasters: ରାଜ୍ୟର ୬୧୯୩ ସରକାରୀ ହାଇସ୍କୁଲ୍ରୁ ୨୧୫୮ଟି ହାଇସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି। ଏଣୁ ସରକାର କାମଚଳା ପ୍ରଧାନଶିକ୍ଷକ ନିଯୁକ୍ତ କରିଛନ୍ତି। ଏ କଥା କହିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। କାହିଁକି ପ୍ରଧାନ ଶିକ୍ଷକ ନିଯୁକ୍ତି ହୋଇନି ବୋଲି ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଗଣ୍ଡ କହିଛନ୍ତି ହାଇକୋର୍ଟଙ୍କ ରହିତାଦେଶ ଯୋଗୁ ଏହି ପଦବୀସବୁ ଏମିତି ଖାଲି ପଡ଼ିଛି।
H6. Kandhamal Police Seize 10,852 Kilograms Of Ganja: ଆଜି କନ୍ଧମାଳ ଜିଲ୍ଲା ପୋଲିସ ୫ଟି ଥାନା ଅଞ୍ଚଳରେ ଏକ କାଳୀନ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ପ୍ରାୟ ୧୦ ହଜାର ୮୫୨ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବାବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ପ୍ରଥମ ଥର ପାଇଁ ପୋଲିସ ଏକ କାଳୀନ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବାରେ ସଫଳତା ହାସଲ କରିଛି।
H7. PM Kisan Yojana 19th Installment Update 2025: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୯ ତମ କିସ୍ତିକୁ ଅପେକ୍ଷା କରିଥିବା ଚାଷୀଙ୍କ ପାଇଁ ଏକ ଖୁସି ଖବର ଅଛି। ୨୪ ଫେବୃଆରୀ ୨୦୨୫ ଦିନ ଅପରାହ୍ନ ୨ଟାରେ ପ୍ରଧାନମନ୍ତ୍ରୀ ମୋଦୀ ବିହାରର ଭାଗଲପୁରରୁ କିଷାନ ସମ୍ମାନ ନିଧି ଯୋଜନାର ୧୯ତମ କିସ୍ତି ଜାରି କରିବାକୁ ଯାଉଛନ୍ତି। ଏହି ଯୋଜନା ଅଧୀନରେ ୯.୮ କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯିବ।
H8. ED fines BBC India: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ବିଦେଶୀ ପାଣ୍ଠି ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (BBC) ଇଣ୍ଡିଆ ଏବଂ ଏହାର ନିର୍ଦ୍ଦେଶକମାନଙ୍କ ଉପରେ ୩.୪୪ କୋଟି ଟଙ୍କାରୁ ଅଧିକ ଜରିମାନା ଲଗାଇଛି। ଇଡି କହିଛି ଯେ ବିବିସି ଇଣ୍ଡିଆ ଡିଜିଟାଲ୍ ମିଡିଆ ସଂଗଠନଗୁଡ଼ିକ ପାଇଁ ନିର୍ଦ୍ଧାରିତ ୨୬% ବିଦେଶୀ ନିବେଶ (FDI) ସୀମା ପାଳନ କରିନାହିଁ ଏବଂ ଏହାକୁ ୧୦୦% ରେ ବଜାୟ ରଖିଛି। ଯାହା ଭାରତୀୟ ଆଇନର ଉଲ୍ଲଂଘନ।
H9. MEA reacts to Trump’s $21 mn USAID mn fund claim: ଗତବର୍ଷ ଭାରତରେ ହୋଇଥିବା ନିର୍ବାଚନରେ ଆମେରିକୀୟ ଫଣ୍ଡିଂ ହୋଇଥିବା ଦାବି କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହଇଚଇ ସୃଷ୍ଟି କରିଛନ୍ତି। ଭାରତରେ ଭୋଟ ପ୍ରତିଶତ ବୃଦ୍ଧି କରିବା ପାଇଁ ଆମେରିକୀୟ ସଂସ୍ଥା USAID ଦ୍ୱାରା ୨୧ ନିୟୁତ ଡଲାରର ପାଣ୍ଠି ବାତିଲ କରାଯିବା ପରେ ଏବେ ଭାରତ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଶୁକ୍ରବାର ଦିନ ବୈଦେଶିକ ମନ୍ତ୍ରଣାଳୟ ଏହା ଉପରେ ଚିନ୍ତା ପ୍ରକାଶ କରି କହିଛି ଯେ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ବିଦେଶୀ ହସ୍ତକ୍ଷେପର ରିପୋର୍ଟ ଚିନ୍ତାଜନକ।
H10. Sourav Ganguly's car accident: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଗୁରୁବାର ଦିନ ବର୍ଧବାନକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସୌରଭ କାରରେ ଯାଉଥିଲା। ଦୁର୍ଗାପୁର ଏକ୍ସପ୍ରେସୱେର ଦାନ୍ତନପୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କନଭୟରେ ଥିବା କାରଟି ବ୍ରେକ କରିବା ଯୋଗୁଁ ତାଙ୍କ କାର ଅନ୍ୟ ଏକ କାର ସହିତ ଧକ୍କା ହୋଇଥିଲା। ଦୁର୍ଘଟଣାରେ ସୌରଭଙ୍କର କୌଣସି କ୍ଷତି ହୋଇନାହିଁ।