Sunday Remedy: କାମ ବିଗୁଡୁ ଥିଲେ ରବିବାର ଦିନ କରନ୍ତୁ ଏହିସବୁ ଉପାୟ, ଦୂର ହୋଇଥାଏ ସମସ୍ୟା!
Advertisement
Article Detail0/zeeodisha/odisha1654523

Sunday Remedy: କାମ ବିଗୁଡୁ ଥିଲେ ରବିବାର ଦିନ କରନ୍ତୁ ଏହିସବୁ ଉପାୟ, ଦୂର ହୋଇଥାଏ ସମସ୍ୟା!

Sunday Remedy: ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ମଜଭୁତ ରହିଲେ ବ୍ୟକ୍ତିର ଜୀବନରେ ସୁଖ, ଶାନ୍ତି, ଧନ ଓ ଖ୍ୟାତି ବୃଦ୍ଧି ପାଇଥାଏ । ଯଦି ଆପଣଙ୍କର ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ଦୁର୍ବଳ ଅଛି କିମ୍ବା ଆପଣଙ୍କୁ ସୂର୍ଯ୍ୟଙ୍କ ସହ ଜଡିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ରବିବାର ଦିନ ଏହି ସବୁ ବିଶେଷ ପ୍ରତିକାର କରି ସମସ୍ୟାରୁ ମୁକ୍ତି ପାଇପାରିବେ।

ସୌ(ସୋସିଆଲ ମିଡିଆ)

Sunday Remedy: ଜାତକରେ ଗ୍ରହ ମାନଙ୍କର ସ୍ଥିତିକୁ ନେଇ ବ୍ୟକ୍ତିର ଜୀବନରେ ଶୁଭ ଓ ଅଶୁଭ ଫଳାଫଳ ଦେଖିବାକୁ ମିଳିଥାଏ । ଏମିତି କି, ଜାତକର ଖରାପ ପ୍ରଭାବ ହେତୁ ବ୍ୟକ୍ତିକୁ ତା ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡି଼ଥାଏ । ଯେତେବେଳେ ଜାତକରେ ସୂର୍ଯ୍ୟ ଦେବଙ୍କ ସ୍ଥିତି ଦୁର୍ବଳ ରହିଥାଏ , ସେ ସମୟରେ ବ୍ୟକ୍ତିକୁ ତା ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ସେହିପରି ସୂର୍ଯ୍ୟଙ୍କ ସ୍ଥିତି ମଜଭୁତ ରହିଲେ ବ୍ୟକ୍ତିର ଜୀବନରେ ସୁଖ, ଶାନ୍ତି, ଧନ ଓ ଖ୍ୟାତି ବୃଦ୍ଧି ପାଇଥାଏ । ଯଦି ଆପଣଙ୍କର ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ଦୁର୍ବଳ ଅଛି କିମ୍ବା ଆପଣଙ୍କୁ ସୂର୍ଯ୍ୟଙ୍କ ସହ ଜଡିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ରବିବାର ଦିନ ଏହି ସବୁ ବିଶେଷ ପ୍ରତିକାର କରି ସମସ୍ୟାରୁ ମୁକ୍ତି ପାଇପାରିବେ।

ସୂର୍ଯ୍ୟ ଦେବତାଙ୍କୁ ପ୍ରାର୍ଥନା

ରବିବାର ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ସେ ପ୍ରସନ୍ନ ହୋଇଥାଆନ୍ତି । ତେଣୁ ରବିବାର ଦିନ ସକାଳୁ ଉଠି “ଓମ୍ ସୂର୍ଯ୍ୟୟା ନମଃ, ଓମ୍ ଆଦିତ୍ୟାୟ ନମଃ :, ଓମ୍ ନାମୋ ଭାସ୍କର ନମଃ” ଆଦି ମନ୍ତ୍ର ଜାପ କରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ଏପରି କରିବା ଦ୍ବାରା ଶୁଭ ଫଳ ମିଳିବା ସହ ଲାଗି ରହିଥିବା ସମସ୍ୟା ଦୂର ହୋଇଥାଏ ।  ଜୀବନରେ ଉନ୍ନତି ଆସେ ।

ଘିଅ ଦୀପ ଜାଳନ୍ତୁ

ହିନ୍ଦୁ ଧର୍ମରେ ଦୀପ ଜାଳିବାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଶୁଭ ମନା ଯାଇଥାଏ । ସକାଳ ଓ ସନ୍ଧ୍ୟାରେ ପୂଜା ସମୟରେ ଘିଅ ଦୀପ ଜଳାଯାଇଥାଏ । ସୂର୍ଯ୍ୟ ଦେବତାଙ୍କୁ ଖୁସି କରିବା ପାଇଁ ଘରର ଉଭୟ ପାର୍ଶ୍ୱରେ ଦେଶୀ ଘିଅର ଦୀପ ଜଳାନ୍ତୁ । ଏହା କରିବା ଦ୍ବାରା ଆପଣଙ୍କ ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ ହୋଇଥାଏ । ଏହା ଦ୍ବାରା ମାଆ ଲକ୍ଷ୍ମୀ ମଧ୍ଯ ପ୍ରସନ୍ନ ହୋଇଥାଆନ୍ତି । ଜୀବନରେ ଥିବା ଆର୍ଥିକ ସମସ୍ୟା ଦୂର ହୋଇଥାଏ । ବ୍ୟବସାୟରେ ଲାଭ ମିଳିଥାଏ । ଅଭାବ ଅନଟନ ଦୂର ହୋଇଥାଏ ।

ରବିବାର ଦିନ କରନ୍ତୁ ଦାନ

ଦାନ କରିବା ପାଇଁ ରବିବାର ଦିନକୁ ସର୍ବୋତ୍ତମ ଦିନ ଭାବେ ବିବେଚନା କରାଯାଇଥାଏ  । ଏହି ଦିନ ଦାନ କରିବା ଦ୍ବାରା ସୂର୍ଯ୍ୟ ଦେବ ପ୍ରସନ୍ନ ହୋଇଥାଆନ୍ତି । ରବିବାର ଦିନ ଗୁଡ଼, କ୍ଷୀର, ଚାଉଳ ଓ ପୋଷାକ ଦାନ କରିବା ଦ୍ବାରା ବିଶେଷ ଲାଭ ମିଳିଥାଏ । ଏହି ପ୍ରତିକାର କରିବା ଦ୍ବାରା କାର୍ଯ୍ୟରେ ଆସୁଥିବା ବାଧା ଦୂର ହୋଇଥାଏ । କ୍ୟାରିୟରେ ସଫଳତା ମିଳିଥାଏ । ପରିବାରରେ ସୁଖ ଶାନ୍ତି ବଜାୟ ରହିଥାଏ ।

ଚନ୍ଦନ ତିଲକ ଲଗାନ୍ତୁ

ରବିବାର ଦିନ ଘରୁ ବାହାରକୁ ଯିବା ସମୟରେ ଚନ୍ଦନ ତିଲକ ଲଗାଇବା ଉଚିତ୍ । ବିଶ୍ୱାସ କରାଯାଏ ଯେ, ଏହି ପ୍ରତିକାର କରିବା ଦ୍ୱାରା ସମସ୍ତ କାର୍ଯ୍ୟ ସିଦ୍ଧ ହେବା ସହ କାର୍ଯ୍ୟରେ ସଫଳତା ମିଳିଥାଏ । ରବିବାର ଦିନ ନାଲି ରଙ୍ଗର କପଡା଼ ପିନ୍ଧିବା ଶୁଭ ବୋଲି ବିବେଚନା କରାଯାଇଥାଏ ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।