Weather Update: ଆଜି ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା, ୪ ତାରିଖରୁ ପାଗରେ ହେବ ପରିବର୍ତ୍ତନ
Advertisement
Article Detail0/zeeodisha/odisha2496222

Weather Update: ଆଜି ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା, ୪ ତାରିଖରୁ ପାଗରେ ହେବ ପରିବର୍ତ୍ତନ

Weather Update: ଆସିବ ଶୀତ, କମିବ ବର୍ଷା।  ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡି଼ ସହ ହାଲୁକା ବର୍ଷା ହୋଇପାରେ। 

Weather Update: ଆଜି ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା, ୪ ତାରିଖରୁ ପାଗରେ ହେବ ପରିବର୍ତ୍ତନ

Weather Update: ଆସିବ ଶୀତ, କମିବ ବର୍ଷା।  ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡି଼ ସହ ହାଲୁକା ବର୍ଷା ହୋଇପାରେ। ଶୁକ୍ରବାର  ମାଲକାନଗିରି , କୋରାପୁଟ୍, ନବରଭଙ୍ଗପୁର, ବଲାଙ୍ଗୀର, ନୂଆପଡା, କଳାହାଣ୍ତି, ବରଗଡ଼, ସୁବର୍ଣ୍ଣପୁର, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ବର୍ଷା ହେବାକୁ ଥିବା ବେଳେ ପରବର୍ତ୍ତୀ ୨୪ ଘଣ୍ଟାରେ ମାଲକାନଗିରି ,କୋରାପୁଟ୍, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଂଜରେ ବର୍ଷା ସମ୍ଭାବନା ରହିଛି।  ରାଜ୍ୟର ଅନ୍ୟ ଜିଲ୍ଲାରେ ପାଗ ମୁଖ୍ୟକ ଶୁଖିଲା ରହିବ।  ୪ ତାରିଖ ପରଠୁ ପାଗ ସାଙ୍ଗକୁ ରାତିର ତାପମାତ୍ରା ଧିରେ ଧିରେ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। 

ALSO READ: Today Horoscope: ଆଜି କନ୍ୟା-ବିଛା ସହ ସତର୍କ ରୁହନ୍ତୁ ଏହିସବୁ ରାଶି! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର ?

ପାଣିପାଗ ବିଭାଗର ସୂଚନା ଅନୁସାରେ, ଛତିଶଗଡ ଓ  ପାଶ୍ବବର୍ତ୍ତୀ ଓଡିଶା ଉପରେ ଏକ ଘୂର୍ଣ୍ଣିବଳୟ ରହିଥିବା କାରଣରୁ ୨ ତାରିଖ ଯାଏଁ ସ୍ଥାନେ ସ୍ଥାନେ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ସମେତ କଟକ, ଭଦ୍ରକ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ଅନୁଗୋଳ, ନୟାଗଡ଼, କନ୍ଧମାଳ, ଗଜପତି, ରାୟଗଡ଼ା, ନବରଙ୍ଗପୁର, ଦେବଗଡ଼, ଗଞ୍ଜାମ ଓ ମାଲକାନଗିରି ଜିଲାର କିଛି ସ୍ଥାନରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଉପକୂଳ ଅଞ୍ଚଳରେ  ଆସନ୍ତା  ୩ ଦିନ  ସକାଳେ ହାଲୁକା ପାଗ କୁହୁଡିଆ ଓ ତା ପରେ ଶିଶିରପାତ ହେବାର ସମ୍ଭାବନା ରହିଛି।