IND vs ENG: ତୃତୀୟ ଦିନିକିଆକୁ ୧୪୨ ରନରେ ଜିତିଲା ଭାରତ, ଇଂଲଣ୍ଡକୁ ହରାଇ ୩-୦ରେ ସରିଜ୍ କଲା କ୍ଲିନ୍ ସୁଇପ୍
Advertisement
Article Detail0/zeeodisha/odisha2643744

IND vs ENG: ତୃତୀୟ ଦିନିକିଆକୁ ୧୪୨ ରନରେ ଜିତିଲା ଭାରତ, ଇଂଲଣ୍ଡକୁ ହରାଇ ୩-୦ରେ ସରିଜ୍ କଲା କ୍ଲିନ୍ ସୁଇପ୍

IND vs ENG 3rd ODI: ଆଜି ଅର୍ଥାତ୍ ୧୨ ଫେବୃଆରୀରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବିଜୟ ସହିତ ଟିମ୍ ଇଣ୍ଡିଆ ସିରିଜରେ ଇଂଲଣ୍ଡକୁ ୩-୦ ରେ କ୍ଲିନ୍ ସୁଇପ୍ କରିଛି।

 

Team India won the third ODI by 142 runs clean sweep of India Vs England ODI Series

IND vs ENG 3rd ODI: ଅହମ୍ମଦାବାଦରେ ଖେଳାଯାଇଥିବା ତୃତୀୟ ଏକଦିବସୀୟ ମ୍ୟାଚ୍‌ରେ ଭାରତ ଇଂଲଣ୍ଡକୁ ୧୪୨ ରନ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୩୫୬ ରନ୍ ର ଏକ ବିଶାଳ ସ୍କୋର କରିଥିଲା। ଯାହାର ଜବାବରେ ସମଗ୍ର ଇଂଲଣ୍ଡ ଦଳ ୨୧୪ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା। ଭାରତୀୟ ଦଳର ବିଜୟର ସବୁଠାରୁ ବଡ଼ ନାୟକ ଥିଲେ ଶୁବମନ ଗିଲ। ଯିଏ ୧୧୨ ରନର ଏକ ଶତକୀୟ ଇନିଂସ ଖେଳିଥିଲେ। ଟିମ୍ ଇଣ୍ଡିଆ ପକ୍ଷରୁ ମଧ୍ୟ ଚତ୍ମକାର ବୋଲିଂ ହୋଇଥିଲା। କାରଣ ପ୍ରତ୍ୟେକ ବୋଲର ଅତି କମରେ ଗୋଟିଏ ୱିକେଟ୍ ହାତେଇଥିଲେ।

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମ୍ୟାଚ୍‌ର ପ୍ରଥମ ଓଭରରେ ତାଙ୍କର ନିଷ୍ପତ୍ତି ଠିକ୍ ପ୍ରମାଣିତ ହୋଇଥିଲା କାରଣ ଅଧିନାୟକ ରୋହିତ ଶର୍ମା ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ। କିନ୍ତୁ ଏହା ପରେ ଶୁବମନ ଗିଲ ଏବଂ ବିରାଟ କୋହଲି ୧୧୬ ରନର ଭାଗୀଦାରି କରି ଇଂଲଣ୍ଡ ବୋଲରମାନଙ୍କୁ ଝାଳ ବୁଲାଇ ଦେଇଥିଲେ। ଗିଲ୍ ଶ୍ରେୟସ ଆୟରଙ୍କ ସହ ମିଶି ୧୦୪ ରନ୍ ଯୋଡ଼ିଥିଲେ।

ଇଂଲଣ୍ଡ ବିପକ୍ଷ ସିରିଜ୍ ଆରମ୍ଭରୁ ଶୁବମନ ଗିଲ୍ ଭଲ ଫର୍ମରେ ଅଛନ୍ତି। ସେ ପ୍ରଥମ ମ୍ୟାଚ୍‌ରେ ୮୭ ରନ୍ କରିଥିଲେ ଏବଂ କଟକରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ୬୦ ରନ୍ କରିଥିଲେ। ଶେଷରେ ତୃତୀୟ ମ୍ୟାଚ୍‌ରେ ସେ ନିଜର ଏକଦିବସୀୟ କ୍ୟାରିୟରର ୭ମ ଶତକ ପୂରଣ କରିବାରେ ସଫଳ ହୋଇଥିଲେ। ସେ ODI କ୍ରିକେଟରେ ୭ଟି ଶତକ ହାସଲ କରିବାରେ ଦ୍ରୁତତମ ବ୍ୟାଟସମ୍ୟାନ୍। ଏହା ସମେତ ସେ ସେ ମାତ୍ର ୫୦ ଟି ଇନିଂସରେ ଏହି ସଫଳତା ହାସଲ କରିଛନ୍ତି।

ଭାରତୀୟ ବ୍ୟାଟସମ୍ୟାନମାନେ ପ୍ରଥମେ ସ୍କୋରବୋର୍ଡରେ ୩୫୬ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିଲେ ଏବଂ ବାକି କାମ ବୋଲରମାନେ କରିଥିଲେ। ଫିଲ୍ ସଲ୍ଟ ଏବଂ ବେନ୍ ଡକେଟ୍ ନିୟମିତ ଭାବରେ ସିରିଜରେ ଇଂଲଣ୍ଡକୁ ଏକ ଭଲ ଆରମ୍ଭ ଦେଇଥିଲେ ମଧ୍ୟ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଏହାର ଫାଇଦା ଉଠାଇବାରେ ବିଫଳ ହୋଇଛନ୍ତି। ଆଜି ଦୁହିଁଙ୍କ ମଧ୍ୟରେ ୬୦ ରନର ପ୍ରାରମ୍ଭିକ ଭାଗୀଦାରି ହୋଇଥିଲା କିନ୍ତୁ ଏହା ପରେ ଭାରତୀୟ ବୋଲରମାନେ ଏତେ ପ୍ରାଧାନ୍ୟ ବିସ୍ତାର କରିଥିଲେ ଯେ ୧୫୪ ରନ ସ୍କୋର ସୁଦ୍ଧା ଇଂଲଣ୍ଡ ଦଳର ଅଧା ଖେଳାଳି ପ୍ୟାଭିଲିୟନ ଫେରିଯାଇଥିଲେ।

ଏହିଠାରୁ ଇଂଲଣ୍ଡର ପରାଜୟ ନିଶ୍ଚିତ ଥିଲା। ଅଧିନାୟକ ଜୋସ୍ ବଟଲର୍ ଭଲ ଫର୍ମରେ ଥିଲେ କିନ୍ତୁ ତୃତୀୟ ମ୍ୟାଚ୍‌ରେ ସେ ମାତ୍ର ୬ ରନ୍ କରି ଆଉଟ୍ ହୋଇଥିଲେ ଏବଂ ଜୋ ରୁଟ୍ ମଧ୍ୟ ୨୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂହ, ହର୍ଷିତ ରାଣା, ଅକ୍ଷର ପଟେଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତ୍ୟେକେ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ୱାଶିଂଟନ ସୁନ୍ଦର ଏବଂ କୁଲଦୀପ ଯାଦବ ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।