Nobel Prize: ପଦାର୍ଥ ବିଜ୍ଞାନ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର, ଏହି ବୈଜ୍ଞାନିକଙ୍କୁ କରାଯିବ ସମ୍ମାନିତ
Advertisement
Article Detail0/zeeodisha/odisha1379940

Nobel Prize: ପଦାର୍ଥ ବିଜ୍ଞାନ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର, ଏହି ବୈଜ୍ଞାନିକଙ୍କୁ କରାଯିବ ସମ୍ମାନିତ

ପଦାର୍ଥ ବିଜ୍ଞାନ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର। ୩ ବୈଜ୍ଞାନିକଙ୍କୁ ମିଲିବ ଏହି ପୁରସ୍କାର। 

Nobel Prize: ପଦାର୍ଥ ବିଜ୍ଞାନ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର, ଏହି ବୈଜ୍ଞାନିକଙ୍କୁ କରାଯିବ ସମ୍ମାନିତ

Nobel Prize:  ନୂଆଦିଲ୍ଲୀ: ପଦାର୍ଥ ବିଜ୍ଞାନ ପାଇଁ ସମ୍ମାନ ଜନକ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ଜଣଙ୍କୁ ଚଳିତ ବର୍ଷ ଏହି ପୁରସ୍କାର ପ୍ରଦାନ କରାଯିବ। ସେମାନେ ହେଉଚନ୍ତି ଆଲେନ ଆସପେକ୍ଟ, ଜନ କ୍ଲଜର ଓ ଆଣ୍ଟନ ଜେଲିଙ୍କରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। 

ସୂଚନାଯୋଗ୍ୟ ଗତକାଲି ଠାରୁ ସୋମବାରରୁ ନୋବେଲ ପୁରସ୍କାର ଘୋଷଣା ଆରମ୍ଭ ହୋଇଛି। ଗତକାଲି ଭେଷଜ ପାଇଁ ଘୋଷଣା ହୋଇଥିଲା। ଭେଷଜରେ ସ୍ୱେଣ୍ଟ ପାବୋଙ୍କୁ ଏହି ପୁରସ୍କାର ପାଇଁ ଘୋଷଣା ହୋଇଥିଲା । ଏହି ସପ୍ତାହରେ ବୁଧବାର ରସାୟନ ବିଜ୍ଞାନ ଓ ଗୁରୁବାର ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା ହେବ । ସେହିପରି ୧୦ ତାରିଖରେ ଅର୍ଥଶାସ୍ତ୍ର ପାଇଁ ନୋବେଲ ପୁରସ୍କାର ଘୋଷଣା ହେବ ।

ଉଲ୍ଲେଖଯୋଗ୍ୟ ଉଦ୍‌ଭାବକ ଆଲ୍‌ଫ୍ରେଡ୍‌ ନେବେଲ୍‌ଙ୍କ ଇଚ୍ଛାକୁ ଆଧାର କରି ମାନବଜାତିର ପ୍ରଭୁତ୍ବ ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିତ୍ବ ଓ ସଙ୍ଗଠନଗୁଡ଼ିକୁ ୧୯୦୧ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ମରଣୋତ୍ତର ପୁରସ୍କାର ଦିଆଯିବ ନାହିଁ ୧୯୭୪ରୁ ନୋବେଲ୍‌ ଫାଉଣ୍ଡେସନ୍‌ ସ୍ଥିର କରିଛି। କିନ୍ତୁ, ପୁରସ୍କାର ଘୋଷଣା (ଅକ୍ଟୋବର) ଓ ପୁରସ୍କାର ପ୍ରଦାନ (ଡିସେମ୍ବର) ମଧ୍ୟରେ ଯଦି ପୁରସ୍କାର ପାଇବାକୁ ଥିବା କୌଣସି ବ୍ୟକ୍ତି ମରିଯାଆନ୍ତି ତାଙ୍କୁ ପୁରସ୍କାର ଦିଆଯିବ। ଏହି ପରିବର୍ତ୍ତନ ପୂର୍ବରୁ ମାତ୍ର ୨ଜଣ ବ୍ୟକ୍ତିଙ୍କୁ ମରଣୋତ୍ତର ନୋବେଲ୍‌ ପୁରସ୍କାର ପ୍ରଦାନ କରାଯାଇଛି। ସମ୍ପ୍ରତି ପ୍ରତି ବିଭାଗରେ ନୋବେଲ୍‌ ପୁରସ୍କାର ବାବଦରେ ୮୯୫,୦୦୦ ଡଲାର୍‌ ଏବଂ ୧୮ କ୍ୟାରେଟ୍‌ର ସ୍ବର୍ଣ୍ଣପଦକ ପ୍ରଦାନ କରାଯାଉଛି।