ଆଉ କିଛି ସମୟ ପରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ଫଳ: ଜାଣନ୍ତୁ କିଛି ପ୍ରମୁଖ ବିନ୍ଦୁ
Advertisement
Article Detail0/zeeodisha/odisha2526353

ଆଉ କିଛି ସମୟ ପରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ଫଳ: ଜାଣନ୍ତୁ କିଛି ପ୍ରମୁଖ ବିନ୍ଦୁ

ଆଉ କିଛି ସମୟ ପରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ଫଳ ,ଜାଣନ୍ତୁ କିଛି ପ୍ରମୁଖ ବିନ୍ଦୁ। ପଢନ୍ତୁ ପୂରା ରିପୋର୍ଟ...

 

ଆଉ କିଛି ସମୟ ପରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ଫଳ: ଜାଣନ୍ତୁ କିଛି ପ୍ରମୁଖ ବିନ୍ଦୁ
1. ଆଜି ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ଏହା ସହ ପଞ୍ଜାବ କେରଳ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶର ୪୮ ବିଧାନସସଭା ଏବଂ ୨ଟି ଲୋକସଭା ଆସନ ଲାଗି ହୋଇଥିବା ଉପ ନିର୍ବାଚନର ଫଳାଫଳ ଘୋଷଣା ପାଇବ। ସକାଳ ୮ଟାରୁ ପୋଷ୍ଟାଲ ବ୍ୟାଲଟ ଖୋଲାଯିବ ଏବଂ ଏହାପରେ ଆରମ୍ଭ ହେବ ଇଭିଏମ୍‍ ଗଣତି। ଏହାପରଠାରୁ ଆରମ୍ଭ ହୋଇଯିବ ଅନୁମାନ ଓ ଆକଳନ। ମଧ୍ୟାହ୍ନ ସୁଦ୍ଧା ଫଳାଫଳର ଧାରା ଜଣାପଡ଼ିଯିବ ବୋଲି ଆଶା କରାଯାଉଛି। 
 
2. ମହାରାଷ୍ଟ୍ର ବିଧାନସଭାରେ ୨୮୮ଟି ଆସନ ରହିଛି। ମୁଖ୍ୟତଃ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଏଠାରେ ନିର୍ବାଚନ ଲଢ଼େଇ ଚାଲିଛି। ଏ ଭିତରେ ଶିବଶେନା, ଶିବସେନା (ୟୁବିଟି) ଏନ୍‍ସିପି, ଏବଂ ଏନ୍‍ସିପି ( ଶରଦ ପାଓ୍ୱାର) ନିଜ ନିଜର ଅସ୍ଥିତ୍ୱ ରକ୍ଷା ଲାଗି ସଂଗ୍ରାମ କରୁଛନ୍ତି।  ଏହି ରାଜ୍ୟର ବିଧାନସଭା ଲାଗି ମ୍ୟାଜିକ୍‍ ସଂଖ୍ୟା ହେଉଛି ୧୪୫। ଅର୍ଥାତ୍‍ ଯେଉଁ ଦଳ ବା ମେଣ୍ଟ ଏହି ସଂଖ୍ୟା ରେ ପହଞ୍ଚିବ ସେ ସରକାର ଗଠନ କରିବାରେ ସମର୍ଥ ହେବ। 
 
3. ସେହିପରି ଝାଡ଼ଖଣ୍ଡରେ ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ବିଜେପି ଏବଂ ଆଞ୍ଚଳିକ ପାର୍ଟି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ( ଜେଏମ୍‍ଏମ୍‍) ମଧ୍ୟରେ । ଏଠାରେ ଜେଏମଏମ୍‍କୁ କଂଗ୍ରେସ ଏବଂ ଅନ୍ୟ ଅଣ ବିଜେପି ଦଳ ସମର୍ଥନ କରୁଛନ୍ତି। ଏଠାରେ ସମୁଦାୟ ଆସନ ସଂଖ୍ୟା ରହିଛି ୮୧ ଦୁଇଟି ପର୍ଯ୍ୟାୟରେ ଏଠାରେ ଭୋଟ ଗ୍ରହଣ କରାଯାଇଥିଲା। ବିଧାନସଭାରେ ସରକାର ଗଠନ ଲାଗି ଆବଶ୍ୟକ ସଂଖ୍ୟା ହେଉଛି ୪୧। 
4. ମହାରାଷ୍ଟ୍ରରେ  ଗୋଟିଏ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଇଥିଲା। ଏଠାରେ ସମୁଦାୟ ଭୋଟିଂ ହାର ୬୨.୦୫ ପ୍ରତିଶତ ରହିଥିଲା। ଝାଡ଼ଖଣ୍ଡରେ ୬୮.୦୧ ପ୍ରତିଶତ ଭୋଟର ନିଜର ମତଦାନ କରିଥିବା କୁହାଯାଇଛି। 
 
5. ଅଧିକାଂଶ ବୁଥ ବାଡୁଡ଼ା ମତ ତଥା ଏକ୍ଜିଟି ପୋଲ୍‍ ପ୍ରସାରଣରେ ମହାରାଷ୍ଟ୍ରରେ ପୁଣିଥରେ ପୂର୍ବ ମତ ଫେରିବା ନେଇ ସମ୍ଭାବନା ପ୍ରକାଶ ପାଇଛି। ଅପରପକ୍ଷେ ଝାଡ଼ଖଣ୍ଡରେ କିଏ ସରକାର ଗଢ଼ିବ ସେ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। କେହି କେହି ଶାସନ କରୁଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଟଳିପାରେ ବୋଲି ବି ପୂର୍ବ ଗଣନା କରୁଛନ୍ତି।