Arunachal Pradesh: ନିର୍ମାଣସ୍ଥଳରେ ଦୁର୍ଘଟଣା, ୯ ଶ୍ରମିକ ଉଦ୍ଧାର
Advertisement
Article Detail0/zeeodisha/odisha1271950

Arunachal Pradesh: ନିର୍ମାଣସ୍ଥଳରେ ଦୁର୍ଘଟଣା, ୯ ଶ୍ରମିକ ଉଦ୍ଧାର

Accident in Construction Site: କୁରୁଙ୍ଗ କୁମେ ଡେପୁଟି କମିଶନର ବେଙ୍ଗିଆ ନିଘେ କହିଛନ୍ତି ଗତ ଶନିବାର ସନ୍ଧ୍ୟାରେ ଜଣେ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଥିବାବେଳେ ରାତିରେ ଦାମିନ ସର୍କଲସ୍ଥିତ ହୁରି-ଫୁରାକ ନଦୀ ମଧ୍ୟରେ ଥିବା ରାସ୍ତାରେ ୭ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ।

Arunachal Pradesh: ନିର୍ମାଣସ୍ଥଳରେ ଦୁର୍ଘଟଣା, ୯ ଶ୍ରମିକ ଉଦ୍ଧାର

Accident in Construction Site: ଦେଶର ପୂର୍ବୋତ୍ତର ରାଜ୍ୟ ଅରୁଣାଚଳ ପ୍ରଦେଶର ଏକ ସଡକ ନିର୍ମାଣ ସ୍ଥଳରୁ ନିଖୋଜ ହୋଇଯାଇଥିବା ଅନ୍ୟ ଜଣେ ଶ୍ରମିକଙ୍କ ଠାବ କରାଯାଇଛି। ନିଖୋଜ ହୋଇଯାଇଥିବା ଅନ୍ୟ ୧୧ ଜଣ ଶ୍ରମିକଙ୍କୁ ଠାବ କରିବା ଲାଗି  ରବିବାର ଜାରି ରହିଛି ସର୍ଚ୍ଚ ଅପରେସନ। ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୯ ଜଣ ଶ୍ରମିକଙ୍କୁ ଚିହ୍ନଟ କରାଯାଇଛି। କୁରୁଙ୍ଗ କୁମେ ଡେପୁଟି କମିଶନର ବେଙ୍ଗିଆ ନିଘେ କହିଛନ୍ତି ଗତ ଶନିବାର ସନ୍ଧ୍ୟାରେ ଜଣେ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଥିବାବେଳେ ରାତିରେ ଦାମିନ ସର୍କଲସ୍ଥିତ ହୁରି-ଫୁରାକ ନଦୀ ମଧ୍ୟରେ ଥିବା ରାସ୍ତାରେ ୭ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ।

ଉଦ୍ଧାର ହୋଇଥିବା ଶ୍ରମିକ ପ୍ରଶାସନକୁ ଜଣାଇଛନ୍ତି ଯେ ୨ ଜଣ ଶ୍ରମିକ ଫୁରକ ନଦୀରେ ଖସିପଡି ପ୍ରାଣ ହରାଇଛନ୍ତି। ସେହିପରି ଅନ୍ୟଜଣେ ଶ୍ରମିକ ରାସ୍ତାରେ ଏକ ପଥର ଉପରେ ବିଶ୍ରାମ ନେଉଥିବା ବେଳେ ମୃତ୍ୟୁ ଘଟିଛି। କମିଶନର ନିଘେ କହିଛନ୍ତି ଉଦ୍ଧାରକାରୀ ଦଳକୁ  ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମୃତଦେହ ମିଳିନହିଁ।  ଗତ ଜୁଲାଇ ୫ ତାରିଖରେ ଆସାମର ଏହି ଶ୍ରମିକ ଭାରତ-ଚୀନ ସୀମାରେ ହେଉଥିବା ସଡ଼କ ନିର୍ମାଣ କାର୍ଯ୍ୟ ଛାଡି ପଳାୟନ କରିଥିଲେ। ସେମାନଙ୍କୁ ଇଦ୍ ପାଇଁ ଘରକୁ ଯିବାକୁ ଦିଆଯାଇନଥିଲା। ସେମାନେ ନିଜ ଘରକୁ ପାଦରେ ଚାଲି ଯାଇଥିଲେ। ସେବେଠାରୁ ସେମାନଙ୍କ ବାବଦରେ କୌଣସି ଖବର ମିଳିନଥିଲା।

ଉଦ୍ଧାର ହୋଇଥିବା ୮ ଜଣ ଶ୍ରମିକଙ୍କ ମଧ୍ୟରୁ ୫ ଜଣଙ୍କୁ ଭାରତୀୟ ବାୟୁସେନା ହେଲିକପ୍ଟର ଯୋଗେ ଅରୁଣାଚଳ ପ୍ରଦେଶ ରାଜଧାନୀ ଇଟାନଗର ନିକଟସ୍ଥ ନହର୍ଲାଗୁନସ୍ଥିତ ତୋମୋ ରିବା ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ଆଣ୍ଡ ମେଡିକାଲ ସାଇନ୍ସ ଠାରେ ଭର୍ତ୍ତି କରାଯାଇଛି। ଅବଶିଷ୍ଟ ଲୋକଙ୍କୁ କୋଲୋରିଆଙ୍ଗ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଉଦ୍ଧାର ହୋଇଥିବା ଏହି ୮ ଜଣ ଶ୍ରମିକଙ୍କ ପରିଚୟ ମିଳିଛି। ସେମାନେ ହେଉଛନ୍ତି ଖୈରୁଲ ଇସଲାମ, ମଜୀଦୁଲ ଅଲୀ, ମନୋହର ହୁସେନ୍, ଇନାମୁଲ ହୁସେନ୍, ଜୈନନ ଅଲୀ, ହମିଦୁଲ ହୁସେନ୍, ଅବଦୁଲ ଅମିନ, ଇବ୍ରାହିମ ଅଲି। ନିଖୋଜ ହୋଇଥିବା ସମସ୍ତ ଲୋକଙ୍କୁ ଠାବ କରିବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିବ। ବର୍ତ୍ତମାନ ରାଜ୍ୟ ପ୍ରଶମନ ବାହିନୀ, ପୋଲିସ ଏବଂ ସ୍ଥାନୀୟ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Also Read: Devaststing Landslide: ଭୟାବହ ଭୂସ୍ଖଳନରେ ଥରି ଉଠିଲା ରୁଦ୍ରପ୍ରୟାଗ