Ayodhya Ram Mandir: ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ନାହିଁ ଦେଶର ୪ ଶଙ୍କରାଚାର୍ଯ୍ୟ
Advertisement
Article Detail0/zeeodisha/odisha2055640

Ayodhya Ram Mandir: ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ନାହିଁ ଦେଶର ୪ ଶଙ୍କରାଚାର୍ଯ୍ୟ

Ayodhya Ram Mandir: ଆସନ୍ତା ଜାନୁଆରୀ ୨୨ରେ ଶ୍ରୀରାମ ମନ୍ଦିରର (Ayodhya Ram Mandir) ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏହି ପବିତ୍ର ଦିନ ପାଇଁ ସଜେଇ ହେଉଛି ସମଗ୍ର ଅଯୋଧ୍ୟା ନଗରୀ । ଏହି ସମାରୋହରେ ସାମିଲ ହେବା ପାଇଁ ପ୍ରାୟ ୬ ହଜାରରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ ପଠାଯାଇଛି । ତେବେ ରାମଲାଲାଙ୍କ ଏହି ଉତ୍ସବରେ ଦେଶର ୪ ଶଙ୍କରାଚାର୍ଯ୍ୟ ସାମିଲ ହେବେ ନାହିଁ ବୋଲି ଜଣାପଡ଼ିଛି ।

ସୌ(ସୋସିଆଲ ମିଡିଆ)

Ayodhya Ram Mandir: ପାଖେଇ ଆସୁଛି ଦିନ। ଅଯୋଧ୍ୟା ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାର ସେହି ବିରଳ ମୁହୂର୍ତ୍ତ ଅପେକ୍ଷାରେ ରହିଛି ଭାରତବର୍ଷ। ଆସନ୍ତା ଜାନୁଆରୀ ୨୨ରେ ଶ୍ରୀରାମ ମନ୍ଦିରର (Ayodhya Ram Mandir) ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏନେଇ ସାରା ଦେଶରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ଏହି ପବିତ୍ର ଦିନ ପାଇଁ ସଜେଇ ହେଉଛି ସମଗ୍ର ଅଯୋଧ୍ୟା ନଗରୀ । ଏହି ସମାରୋହରେ ସାମିଲ ହେବା ପାଇଁ ପ୍ରାୟ ୬ ହଜାରରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ ପଠାଯାଇଛି । ତେବେ ରାମଲାଲାଙ୍କ ଏହି ଉତ୍ସବରେ ଦେଶର ୪ ଶଙ୍କରାଚାର୍ଯ୍ୟ ସାମିଲ ହେବେ ନାହିଁ ବୋଲି ଜଣାପଡ଼ିଛି ।

ଖବର ଅନୁଯାୟୀ, ପୂର୍ବରୁ ଏହି ଉତ୍ସବରେ କଂଗ୍ରେସ ସମେତ ବିରୋଧୀ ଦଳଗୁଡି଼କର ନେତାମାନେ ଯୋଗଦେବାକୁ ମନା କରିବା ପରେ ସରଗରମ ହୋଇଥିଲା ଦେଶର ରାଜନୀତି । ତେବେ ଏହାପରେ ବର୍ତ୍ତମାନ ଉତ୍ତରାଖଣ୍ତର ଯୋଶୀମଠ, ଗୁଜୁରାଟର ଦ୍ବାରିକା, ଓଡ଼ିଶାର ପୁରୀ ଓ କର୍ଣ୍ଣାଟକର ଶ୍ରୀଙ୍ଗେରିରେ ଥିବା ପୀଠର ଶଙ୍କରାଚାର୍ଯ୍ୟ ରାମୋତ୍ସବରେ ସାମିଲ ହେବେ ନାହିଁ ବୋଲି ସୂଚନା ମିଳିଛି । ସନାତନ ଧର୍ମ ନିୟମାବଳୀର ଉଲ୍ଲଂଘନ କରାଯାଇ ଉତ୍ସବ ପାଳନ କରାଯାଉଥିବା ସେମାନେ ଅଭିଯୋଗ ଆଣିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ସବର ମୁଖ୍ୟ ଆୟୋଜକ ହୋଇଥିବାରୁ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ଉଦ୍ଦେଶ୍ୟକୁ ନେଇ ବରିଷ୍ଠ ସନ୍ଥମାନେ ଚିନ୍ତାବ୍ୟକ୍ତ କରିଛନ୍ତି । ମୋଦିଙ୍କୁ ଆଗରେ ରଖି ସନାତନ ଶାସ୍ତ୍ରର ପାରମ୍ପରିକ ରୀତିନୀତିକୁ ଅଣଦେଖା କରାଯାଉଥିବା ସେମାନେ କହିଛନ୍ତି ।

ଏନେଇ ଯୋଶୀମଠ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ ନିଜ ‘ଏକ୍ସ’ ଆକାଉଣ୍ଟରେ କହିଛନ୍ତି, ‘ଜାନୁଆରୀ ୨୨ରେ ପ୍ରାଣ ପ୍ରତିଷ୍ଠା ସମାରୋହରେ କୌଣସି ଶଙ୍କରାଚାର୍ଯ୍ୟ ଯୋଗ ଦେବେ ନାହିଁ । କାରଣ ମନ୍ଦିରକୁ ପୂର୍ଣ୍ଣାଙ୍ଗ ଭାବେ ନିର୍ମାଣ କରା ନ ଯାଇ ପ୍ରାଣ ପ୍ରତିଷ୍ଠା କରାଯାଉଛି । ଏତେ ତରବରିଆ ଭାବେ ପ୍ରାଣ ପ୍ରତିଷ୍ଠା କରିବା କାରଣ ନାହିଁ’ । ତେବେ ଏହା ପୂର୍ବରୁ ଜାନୁଆରୀ ୪ରେ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମଧ୍ଯ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ନାହିଁ ବୋଲି କହିଥିଲେ । ଶାତ୍ସୀୟ ବିଧି ଅନୁଯାୟୀ, ରାମଲାଲାଙ୍କ ମୂର୍ତ୍ତି ମନ୍ଦିରରେ ସ୍ଥାପନ କରାଯିବାର ଆବଶ୍ୟକତା ଉପରେ ସେ ଗୁରୁତ୍ବରୋପ କରିଛନ୍ତି । ଗୁରୁବାର ସେ ଭଗବାନ ରାମଙ୍କ ପ୍ରତି ସମ୍ମାନ ବଜାୟ ରଖିବା ଉପରେ ଚିନ୍ତାବ୍ୟକ୍ତ କରିବା ସହ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି । ଏହାସହ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ରାଜନୈତିକ ରଙ୍ଗ ଦିଆଯାଉଥିବାରୁ ସେ ନ ଯିବା ପାଇଁ ନୀତିଗତ ଭାବେ ନିଷ୍ପତି ନେଇଥିବା କହିଛନ୍ତି ।

ପ୍ରକାଶଥାଉ କି, ପ୍ରାଣ ପ୍ରତିଷ୍ଠା ବେଳେ ମନ୍ଦିରର ଗର୍ଭ ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ୍ ମୁଖ୍ୟ ମୋହନ ଭାଗବତ, ୟୁପି ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଓ ମୁଖ୍ୟ ଆଚାର୍ଯ୍ୟ ଉପସ୍ଥିତ ରହିବେ । ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ନେଇ ଅଯୋଧ୍ୟା ନଗରୀରେ ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।