Odisha + 2 Form Fill Up: ଯୁକ୍ତ ଦୁଇ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି, ଜାଣନ୍ତୁ କେବେ ଲାଷ୍ଟ ଡେଟ୍?
Advertisement
Article Detail0/zeeodisha/odisha2521967

Odisha + 2 Form Fill Up: ଯୁକ୍ତ ଦୁଇ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି, ଜାଣନ୍ତୁ କେବେ ଲାଷ୍ଟ ଡେଟ୍?

Odisha + 2 Form Fill Up: ଯୁକ୍ତ ଦୁଇ  ପରୀକ୍ଷା ଫର୍ମ ପୂରଣ ଅବଧିକୁ ବୃଦ୍ଧି କରାଯାଇଛି।  ଯେଉଁ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରି ନାହାଁନ୍ତି, ସେମାନେ ୬୦୦ ଟଙ୍କା ଜରିମାନା ସହ ୨୦ ତାରିଖରୁ ୨୫ ତାରିଖ ମଧ୍ୟରେ ଫର୍ମ ପୂରଣ  କରିପାରିବେ। 

Odisha + 2 Form Fill Up: ଯୁକ୍ତ ଦୁଇ  ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି, ଜାଣନ୍ତୁ କେବେ ଲାଷ୍ଟ ଡେଟ୍?

Odisha + 2 Form Fill Up: ଯୁକ୍ତ ଦୁଇ  ପରୀକ୍ଷା ଫର୍ମ ପୂରଣ ଅବଧିକୁ ବୃଦ୍ଧି କରାଯାଇଛି।  ଯେଉଁ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରି ନାହାଁନ୍ତି, ସେମାନେ ୬୦୦ ଟଙ୍କା ଜରିମାନା ସହ ୨୦ ତାରିଖରୁ ୨୫ ତାରିଖ ମଧ୍ୟରେ ଫର୍ମ ପୂରଣ  କରିପାରିବେ। ୨୬ ତାରିଖ ମଧ୍ୟରେ ଏସବି କଲେକ୍ଟର ଫର୍ମପୂରଣ  ଫି ଦାଖଲ କରିପାରିବେ।  ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଏହା କାର୍ଯ୍ୟକାରୀ ହେବ।  ଏହା ଶେଷ ସୁଯୋଗ ବୋଲି କୁହାଯାଇପାରିବ। ଏନେଇ ମଙ୍ଗଳବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି।  

ALSO READ: Viral Video: ଗଛ ମୂଳରୁ ଭାଇରାଲ ହେଲା ସ୍କୁଲ୍ ଛାତ୍ରୀଙ୍କ ଏହି ଭିଡିଓ, ଦେଖନ୍ତୁ

ALSO READ: ୨୦୨୮ ପର୍ଯ୍ୟନ୍ତ ୫ ରାଶି ଉପରେ ରହିବ ଶନିଙ୍କ ଶୁଭଦୃଷ୍ଟି! ଚାକିରିରେ ମିଳିବ ପଦୋନ୍ନତି ସହ ବଢିବ ବ୍ୟାଙ୍କ୍ ବାଲାନ୍ସ!

ସୂଚନା ଯୋଗ୍ୟ, ସେପ୍ଟେମ୍ବର ୧୮ ରୁ  ଅକ୍ଟୋବର ୧ ତାରିଖ ମଧ୍ୟରେ  ଯୁକ୍ତ ୨ ପରୀକ୍ଷା ଫର୍ମ ପୂରଣ ବିନା ଜରିମାନା ସହ କରିବାର ସୁଯୋଗ ଦିଆଯାଇଥିଲା। ଯଦି ଏହା ଭିତରେ କୌଣସି ଛାତ୍ରଛାତ୍ରୀ ନ କରନ୍ତି, ତେବେ, ୨୦୦ ଟଙ୍କା ଜରିମାନା ଦେଇ ଅକ୍ଟୋବର ୪ରୁ ୧୪ ମଧ୍ୟରେ ଫର୍ମ ଫିଲଫ୍ କରିବାର ସୁଯୋଗ ଦିଆଯାଇଥିଲା। ଏହା ସତ୍ତ୍ବେ ଫର୍ମ ପୂରଣ କରି ନଥିଲେ। ଛାତ୍ରଛାତ୍ରୀଙ୍କୁ ନଭେମ୍ବର ୧୧ ରୁ ୧୮ ତାରିଖ ମଧ୍ୟରେ ୬୦୦ ଟଙ୍କା ଜରିମାନା ସହ ଫର୍ମ ପୂରଣ କରିବାର ସୁଯୋଗ ଦିଆଯାଇଥିଲା। ଏହା ସତ୍ତ୍ବେ କିଛି ପିଲା ଫର୍ମ ପୂରଣ କରିବାରୁ ବଞ୍ଚିତ ହୋଇଥିବାରୁ ଫର୍ମ ପୂରଣ କରିବାର ଅବଧିକୁ ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ।  ଏହାକୁ ଦୃଷ୍ଟିରେ ରଖି ସିଏଚଏସଇ ପକ୍ଷରୁ ଆଜିଠାରୁ ପୁଣି ଥରେ ୨୫ ତାରିଖ ଯାଏଁ ଫର୍ମ ପୂରଣ କରିବାର ସୁଯୋଗ ଦିଆଯାଇଛି।