Bihar Liquor : ୨୪ ଘଣ୍ଟାରେ ୩୦ ଶବର ବ୍ୟବଚ୍ଛେଦ, ଭାଙ୍ଗିଗଲା ପଥର ହୃଦୟ
Advertisement
Article Detail0/zeeodisha/odisha1488437

Bihar Liquor : ୨୪ ଘଣ୍ଟାରେ ୩୦ ଶବର ବ୍ୟବଚ୍ଛେଦ, ଭାଙ୍ଗିଗଲା ପଥର ହୃଦୟ

ରାଜେଶଙ୍କ ବାପା ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ ରହିଥିଲେ। ତାଙ୍କର ମୃତ୍ୟୁ ପରେ ଏବେ ରାଜେଶ ଏହି କାର୍ଯ୍ୟରେ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ଶତାଧିକ ମୃତଦେହର ବ୍ୟବଚ୍ଛେଦ କାର୍ଯ୍ୟ କରିସାରିଲେଣି। ତେବେ ଏହି ବିହାର ମଦ ମୃତ୍ୟୁର ଶିକାର ହୋଇଥିବା ବ୍ୟକ୍ତିଙ୍କ ମୃତଦେହକୁ ବ୍ୟବଚ୍ଛେଦ କରିବା ପରେ ତାଙ୍କର ମାନସିକ ସ୍ଥିତି ବେଶ ଖରାପ ରହିଛି।

Bihar Liquor : ୨୪ ଘଣ୍ଟାରେ ୩୦ ଶବର ବ୍ୟବଚ୍ଛେଦ, ଭାଙ୍ଗିଗଲା ପଥର ହୃଦୟ

Bihar Liquor: ସାରଣ: ବହୁ ବର୍ଷ ପୂର୍ବେ ଦେଶର ସବୁଠାରୁ ବଡ ମଧ୍ୟାହ୍ନ ଭୋଜନ ଦୁର୍ଘଟଣା ମାସରଖରେ ଘଟିଥିଲା। ତା’ପରେ ପୋଷ୍ଟମର୍ଟମ ସହାୟକ ରାଜେଶ ଏକାସାଙ୍ଗରେ ସର୍ବାଧିକ ୧୮ଟି ମୃତଦେହର ପୋଷ୍ଟମର୍ଟମ କରିଥିଲେ। ପୁଣି ଥରେ ପରିସ୍ଥିତି ଆହୁରି ଖରାପ ହୋଇଛି ଯେତେବେଳେ ରାଜେଶ ୨୪ ଘଣ୍ଟା ମଧ୍ୟରେ ୩୦ଟି ମୃତଦେହର ବ୍ୟବଚ୍ଛେଦ କରିଛନ୍ତି। ବ୍ୟବଚ୍ଛେଦ ହୋଇଥିବା ମୃତଦେହ ଗୁଡ଼ିକ ବିହାର ବିଶାକ୍ତ ମଦ ପିଇ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କର ରହିଥିଲା। ରାଜେଶ କୁହନ୍ତି କି ବିଗତ ୩ ଦିନ ହେବ ୨୪ ଘଣ୍ଟିଆ ଡ୍ୟୁଟି ଲାଗିର ରହିଛି। ୨୪ ଘଣ୍ଟା ଧରି କ୍ରମାଗତ ଭାବେ ମୃତଦେହ ଗୁଡ଼ିକୁ ଏଠାରୁ ଆସିବାରେ ଲାଗିଛି। ସେଗୁଡ଼ିକର ସବୁ ବ୍ୟବଚ୍ଛେଦ ହେବାରେ ଲାଗିଛି। ରାଜେଶଙ୍କ କହିବା ମୁତାବକ ତାଙ୍କ କାମ ହେଉଛି ମୃତଦେହକୁ କେବଳ କାଟିବା। ଏହା ପରେ ଡାକ୍ତରମାନେ ଆସି ତାହାର ପରୀକ୍ଷା ନିରୀକ୍ଷା କରିବା। ପରୀକ୍ଷା ସମୟରେ ମୃତ୍ୟୁର ଅସଲି କାରଣ ଖୋଜି ବାହାର କରିବା। ଅନ୍ୟ ଦିଗରେ ଦେଖିବାକୁ ଗଲେ ସେମିତି ବି ୨୪ ଘଣ୍ଟାରେ ୩୦ରୁ ଅଧିକ ମୃତଦେହ ଏଠାକୁ ଆସିଯାଇଥାଏ। ସେଗୁଡିକର ବ୍ୟବଚ୍ଛେଦ କରିଥାନ୍ତି ଡାକ୍ତର। 

ସୂଚନାଯୋଗ୍ୟ ରାଜେଶଙ୍କ ବାପା ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ ରହିଥିଲେ। ତାଙ୍କର ମୃତ୍ୟୁ ପରେ ଏବେ ରାଜେଶ ଏହି କାର୍ଯ୍ୟରେ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ଶତାଧିକ ମୃତଦେହର ବ୍ୟବଚ୍ଛେଦ କାର୍ଯ୍ୟ କରିସାରିଲେଣି। ତେବେ ଏହି ବିହାର ମଦ ମୃତ୍ୟୁର ଶିକାର ହୋଇଥିବା ବ୍ୟକ୍ତିଙ୍କ ମୃତଦେହକୁ ବ୍ୟବଚ୍ଛେଦ କରିବା ପରେ ତାଙ୍କର ମାନସିକ ସ୍ଥିତି ବେଶ ଖରାପ ରହିଛି। ଏଠାରେ କହି ରଖୁକି ଛପରାରେ ବିଶାକ୍ତ ମଦ ପିଇ ବର୍ତ୍ତମାନ ସୁଦ୍ଧା ୫୫ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଆହୁରି ମଧ୍ୟ ଏକାଧିକ ସଂଖ୍ୟାରେ ଲୋକମାନେ ଚିକିତ୍ସାଧିନ ରହିଛନ୍ତି। ମୃତକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି।  ଏଥର ଯେଉଁଭଳି ଭାବରେ ସାରଣ ଜିଲ୍ଲାର ମଶରୁଖରେ ମଦମୃତ୍ୟୁ ମାମଲା ସାମ୍ନାକୁ ଆସିଛି ସେଭଳି ପୂର୍ବରୁ କେବେ ହୋଇ ନଥିଲା। ଏବେବି ଏକାଧିକ ଲୋକ ଅସୁସ୍ଥ ଅବସ୍ଥାରେ ଛପରା ଓ ପାଟନାରେ ଚିକିତ୍ସାଧିନ ରହିଛନ୍ତି। 

ସେପଟେ ଗତକାଲି ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜର ମତାମତ ରଖିଥିଲେ। ନୀତିଶ ଏହି ମଦମୃତ୍ୟୁକୁ (Liquor Death) ନେଇ କହିଥିଲେ କି ଯିଏ ଯେତେ ମଦ ପିଇବ ସିଏ ନିଶ୍ଚିତ ମରିବ। ଆମେମାନେ ରାଜ୍ୟରେ ମଦ ବନ୍ଦ କରି ରଖିଛୁ। ମଦ ଅତ୍ୟନ୍ତ ଖରାପ ପାନୀୟ। ଏହାକୁ ଯିଏ ପିଇବ ସିଏ ନିଶ୍ଚିତ ମରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି ଏହି ମଦ ମାଫିଆଙ୍କୁ ଧରି ନିଶ୍ଚିତ ପକ୍ଷେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଠାରେ କହି ରଖୁଛି କି ଛପରାରେ ବିଶାକ୍ତ ମଦ ପିଇ ଦୁଇ ଦିନ ମଧ୍ୟରେ ୪୩ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଗୁରୁବାର ହିଁ ୧୦ ଜଣଙ୍କର ମୃତ୍ୟୁ ହୋଇ ସାରିଥିଲା। 

ଗୁରୁବାର ବିଧାନସଭାକୁ ଯିବା ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି ବିହାରରେ ୨୦୧୬ ମସିହାରୁ ମଦକୁ ବନ୍ଦ କରିଦିଆଗଲାଣି। ସେହି ମସୟରେ ବିଷାକ୍ତ ମଦ କାରବାର ନେଇ ମାମଲା ସାମ୍ନାକୁ ଆସିଥିଲା। ସରକାର ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। କିନ୍ତୁ ଲୋକମାନଙ୍କୁ ମଧ୍ୟ ସଚେତନ ରହିବାର ଆବଶ୍ୟକତା ରହିଛି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ କି ଲୋକମାନଙ୍କୁ ଜାଣି ରଖିବାର ଆବଶ୍ୟକ ରହିଛି କି ରାଜ୍ୟରେ ମଦ ବନ୍ଦ ରହିଛି ମାନେ ନକଲି ବା ବିଶାକ୍ତ ମଦ ହିଁ ରାଜ୍ୟରେ ମିଳିବ। ଯାହାକୁ ପିଇବା ଶରୀର ପ୍ରତି ହାନୀକାରକ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆହୁରି ମଧ୍ୟ କହିଥିଲେ କି ମଦ ପିଇବାର କୌଣସୀ ଆବଶ୍ୟକତା ହିଁ ନାହିଁ। ମଦ ଶରୀର ପ୍ରତି ହାନୀକାରକ। ଅଧିକାଂଶ ଲୋକ ମଦ ବନ୍ଦ ସପକ୍ଷରେ ରହିଛନ୍ତି। କିନ୍ତୁ କିଛି ଲୋକମାନଙ୍କ କଣ କରାଯିବ। ସେମାନେ ଭୁଲ କରୁଛନ୍ତି। ବାରମ୍ବାର ଏଭଳି କରିବା ଦ୍ୱାରା ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଗତ ଥର ହୋଇଥିବା ମଦ ମୃତ୍ୟୁର କ୍ଷତିପୁରଣ ବର୍ତ୍ତମାନ ପର୍ଯ୍ୟନ୍ତ ଦିଆଯାଇ ପାରିନାହିଁ। କିନ୍ତୁ ବର୍ତ୍ତମାନ ସମୟରେ ଯିଏ ମଦ ପିଇବ ସିଏ ମରିବ ହିଁ ମରିବ। ଆମେମାନେ ସରକାରଙ୍କ ତରଫରୁ ସଚେତନ ଅଭିଯାନ ଚଳାଇଛୁ।