Bjp Manifesto 2025: ବିଜେପିର ନିର୍ବାଚନୀ ଇସ୍ତାହାରରେ ମହିଳା ସଶକ୍ତୀକରଣ ଏକ ପ୍ରମୁଖ ପ୍ରସଙ୍ଗ ହୋଇପାରେ। ଏହା ଅଧୀନରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ଘୋଷଣା କରିଛି । ତେବେ ବିଜେପି ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା ଭଳି ଯୋଜନା ଘୋଷଣା କରିବା ପରେ, ଦିଲ୍ଲୀର ମହିଳା ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି।
Trending Photos
Bjp Manifesto 2025: ଭାରତୀୟ ଜନତା ପାର୍ଟି (BJP)ଗତକାଲି ଦିଲ୍ଲୀବାସୀଙ୍କ ପାଇଁ ହାତ ଖୋଲିଦେଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପିର ଇସ୍ତାହାର ଜାରି କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦିଲ୍ଲୀ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ମାଗଣା ଯୋଜନାକୁ ବଜାୟ ରଖିବାକୁ ଘୋଷଣା କରିଛନ୍ତି। ଏହା ହେଉଛି ଦିଲ୍ଲୀ ପାଇଁ ବିଜେପିର ଇସ୍ତାହାରର ପ୍ରଥମ ଅଂଶ। ପ୍ରଥମ ଭାଗରେ ଦଳ ସରକାର ଗଠନ ହେବା ମାତ୍ରେ ଦିଲ୍ଲୀରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ମଧ୍ୟ ଘୋଷଣା କରିଛି। ଆସନ୍ତୁ ଜାଣିବା ଦିଲ୍ଲୀ ପାଇଁ ବିଜେପିର ଇସ୍ତାହାରରେ କେଉଁ ଯୋଜନା ଘୋଷଣା କରାଯାଇଛି ।
ସମଗ୍ର ଦିଲ୍ଲୀ ପାଇଁ
1-ମାଗଣା ବିଜୁଳି, ମାଗଣା ପାଣି ର ଯୋଜନା ବଳବତ୍ତର ରହିବ ।
2-ଆୟୁଷ୍ମାନ ଭାରତ ଯୋଜନା ଦିଲ୍ଲୀରେ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବ । ଦିଲ୍ଲୀ ସରକାରଙ୍କ ତରଫରୁ ୫ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ଦିଆଯିବ । ଅର୍ଥାତ୍ ଆୟୁଷ୍ମାନ ଭାରତ ଯୋଜନା ରେ ଦିଲ୍ଲୀବାସୀଙ୍କୁ ସମୁଦାୟ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯିବ ।
ମହିଳାଙ୍କ ପାଇଁ ଯୋଜନା
1-ମାଗଣା ବସ୍ ଯାତ୍ରା ଯୋଜନା ବଳବତ୍ତର ରହିବ।
2-ମହିଳା ସମୃଦ୍ଧି ଯୋଜନାରେ ମାସିକ ୨୫୦୦ ଟଙ୍କା ଦିଆଯିବ।
3-ବିଧବା ଭତ୍ତା, ନିରାଶ୍ରୟ ମହିଳା ପେନସନ ରାଶି ୨୫୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ।
4-ଗରିବ ପରିବାରକୁ ସିଲିଣ୍ଡର ଉପରେ ୫୦୦ ଟଙ୍କା ସବସିଡି ଦିଆଯିବ।
5- ହୋଲି ଓ ଦୀପାବଳିରେ ଗରିବ ପରିବାରକୁ ମାଗଣାରେ ଗୋଟିଏ-ଗୋଟିଏ ସିଲିଣ୍ଡର ଦିଆଯିବ ।
6-ମାତୃ ସୁରକ୍ଷା ବନ୍ଦନାକୁ ଅଧିକ ଶକ୍ତି ଦେବା ପାଇଁ ୬ଟି ପୋଷଣ କିଟ୍ ଦିଆଯିବ ଏବଂ ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କୁ ୨୧ ହଜାର ଟଙ୍କା ଦିଆଯିବ।
ବୟସ୍କଙ୍କ ପାଇଁ ଯୋଜନା
1-୬୦ରୁ ୭୦ ବର୍ଷ ବୟସର ବରିଷ୍ଠ ନାଗରିକଙ୍କ ପାଇଁ ପେନସନ ରାଶି ୨ହଜାରରୁ ୨,୫୦୦ ଟଙ୍କାକୁ ବୃଦ୍ଧି କରାଯିବ।
2-୭୦ ବର୍ଷରୁ ଅଧିକ ବୟସ୍କ ଓ ଭିନ୍ନକ୍ଷମଙ୍କ ପେନସନ ୨୫୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ ।
ଜନସାଧାରଣଙ୍କ ଠାରୁ ବିଜେପିକୁ ୪୦ ହଜାରରୁ ଅଧିକ ପ୍ରସ୍ତାବ ମିଳିଛି। ଇସ୍ତାହାର ପୂର୍ବରୁ ପରାମର୍ଶ ସଂଗ୍ରହ ପାଇଁ ଦଳ ଏକ ଭିଡିଓ ଭ୍ୟାନ ଅଭିଯାନ ଚଳାଇଥିଲା ବିଜେପି ଯେଉଁଥିରେ ପ୍ରାୟ ୬୦,୭୫୪ ଟି ପରାମର୍ଶ ମିଳିଥିଲା । ଏହାବ୍ୟତୀତ ସୋସିଆଲ ମିଡିଆ ଜରିଆରେ ୪୦ ହଜାରରୁ ଅଧିକ ପରାମର୍ଶ ମଧ୍ୟ ମିଳିଥିଲା। ବିଜେପିର ନିର୍ବାଚନୀ ଇସ୍ତାହାରରେ ମହିଳା ସଶକ୍ତୀକରଣ ଏକ ପ୍ରମୁଖ ପ୍ରସଙ୍ଗ ହୋଇପାରେ। ଏହା ଅଧୀନରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ଘୋଷଣା କରିଛି । ତେବେ ବିଜେପି ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା ଭଳି ଯୋଜନା ଘୋଷଣା କରିବା ପରେ, ଦିଲ୍ଲୀର ମହିଳା ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି।
Also Read: Today Horoscope: ଏହିସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ଶନିବାର, ଜାଣନ୍ତୁ ଆଜିର ରାଶିଫଳ
Also Read: January 18 Financial Horoscope: ଶଶ ରାଜଯୋଗ ସହ ମିଳିବ ଶନିଦେବଙ୍କ ଆଶୀର୍ବାଦ, ୫ରାଶିକୁ ଲାଭ